ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ

ବନ୍ତଳା,୮।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ପୁରୁଣା କୋଟ ଥାନା ସାରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମ ଆମ୍ବ ତୋଟାରେ ମଙ୍ଗଳବାର ସକାଳେ ସୁଶୀଲ ଦାସ (୧୯) ଓରଫ ଟିନୁଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତାଙ୍କୁ ଚାରିରୁ ପାଞ୍ଚଜଣ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି। ଏ ନେଇ ସୁଶୀଲଙ୍କ ବାପା କରୁଣା ଦାସ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହକୁ ଜବତ କରି ତଦନ୍ତ କରୁଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ସୁଶୀଲ ସୋମବାର ରାତିରେ ବନ୍ତଳା ଥାନା ପୁରୁଣା ଗଡ଼ ବଡଦାଣ୍ଡ ସାହି ଶୁକ୍ରବାର ସାପ୍ତାହିକ ହାଟ ନିକଟକୁ ଦଶହରା ନାଚ ଦେଖିବା ପାଇଁ ଯାଇ ଭୋର ଦୁଇଟାରେ ଘରକୁ ଫେରିଥିଲେ। ଏହାପରେ ଏକ ଟ୍ରଚ୍ଚ ଲାଇଟ୍‌ ଧରି ବାହାରକୁ ଯାଇ ସୁଶୀଲ ଆଉ ଫେରି ନ ଥିଲେ। ମଙ୍ଗଳବାର ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଛି। ପ୍ରେମ ସମ୍ପର୍କକୁ ନେଇ ଯୋଜନାବଦ୍ଧ ଭାବରେ ଏକାଧିକ ଲୋକ ମିଶି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।


All Right Reserved By

ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୮।୬(ଡି.ଏନ.ଏ.): ଭବାନୀପାଟଣା ପୌର ସଂସ୍ଥା ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଶନିବାର ଅପରାହ୍ନ ୪ଟାରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ...

ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ : ପାସ୍‌ ହାର ୯୨.୨୧%

କେନ୍ଦୁଝର, ୨ା୬(ସ୍ବ.ପ୍ର.)-ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି ା ପାସ ହାର ରହିଛି ୯୨.୨୧% ରହିଥିବା...

ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଛି ଖାଦ୍ୟ: ଅଧିକାଂଶ ଉଦ୍ୟୋଗର ଲାଇସେନ୍ସ ନାହିଁ

ନବରଙ୍ଗପୁର,୨୪।୭(ବି.ପ୍ର.)-ନବରଙ୍ଗପୁର ଜିଲାର ବିଭିନ୍ନ ବ୍ଲକରେ ଉଦ୍ୟୋଗମାନଙ୍କ ଦ୍ୱାରା ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ୟାକେଟ ଜରିଆରେ ବଜାରରେ ବିକ୍ରି ହେଉଛି। ବିନା ସରକାରୀ ନିୟମରେ ସାରା...

ଧାମରାରୁ ଧରାହେଲେ ୧୦ ବିରଳ ମାଛ: କିଲୋ ପ୍ରତି ୫ରୁ ୬ ହଜାର ଟଙ୍କା

ଚାନ୍ଦବାଲି, ୨୦।୬ (ଡି.ଏନ.ଏ) – ଭଦ୍ରକ ଜିଲା ଧାମରା ମାଛଧରା ବନ୍ଦର ଅଧୀନ ଚନ୍ଦନୀପାଳ ମାଛଧରା କେନ୍ଦ୍ର(ବେସ୍‌)ରେ ଏକପ୍ରକାର ବିରଳ ପ୍ରଜାତିର ୧୦ଟି ମାଛ ଗୁରୁବାର...

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

ହାଟଡିହୀ, ୧୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ଅଣା ଗ୍ରାମରେ ପ୍ରଦୀପ ମଲିକଙ୍କ ଘର ବାଡିରୁ କିଛି ଦିନ ତଳେ ଜଣେ...

ପିତୃପକ୍ଷ ଆରମ୍ଭ: ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି

ପୁରୀ ଅଫିସ,୧୪ା୯: ଶନିବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ୧୫ ଦିନରେ ପିତୃପୁରୁଷଙ୍କ...

ବିସିିସି ବ୍ୟାଙ୍କ କୃଷି ଋଣ ଦେବ ୨୪୫ କୋଟି

ବ୍ରହ୍ମପୁର ଅଫିସ,୨ା୭-ଚଳିତ ବର୍ଷର ଖରିଫ ଧାନ ଫସଲ ପାଇଁ ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ଗଞ୍ଜାମ ଓ ଗଜପତି ଜିଲାର ଚାଷୀଙ୍କୁ ୨୪୫ କୋଟି...

ଚାଷୀଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବି: ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ଦାବିପତ୍ର

ଜୁନାଗଡ,୨୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ସୋମବାର ଜୁନାଗଡ ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗଙ୍କ ଜରିଆରେ ଜିଲା ଉପକୃଷି ନିର୍ଦ୍ଦେଶକଙ୍କୁ ଏକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *