Posted inଜାତୀୟ

ବାୟୁସେନା ଦିବସରେ ଶକ୍ତି ପ୍ରଦର୍ଶନ କଲା ଭାରତ: ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଲା

ଗାଜିଆବାଦ୍‌,୮।୧୦: ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦ୍‌ର ହିଣ୍ଡେନ୍‌ ବାୟୁସେନା ଏୟାର ବେସ୍‌ରେ ଏୟାର ଚିଫ୍‌ ମାର୍ଶାଲ ରାକେଶ କୁମାର ସିଂ ଭଦୌରିୟା, ସେନା ପ୍ରମୁଖ ବିପିନ ରାଓ୍ବତ ଏବଂ ନୌସେନା ମୁଖ୍ୟ କରମବୀର ସିଂଙ୍କ ଉପସ୍ଥିତରେ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ଚିନୁକ୍‌, ଆପାଚେ, ଜାଗୁଆର, ବିସନ, ମିଗ୍‌-୨୯, ମିରେଜ୍‌-୨୦୦୦ ଏବଂ ଏସ୍‌ୟୁ-୩୦ ଏମ୍‌କେଆଇ ଯୁଦ୍ଧ ଜେଟ୍‌ ବିମାନ ଚିତାକର୍ଷକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ୧୯୩୨ ଅକ୍ଟୋବର ୮ରେ ବ୍ରିଟିଶ୍‌ ଶାସନ ସମୟରେ ଭାରତୀୟ ବାୟୁସେନା ରୟାଲ ଇଣ୍ଡିଆନ୍‌ ଏୟାର ଫୋର୍ସ ଭାବେ ପ୍ରତିଷ୍ଠା ହୋଇଥିଲା। ପରେ ୧୯୫୦ରେ ଏହା ଭାରତୀୟ ବାୟୁସେନା ଭାବେ କାର୍ଯ୍ୟ ଆରମ୍ଭ କରିଥିଲା।


All Right Reserved By Dharitri.Com

ବିହାର ଅଂଶୁଘାତରେ ତିନି ଦିନରେ ଗଲାଣି ୨୪୬ ଜୀବନ: ସଂସ୍କାର ପାଇଁ କାଠ ଅଭାବ

ପାଟଣା, ୧୮।୬: ବିହାରରେ ପ୍ରଚଣ୍ଡ ରୌନ୍ଦ୍ରତାପ ଯୋଗୁ ଜନଜୀବନ ଦୁର୍ବିସହ ହୋଇପଡିଛି। ସେଠାରେ ଅଂଶ୍‌ୁଘାତରେ ଗତ ୩ ଦିନ ମଧ୍ୟରେ ୨୪୬ଜଣଙ୍କ ଜୀବନ ଗଲାଣି। ପରିସ୍ଥିତି...

ପୁଣିଥରେ ମିଗ୍‌-୨୧ ଉଡାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୨୨।୮: ଭାରତୀୟ ବାୟୁସେନର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ପୁଣିଥରେ ମିଗ୍‌-୨୧ ବିମାନ ଉଡାଇଥିବା ପ୍ରକାଶ କରିଛନ୍ତି ଜଣେ ବାୟୁସେନା ଅଧିକାରୀ। ବେଙ୍ଗାଲୁରୁରେ ଥିବା ବାୟୁସେନାର...

ମହାରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ

ଲାହୋର,୧୨ା୮(ପି.ଟି.): ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପଞ୍ଜାବକୁ ୪୦ ବର୍ଷ ଧରି ଶାସନ କରିଥିବା ମହାରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତିକୁ ଲାହୋରରେ ପାକିସ୍ତାନୀମାନେ ଭାଙ୍ଗିଦେଇଛନ୍ତି। ରଣଜିତ୍‌ ସିଂଙ୍କ...

ଭାଜପା ନେଇଛି ରାଜନୈତିକ ପ୍ରତିଶୋଧ: ସଲମାନ୍‌ ଖୁର୍ଶିଦ୍‌

ନୂଆଦିଲ୍ଲୀ,୨୨।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯିବା ଘଟଣାରେ ଏବେ ଦେଶର ରାଜନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ଏନେଇ...

ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨୪ା୭(ପି.ଟି.): ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ପାସ୍‌ ହୋଇଥିବାବେଳେ ବିଜେଡି ଏହାକୁ ସମର୍ଥନ କରିଛି। କେନ୍ଦୁଝରର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏନେଇ...

ଅଯୋଧ୍ୟାରେ ହାଇ ଆଲଟ

ଅଯୋଧ୍ୟା,୧୫ା୬(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଅଯୋଧ୍ୟା ସହରରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା ଗୋଇନ୍ଦା ସୂଚନା ମିଳିବା ପରେ ଏହାକୁ ହାଇ ଆଲର୍ଟରେ ରଖାଯାଇଛି। ଆତଙ୍କବାଦୀମାନେ ନେପାଳ ଦେଇ...

ସୋପେରରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ଚାଳନା: ୨ ବର୍ଷର ଶିଶୁ କନ୍ୟା ସହିତ ୪ ଆହତ

ଶ୍ରୀନଗର,୭।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛି। ଶନିବାର ଉତ୍ତର କଶ୍ମୀରର ସୋପେର ଜିଲାରେ...

ଉନ୍ନାଓ ପୀଡିତାଙ୍କର ଏମ୍ସରେ ହେବ ଚିକିତ୍ସା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୮: ଦୁର୍ଘଟଣାର ଶିକାର ହୋଇ କିଙ୍ଗ ଜର୍ଜସ୍‌ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଉତ୍ତର ପ୍ରଦେଶର ଉନ୍ନାଓ ପୀଡିତାଙ୍କର ଚିକିତ୍ସା ଏବେ ଦିଲ୍ଲୀ ସ୍ଥିତ ଅଲ୍‌...

Leave a comment

Your email address will not be published. Required fields are marked *