ଝାରସୁଗୁଡ଼ାରେ ଲଜ୍ଜା: ପିଜୁଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଝାରସୁଗୁଡା ଅଫିସ/ଲଖନପୁର,(ଡି.ଏନ.ଏ)- ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଧୀନ ଏକ ଗ୍ରାମର ଜନୈକା ୭ ବର୍ଷର ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଗତ ସୋମବାର ବଳାତ୍କାର କରିଥିବା ନେଇ ପୀଡିତାଙ୍କ ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବ୍ରଜରାଜନଗର ପୋଲିସ ପୋକ୍ସୋ ଆକ୍ଟରେ ମାମଲା(ନଂ- ୨୨୩/୧୯) ରୁଜୁ କରି ତଦନ୍ତ ଚଳାଇଛି। ପୀଡିତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀମାଇନା କରିବା ପରେ ସେଠାରେ ଚିକିତ୍ସା ଜାରି ରହିଛି। ଅପରପକ୍ଷେ ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ତାଙ୍କୁ ପୋଲିସ ମଙ୍ଗଳବାର ଗିରଫ କରି ଡାକ୍ତର ମାଇନା କରିଛି। ଅଭିଯୁକ୍ତଜଣଙ୍କ ହେଲେ ଆକାଶ କୁମୁରା(୧୯)। ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

ସୂଚନାନୁଯାୟୀ, ଉକ୍ତ ନାବାଳିକା ସାଙ୍ଗମାନଙ୍କ ସହିତ ଗ୍ରାମରେ ଖେଳୁଥିଲେ। ଏହି ସମୟରେ ଯୁବକ ଜଣଙ୍କ ନାବାଳିକାକୁ ଭୁଲାଇ ପିଜୁଳି ଖାଇବାକୁ ଦେବାକୁ କହି ଗ୍ରାମ ନିକଟ ନିଛାଟିଆ ଯୋର(ନାଳ) କୂଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଯୁବକଜଣଙ୍କ ବଳାତ୍କାର କରି ଫେରାର ହୋଇଥିଲେ। ପୀଡିତା ନାବାଳିକା କାନ୍ଦି କାନ୍ଦି ରାସ୍ତା ଉପରକୁ ଆସିଥିଲେ । ସେହି ରାସ୍ତାରେ ଗାଁ ଲୋକେ ଯାଉଥିବାବେଳେ ତାଙ୍କୁ ଦେଖି ଘରକୁ ଆଣିଥିଲେ। ଏଭଳି ଲଜ୍ଜା ଜନକ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।


All Right Reserved By

ଭବାନୀଶଙ୍କରଙ୍କୁ ଲକ୍ଷେ ବେଲପତ୍ର ଲାଗି: ବଡ଼ସିଂହାର ବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଭବାନୀପାଟଣା,୧୩।୮(ଡି.ଏନ୍‌.ଏ.): ଶ୍ରାବଣ ମାସର ଶେଷ ସୋମବାର ଉପଲକ୍ଷେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଭବାନୀଶଙ୍କର ମହାଦେବଙ୍କ ନିକଟରେ ଏକ ଲକ୍ଷ ବେଲପତ୍ର ଲାଗି କରାଯାଇଛି। ରବିବାର...

ଏମ୍‌ଭିଆଇ ପରିଚୟ ଦେଇ ତୀର୍ଥଯାତ୍ରୀ ବସ୍‌ରୁ ଲୁଟ୍‌ପାଟ : ୫ଜଣଙ୍କୁ କାବୁ କଲେ ଯାତ୍ରୀ

ଜଳେଶ୍ୱର, ୧୪ା୯-ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ବେଆଇନ ଭାବେ ଚାନ୍ଦା ଆଦାୟ ଚାଲିଛି। ନକଲି ଏମ୍‌ଭିଆଇ, ଆରଟିଓ,...

ସମୟ ପୂର୍ବରୁ ବନ୍ଦ ହେଉଛି ସ୍କୁଲ: ୬୦ ଶିକ୍ଷକଙ୍କୁ କୈଫିୟତ ତଲବ

ପଟ୍ଟାଙ୍ଗି,୧୮ା୭(ଡି.ଏନ୍‌.ଏ.): ଖରା ଛୁଟି ପରେ ଜୁନ୍‌ ୨୨ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଖୋଲିଥିଲା। କିନ୍ତୁ ପାଠପଢ଼ାରେ କମ୍‌ ସମୟ ଦେଇ ଛୁଟି ହେବାର ନିର୍ଦ୍ଧାରିତ...

ବ୍ୟବହୃତ ରନ୍ଧନ ତୈଳର ପୁନର୍ବ୍ୟବହାର ନେଇ ସଚେତନତା

ପୁରୀ ଅଫିସ,୨ା୧୦: ବ୍ୟବହୃତ ରନ୍ଧନ ତୈଳକୁ ଗରମ କରି ଏହାକୁ ପୁନଃବ୍ୟବହାର କରିବା ପ୍ରାୟ ସମସ୍ତଙ୍କର ଏକ ଅଭ୍ୟାସ। ତେବେ ଏହାଦ୍ୱାରା ଲୋକେ ବିଭିନ୍ନ ପ୍ରକାର...

ବିଦ୍ୟୁତ୍‌ ଆଘାତରେ ବୃଦ୍ଧା ମୃତ

ଛେଣ୍ଡିପଦା,୨୯।୯(ସ୍ବ.ପ୍ର)-ଛେଣ୍ଡିପଦା ବ୍ଲକ ମାଛକୁଟା ଗ୍ରାମରେ ରବିବାର ବିଦ୍ୟୁତ୍‌ ଆଘାତରେ ବିଦେଶୀ ନାଏକଙ୍କ ସ୍ତ୍ରୀ ଲିଳାବତୀ ନାଏକ(୬୦)ଙ୍କ ମୃତ୍ୟୁ ହୋଇଛି। ଲିଳାବତୀ ଅପରାହ୍ନରେ ଘରୁ ବାହରି ପଡିଶା...

ନିରଞ୍ଜନ, ପଦ୍ମନାଭଙ୍କ ହ୍ୟାଟ୍ରିକ୍‌ ବିଜୟ

ସୋନପୁର,୨୪-୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ବିଜେଡିର ଦୁର୍ଗ ବୋଲି ପୁଣି ଥରେ ସାବ୍ୟସ୍ତ ହୋଇଛି। ସାଧାରଣ ନିର୍ବାଚନରେ ଦଳ କମାଲ କରିଛି। ମୋଦି ହାୱା ଏଠାରେ ଭାଜପାକୁ ବିଜୟୀ...

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ...

ଶ୍ରୋତା ପରିଷଦର ରାଜ୍ୟସ୍ତରୀୟ ସମ୍ମିଳନୀ:ଆକାଶବାଣୀ କାର୍ଯ୍ୟକ୍ରମ ସଦା ଆଦରଣୀୟ

ଢେଙ୍କାନାଳ ଅଫିସ,୩ା୯ ଢେଙ୍କାନାଳ ଜିଲା ସଦର ବ୍ଲକ ପଶ୍ଚିମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆକାଶବାଣୀ ଶ୍ରୋତା ପରିଷଦର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *