ବିଦ୍ୟୁତ୍‌ଲତାଙ୍କ ଜୀବନ ନେଲା ବିଦ୍ୟୁତ୍‌, ବଞ୍ଚାଇବାକୁ ଆସି ପ୍ରାଣ ହରାଇଲେ ମମତା

ବାଣପୁର/ବାଲୁଗାଁ,୮ା୧୦(ଡି.ଏନ୍‌.ଏ.): ମଙ୍ଗଳବାର ଦଶହରା ପାଇଁ ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିବାବେଳେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ବିଷ୍ଣୁପୁର ପଞ୍ଚାୟତର ତେନ୍ତୁଳିଡିହ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସକାଳ ପ୍ରାୟ ୧୦ଟାରେ ଗ୍ରାମର ୨ଜଣ ମହିଳାଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବିଦ୍ୟୁତ୍‌ଲତା ମହପାତ୍ର(୬୨) ଓ ମମତା ମହପାତ୍ର(୨୫)। ବିଦ୍ୟୁତ୍‌ଲତାଙ୍କ ଘରର ଗ୍ରୀଲ୍‌ ଦେଇ ଆସିଛି ବିଦ୍ୟୁତ୍‌ ତାର। ହେଲେ କୌଣସି କାରଣରୁ ଉକ୍ତ ଗ୍ରୀଲ୍‌ ସହ ବିଦ୍ୟୁତ୍‌ ସଂଯୋଗ ହୋଇଯାଇଥିଲା। ବିଦ୍ୟୁତ୍‌ଲତା ଘର ବାହାରକୁ ଯିବା ପାଇଁ ଗ୍ରୀଲ୍‌କୁ ଛୁଇଁ ଦେବାରୁ ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ସେ ସେଠାରେ ଚିତ୍କାର କରି ଟଳିପଡ଼ିଥିଲେ। ଏହା ଦେଖି ପଡ଼ୋଶୀ ପ୍ରକାଶ ମହାପାତ୍ରଙ୍କ ସ୍ତ୍ରୀ ମମତା ତାଙ୍କୁ ଉଦ୍ଧାର କରିବାକୁ ଆସି ଗ୍ରୀଲ୍‌କୁ ଛୁଇଁ ଦେବାରୁ ସେ ମଧ୍ୟ ବିଦ୍ୟୁତ୍‌ ଆଘାତ ପାଇ ସେଠାରେ ଟଳି ପଡ଼ିଥିଲେ। ଗ୍ରାମବାସୀ ଉଭୟଙ୍କୁ ତୁରନ୍ତ ବାଲୁଗାଁ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।


All Right Reserved By Dharitri.Com

ଦୂରଦର୍ଶନରେ ରଥଯାତ୍ରାର ସିଧା ପ୍ରସାରଣ

ଭୁବନେଶ୍ୱର, ୨।୭(ବ୍ୟୁରୋ): ଦୂରଦର୍ଶନରେ ଆସନ୍ତା ୪ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ହେବ। ଡିଡି ଓଡ଼ିଆରେ ସକାଳ ୮ଟା ୩୦ରୁ ରଥଟଣା...

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ

ଚିତ୍ରକୋଣ୍ଡା,୧୦।୨(ଡି.ଏନ୍‌.ଏ.): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ସୋମବାର ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ସେ ବଡ଼ପଡାଠାରେ ଥିବା ସରକାରୀ...

ନିଯୁକ୍ତିରେ ନୈରାଶ୍ୟ

ରାୟଗଡ଼ାରେ ବର୍ଷକୁ ପ୍ରାୟ ୧୦ ହଜାର ଶିକ୍ଷିତ ଯୁବତୀ ଯୁବକ ବାହାରୁଛନ୍ତି। ଏହାସହ ପାଠ ପଢ଼ି ନ ଥିବା କିମ୍ବା ଅଧାରୁ ପାଠ ଛାଡ଼ିଥିବା ଯୁବପିଢ଼ିଙ୍କ...

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖିବା ପ୍ରସଙ୍ଗ: ଶ୍ୱେତପତ୍ର ଦାବି କଲା ଭାଜପା

ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ରବିବାର ଏକ...

ପାଲିଙ୍କିରେ ଆସି ରଥାରୂଢ଼ ହୁଅନ୍ତି ଶ୍ରୀଗୁରୁଦେବ

କାକଟପୁର, ୨।୭(ଡି.ଏନ୍‌.ଏ.): ରଥଯାତ୍ରାକୁ ଆଉ ରହିଲା ୨ଦିନ। ମଙ୍ଗଳବାର ନେତ୍ରୋତ୍ସବ ଥିବାବେଳେ ବୁଧବାର ନବଯୌବନ ଦର୍ଶନ। ଗୁରୁବାର ଶ୍ରୀଜୀଉମାନେ ରଥାରୁଢ଼ ହୋଇ ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ...

କରୋନା ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ

ବାମରା, ୩୦।୩ (ଡି.ଏନ.ଏ.)-ବର୍ତ୍ତମାନ କରୋନା ପାଇଁ ସାରା ଦେଶ ସମ୍ପୂର୍ଣ୍ଣ ଲକ ଡାଉନ ପରିସ୍ଥିତିରେ ଗତି କରୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଜିଲା...

ପ୍ୟାକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ/ପଦ୍ମପୁର,୨୬।୭: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକ ଖଗେଶ୍ବର ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି...

ଏଡିଏମ୍‌ଙ୍କ ହସ୍ତକ୍ଷେପ ଲୋଡ଼ିଲେ ପ୍ରଭାବିତ ପରିବାର

ସୁକିନ୍ଦା, ୯ା୨(ଡି.ଏନ୍‌.ଏ.): ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରେ ଖଣି ଖାଦାନ ସଂଲଗ୍ନ ଅଞ୍ଚଳର ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବରେ ପ୍ରଭାବିତ ହେଉଥିବା ଲୋକମାନଙ୍କ ଜୀବନ ଧାରଣ ମାନର...

Leave a comment

Your email address will not be published. Required fields are marked *