ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା: ୨ ଗିରଫ

ରେମୁଣା, ୭।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ଥାନା ଅନ୍ତର୍ଗତ କ୍ଷୀରଚୋରା ପେଟ୍ରୋଲ ପମ୍ପରେ ରବିବାର ବିଳମ୍ବିତ ରାତିରେ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନିଆବାଗର ପ୍ରକାଶ ଦାସ ଓ ପ୍ରଭାସ ଶଙ୍କର ଦାସ। ସୋମବାର ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ନିଆବାଗର କେତେକ ଯୁବକ ବାଲଗୋପାଲପୁରସ୍ଥିତ ଉକ୍ତ ପେଟ୍ରୋଲ ପମ୍ପରୁ ତେଲ ପକାଇ ଯାଇଥିଲେ। ସେହି ଯୁବକମାନେ ପୁଣିଥରେ ସେଠାକୁ ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପର କର୍ମଚାରୀଙ୍କଠାରୁ ୩,୫୦୫ ଟଙ୍କା ଛଡ଼ାଇନେବା ସହ ମେଶିନ ଭାଙ୍ଗି ଦେଇଥିଲେ। ଏ ନେଇ ପେଟ୍ରୋଲ ପମ୍ପର କର୍ମଚାରୀ ରାମମିଲନ ଯାଦବଙ୍କ ଲିଖିତ ଅଭିଯୋଗ କ୍ରମେ ରେମୁଣା ଥାନାରେ ମାମଲା(ନଂ.୧୪୫/୧୯) ରୁଜୁ କରାଯାଇ ପ୍ରକାଶ ଓ ପ୍ରଭାସଙ୍କୁ ଗିରଫ କରାଯାଇଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି।


All Right Reserved By Dharitri.Com

ପଥରରେ ଛେଚି ଯୁବକଙ୍କୁ ହତ୍ୟା

କେନ୍ଦୁଝର,୧୫ା୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ରେବଣା ଗ୍ରାମ ଛକ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପଥର ଛେଚି ହତ୍ୟା କରାଯାଇଛି।...

ବାତ୍ୟା ଆଶଙ୍କା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ରାଜନଗର,୬।୧୧(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବୁଧବାର ସଚେତନ କରାଯାଇଛି। ଏ...

ଭାଟସାହି ଗ୍ରାମରେ ଖଟ ବୁଲିବା ଘଟଣା: ଗିରଫ ହେଲେ ଗୁଣିଆ

ନୟାଗଡ଼ ଅଫିସ,୩।୧୧-ନୟାଗଡ଼ ଟାଉନ ଥାନା ଭାଟସାହି ଗ୍ରାମରେ ଖଟବୁଲା ଘଟଣାରେ ପୋଲିସ ଶନିବାର ସମ୍ପୃକ୍ତ ଗୁଣିଆକୁ ଗିରଫ କରିଛି। ଗିରଫ ଗୁଣିଆ ଜଣଙ୍କ ହେଲେ ବେଲବଣି...

ବଟି ପାଇଁ କ୍ରଶର ମ୍ୟାନେଜରଙ୍କୁ ଗୁଳି

କୋରାପୁଟ,୭ା୧୧(ସ୍ବ.ପ୍ର.): କୋରାପୁଟ ଜିଲା ମାଛକୁଣ୍ଡ ଥାନା ସିଲପଣ୍ଡି ଗ୍ରାମସ୍ଥିତ ଏସ୍‌ଇପିଏଲ କ୍ରଶର ୟୁନିଟରେ ଟଙ୍କା ଆଦାୟ କରିବାକୁ ଯାଇ ବୁଧବାର ରାତିରେ ସେଠାକାର ମ୍ୟାନେଜରଙ୍କୁ ଗୁଳି...

ବର୍ଷା ପାଇଁ ଇନ୍ଦ୍ରପୂଜା କଲେ ତରବୋଡ ଗ୍ରାମବାସୀ

ନୂଆପଡା ଅଫିସ/ତରବୋଡ,୪।୮(ଡି.ଏନ.ଏ.)ନୂଆପଡା ଜିଲାରେ ଲାଗ ଲାଗ ମରୁଡି ପରିସ୍ଥିତି ଉପୁଜୁଛି । ଗତବର୍ଷ ଭଳି ଏଥର ମଧ୍ୟ ଜିଲାବ୍ୟାପି ମରୁଡି ସ୍ଥିତି ଆସିଥିବାବେଳେ ଚାଷୀକୂଳ ଇତସ୍ତତଃ...

ପ୍ରକୃତିର ଉପାସନା ଚୁରାଖାଇ ଯାତ୍‌ରା

ଗୁଡ଼ଭେଲିପଦର, ୩।୧୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍‌ରା...

ଯୋଡାରେ ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ:କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ତଦାରଖ କଲେ

ଯୋଡ଼ା,୩।୮(ଡି.ଏନ.ଏ.)- ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପଶାସନ ସଚିବ ତଥା ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା...

ଲୋ-ଭୋଲ୍‌ଟେଜ ସମସ୍ୟା ଅନୁଧ୍ୟାନ

ଚମ୍ପୁଆ,୨ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତର ଲକ୍ଷ୍ମୀପଶି ଅଞ୍ଚଳରେ ଦୀର୍ଘଦିନ ଧରି ଲୋ-ଭୋଲ୍‌ଟେଜ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ପ୍ରତିକାର...

Leave a comment

Your email address will not be published. Required fields are marked *