ଓଳଗରେ ବାଡ଼ି, ଖଣ୍ଡା ପୂଜା

ଆରଡ଼ି, ୭।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବଡ଼ଓଳଗ ଓ ସାନଓଳଗରେ ବିଲ୍ବବରଣଠାରୁ ଚାଲିଛି ମା’ ଦୁର୍ଗାଙ୍କ ପୂଜା। ସୋମବାର ମହାନବମୀରେ ମା’ଙ୍କ ପାଖରେ ଚଣ୍ଡି ଓ ହୋମ କରାଯାଇଥିଲା। ଏଠାରେ ମଣ୍ଡପରେ ରଖାଯାଇ ପୂଜା ହେଉଥିବା ବାଡ଼ି ଓ ଖଣ୍ଡାରେ ପୂଜକ ବିଧି ମୁତାବକ ସିନ୍ଦୂର ଲଗାଇଥିଲେ। ଏହି ସିନ୍ଦୂର ଲଗା ପର୍ବ ଦେଖିବାକୁ ଉଭୟ ଗ୍ରାମରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। କଥିତ ଅଛି ଯେ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ମହାନବମୀରେ ରାବଣକୁ ମାରିବା ପାଇଁ ନିଜ ଅସ୍ତ୍ରକୁ ସିନ୍ଦୂର ଲଗାଇ ଅନ୍ତିମ ପୂଜା କରିଥିଲେ। ଦଶହରାରେ ସେହି ଅସ୍ତ୍ରରେ ସେ ରାବଣକୁ ବଧ କରିଥିଲେ। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରାୟ ୪ ଶହ ବର୍ଷ ହେବ ୨ ଗଁାରେ ବସବାସ କରୁଥିବା କ୍ଷତ୍ରୀୟମାନେ ଦୁର୍ଗାଦେବୀଙ୍କୁ ପୂଜା କରୁଛନ୍ତି। ଏଥିସହ ନିଜ ଘରେ ରଖାଯାଇଥିବା ବାଡ଼ି, ଖଣ୍ଡା, ତେଣ୍ଟା, ଧୁଶର ଆଦି ଅସ୍ତ୍ରଶସ୍ତ୍ର ବଂଶାନୁକ୍ରମେ ପୂଜା ହୋଇଆସୁଛି। ଖାଲି ସେତିକି ନୁହେଁ ଦଶହରାରେ ପୂଜା ପାଉଥିବା ଖଣ୍ଡା ଓ ବାଡ଼ିକୁ ଆଣି ଗଁାର ପିଲା, ଯୁବକ ଓ ବୃଦ୍ଧମାନେ ବାଦ୍ୟର ତାଳେ ତାଳେ ବୁଲାଇଥାନ୍ତି। ଅପରାହ୍ନରେ ଦଶହରା ପଡ଼ିଆରେ ଧନୁଶର ଆଣି ୨ ଗଁାର ଯୁବକ ୧୦୦ ମିଟର ବ୍ୟବଧାନରେ ପୋତା ଯାଇଥିବା କଦଳୀ ଗଛକୁ ଲକ୍ଷ୍ୟ କରି ତୀର ମାରି ନିଜ ବଂଶ ପରମ୍ପରାକୁ ବଜାୟ ରଖନ୍ତି।


All Right Reserved By Dharitri.Com

ରିତେଶ ହତ୍ୟାକାରୀଙ୍କୁ ଫାଶୀ ଦିଅ

ଫୁଲବାଣୀ ଅଫିସ,୧୧।୬ – ଦାରିଙ୍ଗବାଡିର ଶିଶୁ ରିତେଶ ପ୍ରଧାନଙ୍କୁ ମେ’ ୫ରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ସ୍ବତନ୍ତ୍ର କୋର୍ଟ ଜରିଆରେ ତୁରନ୍ତ ବିଚାର...

ଶ୍ରୀମନ୍ଦିର ଭିତରେ ଟିକ୍‌ଟକ୍‌

ପୁରୀ ଅଫିସ,୨୯ା୧୦: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ। କେତେ ବେଳେ ଭକ୍ତ ସେଲ୍‌ଫି ନେଇ ପୋଷ୍ଟ କରୁଛନ୍ତି ତ ଆଉ...

ରାସ୍ତା ପାରବେଳେ ଜୀବନ ହାରୁଛନ୍ତି ଜୀବଜନ୍ତୁ: ଅଣ୍ଡରପାସ୍‌ ନିର୍ମାଣ ଦାବି

କେନ୍ଦୁଝର, ୨୩ା୮ (ସ୍ବ.ପ୍ର.)-ରାଜ୍ୟ ଏବଂ କେନ୍ଦ୍ର ସରକାର ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହା ଠିକ୍‌ ଭାବେ...

ନିର୍ଣ୍ଣାୟକ ଲଢ଼େଇ ନେଇ ଶ୍ରମିକଙ୍କ ପ୍ରସ୍ତୁତି

ରାଉରକେଲା ଅଫିସ,୧୪।୭ – ସୁନ୍ଦରଗଡ଼ ଜିଲାର ଅନ୍ୟତମ ପ୍ରମୁଖ ଘରୋଇ ଶିଳ୍ପ କାରଖାନା ଆଧୁନିକ ମେଟାଲିକ୍ସର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଖାନାରେ ଏବେ...

ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିରେ ଅଗ୍ନିକାଣ୍ଡ: ଜଳିଗଲା ପିସି ମେଶିନ

ତାଳଚେର,୨୬।୧୦(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଏମ୍‌ସିଏଲ୍‌ଠାରେ ଥିବା ଜଗନ୍ନାଥ କୋଇଲା ଖଣିରେ ଶନିବାର ଅଗ୍ନିକାଣ୍ଡ ଘଟି ଏକ ପିସି ମେଶିନ ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣାରେ ଗାଡ଼ିଚାଳକ...

ନିଖୋଜ ନାବାଳିକା ୭ ଦିନ ପରେ ଉଦ୍ଧାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗଁ।,୨୮।୭ (ଡି.ଏନ.ଏ.): ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗଁ। ଥାନା ମାର୍ଦ୍ଦିପଙ୍କା ଅଞ୍ଚଳରୁ ନିଖୋଜ ନାବାଳିକାଙ୍କୁ ୭ଦିନ ପରେ ବ୍ରାହ୍ମଣୀଗାଁ ପୋଲିସ ଶନିବାର ଦାରିଙ୍ଗବାଡ଼ି ଚାରିଛକରୁ ଉଦ୍ଧାର କରିଛି...

ଖୁଡ଼ୀ ହତ୍ୟାକାରୀ ପୁତୁରାଙ୍କୁ ଆଜୀବନ ଜେଲ

ଅନୁଗୋଳ ଅଫିସ, ୨୩।୮-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜଳତାପ ଗ୍ରାମରେ ୨୦୧୮ରେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ଗୁରୁବାର ଅନୁଗୋଳ ଆଡିଶନାଲ ଡିଷ୍ଟ୍ରିକ୍ଟ...

ଜରପଡା ଥାନା ଅଞ୍ଚଳରୁ ନଷ୍ଟ କରାଗଲା ୩୨୦ ଗଞ୍ଜେଇ ଗଛ

ଛେଣ୍ଡିପଦା,୨୬।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଜରପଡ଼ା ଥାନା କଞ୍ଜରା ଗ୍ରାମରେ ଅବକାରୀ ପୋଲିସ ଓ ବନବିଭାଗ ମିଳିତ ଚଢାଉରେ ମଙ୍ଗଳବାର ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟକରାଯାଇଛି।...

Leave a comment

Your email address will not be published. Required fields are marked *