ସାହାରପଡ଼ା ବ୍ଲକରେ ବିଜେଡିର ପଦଯାତ୍ରା

ପାଟଣା,୮ା୧୦( ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ନିକଟ ପଡ଼ିଆରୁ ମଙ୍ଗଳବାର ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବଡ଼ବିଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଜିଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ସଂଯୋଜନାରେ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାଏକ, କେନ୍ଦୁଝର ଏମପି ଚନ୍ଦ୍ରାଣୀ ମୁର୍ମୁ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ,ରାଜ୍ୟ ବିଜେଡି ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେଡି କୃଷକ ସେଲ ସଭାପତି ଦୀପକ ରାଜ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ସାହାରପଡା ବ୍ଲକ ବିଜେଡି ସଭାପତି ଗୋବିନ୍ଦ ମହାନ୍ତ, କୃଷ୍ଣଚନ୍ଦ୍ର ମହାପାତ୍ର, ପାଟଣା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଯୁବନେତା କରୁଣା ସାଗର ଖାଟୁଆ, ମିତ୍ରଭାନୁ ମହାନ୍ତ,ପ୍ରଶାନ୍ତ କୁମାର ଭଞ୍ଜ , ନାରୀ ନେତ୍ରୀ ଭାମାମଣି ଦାସ ପ୍ରମୁଖଙ୍କ ନେତୃତ୍ୱରେ ମଙ୍ଗଳବାର ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ବ୍ଲକର ବଡ଼ବିଲ, ଟେଣ୍ଡେରା, ଖଡିକା ପଦା, କୁଣ୍ଡଳା ଓ ଡାଳପକା ଆଦି ପଞ୍ଚାୟତକୁ ପଦଯାତ୍ରାରେ ପରିକ୍ରମା କରିବା ସହ ନୂତନ ସଭ୍ୟ ସଂଗ୍ରହ କରିଥିଲେ। ଏହି ଅବସରରେ ପାଟଣା ବ୍ଲକ ଟାଙ୍ଗରପଡାରେ ଏକ କଲ୍ୟାଣ ମଣ୍ଡପ ଓ ବଡ଼ବିଲରେ ଏକ କମ୍ୟୁନିଟି ସେଣ୍ଟରକୁ ଅତିଥିମାନେ ଉଦଘାଟନ କରିଥିଲେ।


All Right Reserved By

ସରସ୍ବତୀ ଶିଶୁମନ୍ଦିରରେ ଜନ୍ମାଷ୍ଟମୀ ପାଳନ: ଶ୍ରୀକୃଷ୍ଣଙ୍କ ବେଶରେ ସହର ପରିକ୍ରମା

ଛେଣ୍ଡିପଦା,୨୩।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଥିବା ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳନ ହୋଇଯାଇଛି । ଏହି ଅବସରରେ ଶିଶୁମନ୍ଦିର ପରିସରରେ ଶ୍ରୀକୃଷ୍ଣଙ୍କ...

ଯୁବକଙ୍କ ମୃତଦେହ ଉଦ୍ଧାର

ଆସିକା,୧୯।୪(ଡି.ଏନ୍‌.ଏ.):ଆସିକା ଥାନା ବାବନପୁର-ଢୁଙ୍କୁଣି ରାସ୍ତା କଡରେ ଏକ ଚାଷଜମିରୁ ଗୁରୁବାର ରାତିରେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ଏହି ଥାନା...

ଶ୍ୱଶୁର ଘରୁ ଜ୍ୱାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମୁଳିଆ,୬।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ଥାନା ଶ୍ରୀକୋଣା ଅଞ୍ଚଳର ଶ୍ୱଶୁର ଘରୁ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମଳିକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ରବିବାର ଉଦ୍ଧାର କରିଛି। ସେ...

ଯୁବକଙ୍କୁ ଛୁରାମାଡ଼ ଘଟଣା : ମାରଣାସ୍ତ୍ର ଜବତ, ୨ ଅଭିଯୁକ୍ତ ଗିରଫ

ଯୋଡ଼ା,୪।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ୪ନଂ. ଓ୍ବାର୍ଡ ମିଶ୍ରଗଳିଠାରେ ଥିବା ଏକ ହୋଟେଲ ନିକଟରେ ବାଂଶପାଣିର ବିକ୍ରାନ୍ତ ନାୟକଙ୍କୁ ହୋଇଥିବା ଛୁରାମାଡ଼ ଘଟଣାରେ...

୨୦୧୭ରୁ କେବିକେ ଯୋଜନା ବନ୍ଦ କରିଛି କେନ୍ଦ୍ର: ଏହି ଯୋଜନାରେ ରାଜ୍ୟ ସରକାର ପାଇଛନ୍ତି ୩୩୪୩. ୯୫ କୋଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଜିଲା ପାଇଁ କେନ୍ଦ୍ର ସରକାର ୧୯୯୮ରେ କେବିକେ ଯୋଜନା ଆରମ୍ଭ କରିଥିଲେ। ୨୦୧୭ରୁ ଏହି ଯୋଜନା ବନ୍ଦ ହୋଇଯାଇଛି।...

କଥା ରଖିଲେ: ମୋଦିଙ୍କ ବିଜୟ ପରେ ମାଗଣାରେ ଚା’ ବାଣ୍ଟିଲେ ଚିଙ୍ଗୁଡୁ

ମାଲକାନଗିରି, ୨୫ା୫ (ସ୍ବ.ପ୍ର.): ଏମିତି କିଛି ଲୋକଥାନ୍ତି ସେମାନେ ଖିଆଲି ମଣିଷ ରୂପେ ବଞ୍ଚନ୍ତି। ନିଜ ଖିଆଲି ପଣିଆରେ ଥରେ ଯାହା କହିଦେଇଥାନ୍ତି ତାହା ସେମାନେ...

ଋଣ ଦେବା ନାଁରେ ୫ ଲକ୍ଷ ଠକେଇ : କମ୍ପାନୀ ମାଲିକଙ୍କୁ ପୋଲିସ ଜିମାଦେଲେ ଜମାକାରୀ

ତିହିଡ଼ି, ୧୩।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବିଭିନ୍ନ ଗ୍ରାମର ୩୯ ସ୍ବୟଂସହାୟକ ଗୋଷ୍ଠୀକୁ ଋଣ ଦେବା ନାଁରେ ୫ ଲକ୍ଷ...

ଖବରଦାତାଙ୍କୁ ଆକ୍ରମଣ ଘଟଣା: ବ୍ରହ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିନ୍ଦା

ବ୍ରହ୍ମପୁର ଅଫିସ,୨୦।୭: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେବ ଖବରଦାତାଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଏହାକୁ ବ୍ରହ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *