ଭାରତର ଏହି ୫ ସ୍ଥାନରେ ଅଛି ରାବଣ ମନ୍ଦିର

ସମଗ୍ର ଦେଶରେ ଏବେ ଶାରଦ ପୂଜାର ମାହୋଲ। ଚଳଚଞ୍ଚଳ ଗଁାଠୁ ସହର। ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ସୁନ୍ଦର ସୁନ୍ଦର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ଝଲସୁଛି। ତେବେ ଏହି ନବରାତ୍ରିର ମୁଖ୍ୟ ଆକର୍ଷଣୀୟ ହେଉଛି ଦଶହରା। ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବକୁ ଦଶମୀ ବା ଦଶହରା ଭାବେ ପାଳନ କରାଯାଏ। ନବରାତ୍ରିର ୯ଦିନ ପୂରା ହେବା ପରେ ଦଶମୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ରାବଣଙ୍କୁ ବଧ କରି ମାତା ସୀତାଙ୍କୁ ତାଙ୍କ କବଳରୁ ଉଦ୍ଧାର କରିଥିଲେ। ଦଶାନନ ରାବଣ ଖ୍ୟାତନାମା ବିଦ୍ୱାନ୍‌ ଥିଲେ। କିନ୍ତୁ ସୀତାଙ୍କୁ ହରଣ କରିବା ପରେ ସମସ୍ତେ ତାଙ୍କୁ ରାକ୍ଷସ ବୋଲି ବିବେଚନା କରିଥିଲେ। ହେଲେ ତାଙ୍କର ବିଦ୍ୱାନତା ଯୋଗୁ ଭାରତର ଏଭଳି ସ୍ଥାନ ରହିଛି, ଯେଉଁଠାରେ ରାବଣଙ୍କ ମନ୍ଦିର ରହିଥିବା ବେଳେ ତାଙ୍କୁ ଭଗବାନ ରୂପେ ପୂଜା କରାଯାଏ।
କୋଲାର: କର୍ନାଟକ କୋଲାରର ମାଲବଲ୍ଲୀରେ ରାବଣଙ୍କ ଏକ ମନ୍ଦିର ରହିଛି। ରାବଣ ଭଗବାନ ଶିବଙ୍କ ପରମ ଭକ୍ତ ଥିବା ଯୋଗୁ କୋଲାରରେ ରାବଣଙ୍କ ପୂଜା କରାଯାଏ। କୋଲାରରେ ଲଙ୍କେଶ୍ୱର ମହୋତ୍ସବ ସମୟରେ ରାବଣଙ୍କର ପୂଜାର୍ଚ୍ଚନା କରାଯାଇ ତାଙ୍କର ଏକ ଶୋଭାଯାତ୍ରା ବାହାରିଥାଏ। ଏହି ଶୋଭାଯାତ୍ରାରେ ରାବଣଙ୍କ ସହ ଭଗବାନ୍‌ ଶିବଙ୍କ ମୂର୍ତ୍ତିକୁ ମଧ୍ୟ ସହର ପରିକ୍ରମା କରାଯାଇଥାଏ।
ବିଦିଶା: ମଧ୍ୟପ୍ରଦେଶ ରାଜ୍ୟ ବିଦିଶାରେ ରାବଣଙ୍କ ସ୍ତ୍ରୀ ମନ୍ଦୋଦରୀଙ୍କ ଜନ୍ମସ୍ଥାନ। ଏଠାରେ ରାବଣଙ୍କ ୧୦ ଫୁଟ ଉଚ୍ଚତାର ଏକ ପ୍ରତିମା ରହିଛି। ବିଦିଶାରେ ଲୋକମାନେ ଦଶହରା ଦିନ ରାବଣଙ୍କୁ ପୂଜା କରିଥାନ୍ତି। ଏଥିସହ ବିବାହ କାର୍ଯ୍ୟ ହେଉ କି ଅନ୍ୟ ଶୁଭକାର୍ଯ୍ୟରେ ଲୋକେ ଏହି ମୂର୍ତ୍ତିକୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି।
ମନ୍ଦସୌର: ମଧ୍ୟପ୍ରଦେଶର ମନ୍ଦସୌରରେ ତିଆରି ହୋଇଥିବା ପ୍ରଥମ ମନ୍ଦିର ହେଉଛି ରାବଣ ମନ୍ଦିର। ଏଠାରେ ରାବଣଙ୍କ ରୁଣ୍ଡି ନାମକ ଏକ ବିଶାଳ ମୂର୍ତ୍ତିକୁ ପୂଜା କରାଯାଇଥାଏ। ଏହି ମନ୍ଦିରରେ ପୂଜା କରିବା ସମୟରେ ମହିଳାମାନେ ମୁଣ୍ଡରେ ଓଢ଼ଣା ପକାଇଥାନ୍ତି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଏହା ମନ୍ଦୋଦରୀଙ୍କ ବାପଘର ଥିବାରୁ ରାବଣଙ୍କୁ ମନ୍ଦସୌରର ଜ୍ୱାଇଁ ବୋଲି ମାନି ନିଆଯାଏ। ମନ୍ଦୋଦରୀଙ୍କ ନାମରେ ଏହି ସ୍ଥାନକୁ ନାମିତ କରାଯାଇଛି।
ବୈଜନାଥ କସବା: ପୌରାଣିକ ମତାନୁସାରେ ବୈଜନାଥ କସ୍‌ବାରେ ରାବଣ ଭଗବାନ ଶିବଙ୍କ କଠୋର ତପସ୍ୟା କରିଥିଲେ। ଏଠାରେ ରାବଣଙ୍କ କୌଣସି ମନ୍ଦିର ନ ଥିଲେ ମଧ୍ୟ ତାଙ୍କର ପୂଜା କରାଯାଇଥାଏ। ହିମାଚଳ ପ୍ରଦେଶର ଏହି ସ୍ଥାନରେ ରାବଣଙ୍କ କୁଶପୁତ୍ତଳିକାକୁ କେହି ଦାହ କରୁ ନ ଥିବା ଜଣାପଡ଼ିଛି।
ଦଶାନନ: କାନପୁରର ଶିବାଲା ଅଞ୍ଚଳରେ ଥିବା ଦଶାନନଙ୍କ ମନ୍ଦିର ବର୍ଷରେ ଥରେ ମାତ୍ର ଖୋଲିଥାଏ। ଦଶହରା ଦିନ ଏହି ମନ୍ଦିରରେ ରାବଣଙ୍କ ମୂର୍ତ୍ତିକୁ ଶୃଙ୍ଗାର କରାଯାଇ ଆଳତି କରାଯାଇଥାଏ। ଏଠାରେ କେବଳ ଦଶହରା ଦିନ ପୂଜା କରିବା ପାଇଁ ଅନୁମତି ମିଳିଥାଏ। ୧୯୮୦ରୁ ଏହି ମନ୍ଦିର ତିଆରି କରାଯାଇଥିବା ବେଳେ ପୂଜାର୍ଚ୍ଚନା ପାଇଁ ବହୁ ସଂଖ୍ୟାରେ ଲୋକେ ଏଠାକୁ ଆସିଥାନ୍ତି। ଏହି ମନ୍ଦିରରେ ତେଲରେ ଦୀପ ଜଳାଇଲେ ଲୋକଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।


All Right Reserved By Dharitri.Com

‘୩୭୦ ଉଚ୍ଛେଦ ଜାତୀୟ ପ୍ରସଙ୍ଗ’

ଚେନ୍ନାଇ,୧୨ା୮(ଆଇଏଏନ୍‌ଏସ୍‌) : ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଜାତୀୟ ପ୍ରସଙ୍ଗ ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ଏହା...

ତାମିଲନାଡୁରେ ଆରମ୍ଭ ହେଲା ‘ଫନୀ’ର ପ୍ରଭାବ

ଚେନ୍ନାଇ,୨।୫: ବତ୍ୟା ‘ଫନୀ’ ଏବେ ଉଗ୍ରରୂପ ନେଇ ଉପକୂଳ ମୁହାଁ। ଗୁରୁବାର ସକାଳେ ଏହାର ସାମନ୍ୟ ପ୍ରଭାବ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ଫଳରେ ନ୍ୟାଶନାଲ...

ମରଣ ମୁହଁରୁ ବର୍ତ୍ତିଲେ ବାଳକ

ସୁରଟ,୨୩।୮: ରଖିଲେ ହରି ମାରିବ କିଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରଟରେ। ଜଣେ ୭ବର୍ଷର ବାଳକ ଉପରେ କାର୍‌ ମାଡିଯାଇଥିଲା।...

ଅର୍ଶ ଭଲ କରେ ପିଜୁଳି

ପିଜୁଳିକୁ ହିନ୍ଦୀରେ ଅମୃଦ୍‌ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି...

ପଠାନକୋଟ ଏୟାରବେସ୍‌ରେ ସେନାର ଶକ୍ତି ବୃଦ୍ଧି କରିବ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ,୩।୯: ଗତ କିଛିିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅଶାନ୍ତ ବାତାବରଣକୁ ଦେଖି ଭାରତ କେତେଗୁଡିଏ ପଦକ୍ଷେପ ନେବାକୁ ସ୍ଥିର କରିଛି।...

ଅନୁଚ୍ଛେଦ ୩୭୦ ଜମ୍ମୁ-କଶ୍ମୀରରେ ସୃଷ୍ଟି କରିଛି ଆତଙ୍କବାଦ ପରିବେଶ: ମୋଦି

ଅହମ୍ମଦାବାଦ୍‌,୩୧।୧୦: ଅନୁଚ୍ଛେଦ ୩୭୦ କେବଳ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ପରିବେଶ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ...

ଭେଣ୍ଟିଲେଟରରୁ ଇସିଏମ୍‌ଓକୁ ଗଲେ ଜେଟଲୀ

ନୂଆଦିଲ୍ଲୀ,୧୭।୮: ରାଜଧାନୀ ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଭେଣ୍ଟିଲେଟରରୁ ଇସିଏମ୍‌ଓ ବା...

ରବିବାର ଆପଣାନ୍ତୁ ଏହି ଉପାୟ, ରହିବନି ଧନର ଅଭାବ

ସୁଖଶାନ୍ତିରେ ରହିବା ପାଇଁ ଆମେ କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରିଥାଉ। ଏହା ସତ୍ତ୍ୱେ ହାତରେ ଟଙ୍କାଟିଏ ରହେ ନାହିଁ। ତେବେ ରବିବାର ଏମିତି...

Leave a comment

Your email address will not be published. Required fields are marked *