Posted inଖେଳ

ହାର୍ଦ୍ଦିକଙ୍କୁ ସମାଲୋଚନା

ନୂଆଦିଲ୍ଲୀ,୮।୧୦: ପୂର୍ବତନ ପେସର ଜାହିର ଖାନ ସୋମବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଓ ବର୍ତ୍ତମାନ ଖେଳାଳିମାନେ ଶୁଭେଚ୍ଛା ଦେଇଥିଲେ। ଶୁଭେଚ୍ଛୁଙ୍କ ତାଲିକାରେ ରହିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ହାର୍ଦ୍ଦିକ ଜାହିରଙ୍କ ବଲକୁ ଛକା ଲଗାଇଥିଲେ। ଏହାର କ୍ୟାପଶନରେ ଲେଖିଥିଲେ ଜାହିରଙ୍କୁ ଜନ୍ମଦିନର ଶୁଭକାମନା। ଆଶା କରୁଛି, ତମେ ମୋ ଭଳି ଛକା ମାରିବ। ତୁରନ୍ତ ପରେ ଫାଣ୍ଡ୍ୟାଙ୍କ ଟୁଇଟ୍‌କୁ ପ୍ରଶଂସକମାନେ ସମାଲୋଚନା କରିବା ଆରମ୍ଭ କରିଥିଲେ। କିଛି ପ୍ରଶଂସକ ଜାହିରଙ୍କ ସଫଳତା ଓ ଭାରତୀୟ କ୍ରିକେଟ ପ୍ରତି ଅବଦାନ ସମ୍ପର୍କରେ କମେଣ୍ଟ କରିଥିବାବେଳେ ଅନ୍ୟମାନେ ସିଧାସଳଖ ପାଣ୍ଡ୍ୟାଙ୍କୁ ଟାର୍ଗେଟ କରିଛନ୍ତି। ଜଣେ ଲେଖିଛନ୍ତି, ଏତେ ଆତ୍ମବିଶ୍ୱାସ ଭଲ ନୁହେଁ। କଫିର ନିଶା ଏବେ ଖସି ନାହି କି? ଆଉ ଜଣେ କମେଣ୍ଟ କରିଛନ୍ତି, ଦୟାକରି ଜାହିରଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କର। ତୁମେ ତାଙ୍କ ସମୟରେ ଜାହିରଙ୍କ ସମ୍ମୁଖୀନ ହୋଇନାହଁ। ଏଭଳି ଆହୁରି କମେଣ୍ଟ ଦେଇଛନ୍ତି ପ୍ରଶଂସକ।


All Right Reserved By Dharitri.Com

Posted inଖେଳ View All

ଖାତା ଖୋଲିପାରିଲେ ନାହିଁ କୋହଲି; ଶତକ ମୁହାଁ ଅଗ୍ରଓ୍ବାଲ

ଇନ୍ଦୋର,୧୫ା୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ବାଂଲାଦେଶ ୧୫୦ ରନ୍‌...

ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌: ଭିନେଶ୍‌ଙ୍କ ଟାଇଟଲ୍‌ ଆଶା ମଉଳିଲା

ନୁର୍‌-ସୁଲତାନ (କାଜାଖସ୍ତାନ), ୧୭।୯ (ପି.ଟି.)- ଏଠାରେ ଚାଲିଥିବା ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଷ୍ଟାର୍‌ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତଙ୍କ ଟାଇଟଲ୍‌ ଜିତିବା ଆଶା ମଉଳି...

ସିଦ୍ଧେଶ ଲାଡଙ୍କୁ ନେଲା କେକେଆର

ମୁମ୍ବାଇ,୧୫।୧୧- ଆଇପିଏଲ ସିଜନ ପୂର୍ବରୁ ଖେଳାଳିଙ୍କ ଅଦଳବଦଳ ପ୍ରକ୍ରିୟା ଅନୁଯାୟୀ ସିଦ୍ଧେଶ ଲାଡ ମୁମ୍ବାଇ ଇଣ୍ଡିଆନ୍ସ ଦଳଠାରୁ କୋଲକାତା ନାଇଟ ରାଇଡର୍ସ (କେକେଆର) ନେଇଛି। ୨୦୧୫ରେ...

ସେମିରେ ମୁଗୁରୁଜା

ସାଂଘାଇ, ୯।୧ (ଏଏଫ୍‌ପି)- ଦୁଇଥରର ଗ୍ରାଣ୍ଡସ୍ଲାମ ବିଜୟିନୀ ସ୍ପାନିଶ ଟେନିସ ତାରକା ଗ୍ରାବିଏନ ମୁଗୁରୁଜା ଏଠାରେ ଚାଲିଥିବା ଶେନଝେନ ଓପନ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ଅଜବ ମ୍ୟାଚ୍‌: ୧୦ଜଣ ବ୍ୟାଟ୍ସମ୍ୟାନ୍‌ ଶୂନରେ ଆଉଟ୍‌, ଦଳ ୪ ରନ୍‌ରେ ଅଲଆଉଟ୍‌

ଥିରୁଭାନନ୍ତପୁରମ୍‌, ୧୬।୫: କେରଳର କସାରାଗୋଡରେ ଏକ ଅଜବ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ମିଳିଛି। ଏଠାରେ ଆନ୍ତଃଜିଲା ଅଣ୍ଡର-୧୯ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ଏକ...

ସୁପର ଓଭର ନିୟମରେ ପରିବର୍ତ୍ତନ କଲା ଆଇସିସି

ଦୁବାଇ,୧୫ା୧୦ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶେଷରେ ଏହାର ସମସ୍ତ ପ୍ରମୁଖ ଇଭେଣ୍ଟଗୁଡ଼ିକ ଲାଗି ସୁପର ଓଭର ନିୟମରେ ପରିବର୍ତ୍ତନ କରିଛି। ଏଣିକି ସେମିଫାଇନାଲ କିମ୍ବା...

୨୭୫ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ପୁଣେ,୧୨।୧୦- ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ୨୭୫ ରନ୍‌ରେ ସୀମିତ ରହିଛି। ଫଳରେ...

ବ୍ରିଟିଶ ବିମାନ ସେବାକୁ ଡୁ’ପ୍ଲେସିଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୧।୯(ପିଟି): ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଫାଫ ଡୁ’ପ୍ଲେସି ନିଜ କ୍ୟାରିୟରର ସବୁଠୁ ଖରାପ ବିମାନ ସେବା ଅନୁଭବ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ...

Leave a comment

Your email address will not be published. Required fields are marked *