Posted inଜାତୀୟ

‘ଛୋଟୁ ରିପୋର୍ଟର୍‌’ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ଚଣ୍ଡିଗଡ,୮।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଛୋଟୁ ରିପୋର୍ଟରଙ୍କ ଭିଡିଓ। ଯେଉଁ ବୟସରେ ପିଲା ସ୍କୁଲ ଯାଆନ୍ତି, ଖେଳରେ ମାତିଥାନ୍ତି ସେହି ବୟସରେ ହାତରେ ବୁମ୍‌ ଧରି ଗୋଲ୍ଡି ଗୋଏତ୍‌ ବିଭିନ୍ନ ରାଜନେତାଙ୍କ ବାଇଟ୍‌ ନେଉଛନ୍ତି। ଗୋଲ୍ଡିଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମଧ୍ୟ ରହିଛି। ଏଥିରେ ସେ ୨୦୦ରୁ ଅଧିକ ଭିଡିଓ ଅପଲୋଡ୍‌ କରିଛନ୍ତି। ଅଧିକାଂଶ ଭିଡିଓ ହରିୟାଣାର ବିଭିନ୍ନ ରାଜନେତାଙ୍କ ସାକ୍ଷାତକାର ରହିଛି। ଗୋଲ୍ଡିଙ୍କ ପ୍ରଶ୍ନ ପଚାରିବା ଶୈଳୀ ଦେଖି ଅନେକ ରାଜନେତା ତାଙ୍କୁ ପ୍ରଶଂସା ମଧ୍ୟ କରିଥାନ୍ତି। ନିକଟରେ ସେ ଜନନାୟକ ଜନତା ପାର୍ଟିର ନୈନା ଚୌଟାଲାଙ୍କ ସାକ୍ଷାତକାର ନେଇଥିଲେ। ଯାହା ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ମଧ୍ୟ ହୋଇଥିଲା। ନୈନା ଗୋଲ୍ଡିଙ୍କୁ ଦେଖି କହିଥିଲେ ତୁମକୁ ଯେବେ ବି ଦେଖୁଛି ମୋତେ ଖୁସି ଲାଗୁଛି। ଏନେଇ ଗୋଲ୍ଡି କୁହନ୍ତି, ମୋତେ ବୁମ୍‌ ଧରି ସାକ୍ଷାତ ନେବାକୁ ଖୁସି ଲାଗେ। ତେଣୁ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଚାଷୀଙ୍କୁ ମିଳିବ ୩ ହଜାର ପେନସନ୍‌: କିଷାନ ମାନଧନ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଝାଡ଼ଖଣ୍ଡରେ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ମାସିକ ୩ ହଜାର ଟଙ୍କାର...

ଭାଜପାର ବିପୁଳ ବିଜୟ: ସବ୍‌ କା ସାଥ୍‌; ସବ୍‌ କା ବିକାଶ; ସବ୍‌ କା ବିଶ୍ୱାସ କହିଲେ ମୋଦି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକ୍‌ କାମ କରିଛି। ଭାଜପାର ବିପୁଳ ବିଜୟରେ ମୋଦି କହିଛନ୍ତି ଏହା ସବ୍‌ କା...

ବାଳିକାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି: ୬୨ ତମ ମନ୍‌ କି ବାତ୍‌ରେ କହିଲେ ମୋଦି

ନୂଆଦିଲ୍ଲୀ,୨୩।୨: ଦେଶରେ ବାଳିକାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି। ସମାଜିକ ବାଧାବିଘ୍ନକୁ ଅତିକ୍ରମ କହି ବାଳିକା ପ୍ରତିଟି କ୍ଷେତ୍ରରେ ଶିଖର ଛୁଇଁବାରେ ଲାଗିଛନ୍ତି। ଏହା ଭାରତ...

୨ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନେଲା ଭାଜପା

ସିର୍ସା,୨୫-୧୦: ହରିୟାଣା ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବା ଭାଜପା ପକ୍ଷରୁ ୨ ଜଣ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନିଆଯାଇଛି। ମୋଟ ୮...

ରୁଷିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪ା୯(ପି.ଟି.): ଭ୍ଲାଡିଭୋଷ୍ଟକରେ ବୁଧବାରଠାରୁ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍‌ (ଇଇଏଫ୍‌)ରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆ ଗସ୍ତ କରିଛନ୍ତି।...

ଯୋଗୀଙ୍କୁ ଝଟ୍‌କା: ୫ ମନ୍ତ୍ରୀ ଦେଲେ ଇସ୍ତଫା

ଲକ୍ଷ୍ନୌ,୨୦।୮: ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜନୈତିକ ହଟ୍ଟଚମଟ୍ଟ ସୃଷ୍ଟି ହୋଇଛି। ମଙ୍ଗଳବାର ୫ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ...

କଂଗ୍ରେସ ନେତା ବନଓ୍ବାରି ଲାଲ ଶର୍ମାଙ୍କ ପରଲୋକ

ଭୋପାଳ,୨୧।୧୨: ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ଜଉରା ବିଧାୟକ ବନଓ୍ବାରି ଲାଲ ଶର୍ମାଙ୍କର ଶନିବାର ସକାଳେ ପରଲୋକ ହୋଇଛି। ଭୋପାଳରେ ଚିକିତ୍ସିତ ହେଉଥିବା ସମୟରେ ୬୧...

ଯୋଗୀଙ୍କୁ କେନ୍ଦ୍ରର ଝଟକା

ନୂଆଦିଲ୍ଲୀ,୩ା୭(ପି.ଟି.): ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ୧୭ ଅନ୍ୟ ପଛୁଆ ବର୍ଗ (ଓବିସି)ର ଲୋକଙ୍କୁ ତଫସିଲଭୁକ୍ତ ଜାତି (ଏସ୍‌ସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ନେଇଥିବା...

Leave a comment

Your email address will not be published. Required fields are marked *