Posted inଖେଳ

ଅଲୋଡ଼ା କ୍ଲବରେ ରୋହିତ

ଭାଇଜାଗ,୮।୧୦(ପି.ଟି.): ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ରୋହିତ ଶର୍ମା ଉଭୟ ଇନିଂସରେ ଓପନର ଭାବେ ଶତକ ଲଗାଇ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କିନ୍ତୁ ଏହି ମ୍ୟାଚ୍‌ରେ ସେ ଏକ ଅଲୋଡ଼ା ତାଲିକାରେ ସ୍ଥାନ ପାଇଛନ୍ତି, ଯାହା ତାଙ୍କ ସଫଳତା ଯୋଗୁ ଜଣାପଡ଼ି ନ ଥିଲା। ସେ ଉଭୟ ଇନିଂସରେ ଷ୍ଟମ୍ପିଂ ହୋଇଥିଲେ। ଦୁଇ ଥର କେଶବ ମହାରାଜଙ୍କ ବଲରେ ରୋହିତଙ୍କୁ ଉଇକେଟକିପର କ୍ୱିଣ୍ଟିନ ଡିକକ୍‌ ଷ୍ଟମ୍ପ ଆଉଟ୍‌ କରିଥିଲେ। ଟେଷ୍ଟ କ୍ରିକେଟ ଇତିହାସରେ ୨୨ତମ ଥର ପାଇଁ ଏଭଳି ଘଟିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଓ୍ବାଲି ହାମଣ୍ଡ ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ୧୯୩୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ଉଭୟ ଇନିଂସରେ ସମାନ ବୋଲର ଦ୍ୱାରା ଦୁଇ ଥର ଷ୍ଟମ୍ପ ଆଉଟ୍‌ ହୋଇଥିଲେ। ଏଣୁ ୮୦ ବର୍ଷ ପରେ ରୋହିତ ଏହି କ୍ଲବରେ ସାମିଲ ହୋଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲ ସ୍ଥଗିତ

ନୂଆକଦିଲ୍ଲୀ, ୧୪।୩(ପି.ଟି.)- ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଏହା ଚଳିତ ମାସ ୨୯...

କୋର୍ଟକୁ ଯାଇପାରନ୍ତି ୭ ଆଇ-ଲିଗ୍‌ କ୍ଲବ

ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଯଦି ଇଣ୍ଡିଆନ ସୁପର ଲିଗ୍‌ (ଆଏସ୍‌ଏଲ୍‌)କୁ ବିଧିବଦ୍ଧ ଦେଶର ଟପ୍‌ ଲିଗ୍‌ ଘୋଷଣା କରେ ତେବେ ୭ଟି...

କ୍ରିକେଟରଙ୍କ ଭାଲେଣ୍ଟାଇନ୍‌ ଡେ’: କାହାର ଫେସବୁକ୍‌ରେ ପ୍ରେମ, ତ ଆଉ କିଏ ପ୍ରେମ ପାଇଁ ଛାଡିଥିଲେ ଘର

ଆଜି ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ ପ୍ରେମ ଦିବସ। ଏହି ଦିନଟି ପ୍ରେମିକା-ପ୍ରେମିକଙ୍କ ପାଇଁ ସ୍ବତନ୍ତ୍ର ଦିନ। ପ୍ରେମ ଦିବସରେ ଆମେ ଏମିତି କିଛି କ୍ରିକେଟରଙ୍କ ବିଷୟରେ...

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌: ଜାକିର, ଜିତେନ, ରାକେଶ, ରାଜାଙ୍କ ଦମ୍‌ଦାର ପ୍ରଦର୍ଶନ

ଭୁବନେଶ୍ୱର, ୮।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶନିବାର ତୃତୀୟ ଦିବସରେ ପହଞ୍ଚତ୍ଛି। ଶନିବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ...

ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌: କୋହଲି ଟେଷ୍ଟ, ଧୋନୀ ଦିନିକିଆ ଅଧିନାୟକ

ମେଲବୋର୍ନ, ୨୪ା୧୨ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ଦ୍ୱାରା ବିରାଟ କୋହଲି ଦଶନ୍ଧିର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର...

ଏହି ଯୁବତୀଙ୍କୁ ବିବାହ କରୁଛନ୍ତି ‘ଗୁଙ୍ଗା ପେହେଲବାନ୍‌’

ଚଣ୍ଡିଗଡ଼, ୩୦ା୧: ଦେଶର ସଫଳ ରେସ୍‌ଲରମାନଙ୍କ ମଧ୍ୟରେ ଅନ୍ୟତମ ବୀରେନ୍ଦ୍ର ସିଂ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ହରିୟାଣା ଝଝରର ବୀରେନ୍ଦ୍ର ‘ଗୁଙ୍ଗା...

ଟି୨୦ ସିରିଜ ଖେଳିବେନି ଓ୍ବିଲିୟମସନ

ଓ୍ବେଲିଂଟନ୍‌, ୨୫ା୧୦ (ପି.ଟି.)- ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଇଂଲଣ୍ଡ ବିପକ୍ଷ ଆଗାମି ଟି୨୦ ସିରିଜରେ ଖେଳିବେ ନାହିଁ। ହିପ୍‌ ଇଞ୍ଜୁରୀ ଯୋଗୁ ସେ ଏହି...

ଭେଟେଲ ଜିତିଲେ ସିଙ୍ଗାପୁର ଗ୍ରାଁ ପ୍ରି

ସିଙ୍ଗାପୁର, ୨୩।୯(ଏଏଫପି)- ଫେରାରୀର ସେବାଷ୍ଟିଆନ ଭେଟେଲ ରବିବାର ଅନୁଷ୍ଠିତ ସିଙ୍ଗାପୁର ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଦୀର୍ଘ ୧ ବର୍ଷ ଟାଇଟଲ...

Leave a comment

Your email address will not be published. Required fields are marked *