ବଜ୍ରପାତରେ ଗାଈ ଜଗୁଆଳି ମୃତ

ଲଖନପୁର, ୭।୧୦(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣେ ଗାଈ ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖଲିଆବାହାଳ ଗ୍ରାମର ଡୋଲାମଣି ବାଗ(୫୫)।
ସୂଚନାଥାଉକି, ଡୋଲାମଣି ପ୍ରତିଦିନ ଭଳି ଗତ ରବିବାର ଗାଈ ଚରାଇବାକୁ ଯାଇଥିଲେ। ଗାଈଚରାଇ ଅପରାହ୍ନରେ ଘରକୁ ଫେରିବା କଥା। କିନ୍ତୁ ସା ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ ମଧ୍ୟ ଗାଈଗୁଡ଼ିକ ଫେରି ଆସିଥିଲେ। ଫଳରେ ପରିବାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ରାତିରେ ପରିବାର ଲୋକେ ଗ୍ରାମବାସୀଙ୍କ ସହ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ଗାଁଠାରୁ କିଛି ଦୂରରେ ଥିବା ଏକ ମହୁଲ ଗଛମୂଳରେ ଡୋଲାମଣିଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ତାଙ୍କ ପିଠିର କିଛିଅଂଶ ପୋଡିଯାଇଛି। ମହୁଲଗଛଟି ମଧ୍ୟ ବଜ୍ରପାତରେ ପୋଡିଯାଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ବେଆଇନ ପଥର ଖନନ ବନ୍ଦ ଦାବି

ବନ୍ତଳା,୪।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳା ଥାନା ଚମ୍ପତ୍ତିମୁଣ୍ଡା ରାଜସ୍ବ କାର୍ଯ୍ୟାଳୟ ଅଧୀନରେ ଥିବା ନନ୍ଦପୁର ପଞ୍ଚାୟତ ଚନ୍ଦନପୁର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ପଥର ଖୋଳାଯାଇ ଚୋରା...

ଖଟିଆରେ ବୁହାହେଲେ ଗର୍ଭବତୀ

ଦାରିଙ୍ଗବାଡ଼ି,୧୨ା୮(ଡି.ଏନ୍‌.ଏ.-ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ତାଜୁଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ରବିବାର ଅପରାହ୍ନରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନିଆଯାଉଥିବା ବେଳେ ଜଙ୍ଗଲ ରାସ୍ତାରେ ସେ ପ୍ରସବ...

ଓଡ଼ିଶା ଭାରୋତ୍ତୋଳନ ଚାମ୍ପିୟନଶିପ

ବ୍ରହ୍ମପୁର ଅଫିସ,୩୦ା୧୨-ଗଞ୍ଜାମ ଜିଲା ଭାରୋତ୍ତଳନ ସଂଘ ପକ୍ଷରୁ ୬୭ତମ ବରିଷ୍ଠ ପୁରୁଷ ଓ ୩୫ତମ ବରିଷ୍ଠ ମହିଳା ଓଡିଶା ଭାରୋତ୍ତୋଳନ ଚାମ୍ପିୟନଶିପ ରବିବାର ଅନୁଷ୍ଠିତ ହୋଇଯାଇଛି...

ତିନି ଭାଗରୁ ଭାଗେ

ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀର ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହା ପ୍ରତିଷ୍ଠା ହେଲେ ଓଡ଼ିଆ ଭାଷା,...

ଆନନ୍ଦପୁର ନିର୍ବାଚନମଣ୍ଡଳୀ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ

ହାଟଡ଼ିହୀ,୧୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟଠାରେ ହାଟଡିହୀ ବ୍ଲକ ବିଜେଡି ତରଫରୁ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’...

ପାଇଖାନା ଘରେ ବିତୁଛି ଜୀବନ: ସଂସାର ପଥରେ ୪ ଛୁଆଙ୍କୁ ଧରି ଏକାକୀ

କେନ୍ଦୁଝର, ୨୮ା୭(ସ୍ବ.ପ୍ର.)-ସରକାର ଗରୀବ ଗୃହ ହୀନ ଲୋକଙ୍କୁ ବିଭିନ୍ନ ଆବାସିକ ଯୋଜନାରେ ଘର ପ୍ରଦାନ କରିଲେ ହେଁ ବହୁ ଗରିବ ଲୋକ ଏଥିରୁ ବଞ୍ଚିତ ରହୁଛନ୍ତି।...

ଅଧାପନ୍ତରିଆ ପ୍ରକଳ୍ପ ସାରିବାକୁ ନାହିଁ ଆନ୍ତରିକତା

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୧୪-୧:ଯାଜପୁର ଜିଲାର ଜଳ, ଖଣିଜ ସମ୍ପଦ, ପରିବହନ, ଶିଳ୍ପ ପ୍ରଭୃତି କ୍ଷେତ୍ରରୁ ବାର୍ଷିକ କୋଟିକୋଟି ଟଙ୍କାର ରାଜସ୍ବ ଆଦାୟ ହେଉଛି। କିନ୍ତୁ ଲୋକେ ଯାହା...

ଘରଭଙ୍ଗା କାର୍ଯ୍ୟରେ ଲଗାଇଲେ ପ୍ରଧାନ ଶିକ୍ଷକ: ଛାତ୍ରୀଛାତ୍ରଙ୍କ ହାତରେ ଶାବଳ, କୋଡ଼ି

ବନ୍ତଳା,୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କଣ୍ଟକୁଳ ପଞ୍ଚାୟତ ଜମ୍ବୁଗଡ଼ିଆ ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶନିବାର ଛାତ୍ରୀଛାତ୍ରମାନଙ୍କୁ ଘର ଭଙ୍ଗା କାର୍ଯ୍ୟରେ...

Leave a comment

Your email address will not be published. Required fields are marked *