Posted inଖେଳ

ଆଇଏଏଫ୍‌ ଦିବସ ପରେଡ୍‌ରେ ସଚିନ

ହିନଡନ, ୮।୧୦(ପି.ଟି.): ଦେଶର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ଇଣ୍ଡିଆନ ଏୟାର ଫୋର୍ସ (ଆଇଏଏଫ୍‌) ଗ୍ରୁପ କ୍ୟାପଟେନ ପଦବୀ ପାଇଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମଙ୍ଗଳବାର ଏଠାରେ ଅନୁଷ୍ଠିତ ୮୭ତମ ବାୟୁସେନା ଦିବସରେ ଯୋଗଦେଇଛନ୍ତି। ତାଙ୍କୁ ୨୦୧୦ରେ ଗ୍ରୁପ କ୍ୟାପଟେନ ର଼୍ୟାଙ୍କ ପ୍ରଦାନ କରାଯାଇଥିଲା। ଏଠାରେ ସେ ଆଇଏଏଫ୍‌ ୟୁନିଫର୍ମ ପିନ୍ଧି ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ତାଙ୍କ ସହ ପତ୍ନୀ ଅଞ୍ଜଳୀ, ଆର୍ମି ମୁଖ୍ୟ, ବାୟୁ ସେନା ମୁଖ୍ୟ ଓ ନେଭି ମୁଖ୍ୟ ଉପସ୍ଥିତ ଥିଲେ। ଏ ନେଇ ଟୁଇଟ୍‌ କରି ସଚିନ ସୂଚନା ଦେଇଛନ୍ତି। ସଭିଙ୍କୁ ବାୟୁ ସେନା ଦିବସରେ ଅନେକ ଅନେକ ଶୁଭେଚ୍ଛା। ଦେଶକୁ ସୁରକ୍ଷା ଦେଉଥିବା ପ୍ରତ୍ୟେକ ଯବାନଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିଚାଳିତ ସ୍ବଚ୍ଛ ଓ ସୁସ୍ଥ ଭାରତ କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେବେ ବୋଲି ଆଶା କରୁଛି। ଜୟ ହିନ୍ଦ୍‌। ବାଲାକୋଟ ଆକ୍ରମଣରେ ସାମିଲ ଥିବା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ପରେଡର ନେତୃତ୍ୱ ନେଇଥିଲେ।


All Right Reserved By Dharitri.Com

Posted inଖେଳ View All

ଜେଇ ଓ୍ବିଲିସନ ଇଣ୍ଟରନ୍ୟାଶନାଲ ସିରିଜ: ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ଡବଲ୍‌ ଟାଇଟଲ୍‌

ନୂଆଦିଲ୍ଲୀ, ୨୨।୭ (ପି.ଟି.)- ଉଦୀୟମାନ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଘାନାର ଆକ୍‌ରାଠାରେ ଅନୁଷ୍ଠିତ ଜେଇ ଓ୍ବିଲସନ ଇଣ୍ଟରନ୍ୟାଶନାଲ...

‘ମୋ ପୁଅ ଆଜି ଯାହା ବି ସଫଳତା ପାଇଛି, ତାହା କେବଳ ଧୋନୀଙ୍କ ପାଇଁ’

ଭାରତୀୟ ପେସ୍‌ ବୋଲର୍‌ ଦୀପକ ଚହର ବାଂଲାଦେଶ ବିପକ୍ଷରେ ମ୍ୟାଜିକ ସ୍ପେଲ ଏବଂ ହ୍ୟାଟ୍ରିକ ସଫଳତା ପରେ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ପୁଅର ଏଭଳି...

ହିରୋ ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌: ଓଡ଼ିଶା ଏଫ୍‌ସି ୟୁଥ୍‌ ଟିମ୍‌ ବିଜୟୀ

ଭୁବନେଶ୍ୱର, ୫।୧ (ସ୍ପୋଟର୍‌ସ ବ୍ୟୁରୋ)- ହିରୋ ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌ରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସିର ଯୁବ (୧୮ ବର୍ଷରୁ କମ୍‌) ଦଳ...

ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୫।୮ (ସ୍ପୋଟର୍‌ସ ବ୍ୟୁରୋ)- ସୁଇଜରଲାଣ୍ଡସ୍ଥିତ ବାସେଲଠାରେ ଅନୁଷ୍ଠିତ ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ୍‌ଙ୍କ ବିଜୟ ଅଭିଯାନ ଜାରି ରହିଛି। ବ୍ୟାଡ୍‌ମିଣ୍ଟନର ଏହି...

କୋହଲିଙ୍କ ଦ୍ୱିଶତକ

ପୁଣେ,୧୧।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ଲଗାଇଛନ୍ତି। ପୂର୍ବ ଦିନ ୬୩ ରନ୍‌ କରି...

ରବି ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୧୮ା୬ (ପି.ଟି.)-୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ଭାରୋତ୍ତୋଳକ କେ. ରବି କୁମାର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ସାମୟିକ...

କିଟ୍‌ ରଗ୍‌ବୀ ଦଳକୁ ୩ ଟାଇଟଲ

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- କିଟ୍‌ ବିଶ୍ୱବିଦ୍ୟାଳୟର ଉଭୟ ମହିଳା ଓ ପୁରୁଷ ରଗ୍‌ବୀ ଦଳ ଚମତ୍କାର ପ୍ରଦର୍ଶନ କରି ୩ଟି ଟାଇଟଲ ହାସଲ କରିଛନ୍ତି। ପଞ୍ଜାବର...

ଇଂଲଣ୍ଡ ଦଳକୁ ଆଣ୍ଡରସନଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ, ୭।୧୨- ଚଳିତ ମାସ ଅନ୍ତିମ ସପ୍ତାହରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଲାଗି ଶନିବାର ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷଣା...

Leave a comment

Your email address will not be published. Required fields are marked *