ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା କୁହାଯାଉଛି। ସ୍ବିଜରଲାଣ୍ଡ ସରକାର ଭାରତ ସରକାରଙ୍କୁ ସ୍ବିସ ବ୍ୟାଙ୍କରେ ଅର୍ଥ ଜମା ରଖିଥିବା ଭାରତୀୟଙ୍କର  ତାଲିକା ପ୍ରଦାନ କରିଛନ୍ତି। ଏହି ତାଲିକାରେ ରହିଛି ଜମାକାରୀଙ୍କ ନାମ, ଠିକଣା, ଆକାଉଣ୍ଟ ନମ୍ବର, ନାଗରିକତ୍ବ ଥିବା ଦେଶ ଓ ଟିକସ ନମ୍ବର ଇତ୍ୟାଦି। ଏହି ତଥ୍ୟ ମିଳିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରୀ ଏଜେନ୍ସି ପକ୍ଷରୁ କୁହାଯାଇଛି। କେବଳ ଭାରତ ନୁହେଁ, ମୋଟ ୭୫ଟି ଦେଶକୁ ସ୍ବିଜରଲାଣ୍ଡ ଏହି ସୂଚନା ପ୍ରଦାନ କରିଛି। ଅନ୍ୟପଟେ ଏହାର ପରବର୍ତ୍ତୀ ତାଲିକା ୨୦୨୦ରେ ଭାରତକୁ ଦିଆଯିବ ବୋଲି ଜଣାପଡ଼ିଛି।


All Right Reserved By

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶକୁ ଫୁ: ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ କେହି ପହଞ୍ଚିଲେନି ସରକାରୀ କର୍ମଚାରୀ

ଲକ୍ଷ୍ନୌ,୨୮।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସରକାରୀ କର୍ମଚାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଶୁକ୍ରବାର ସକାଳ ୯ଟା...

ସୁଧହାର କମାଇଲା ଆରବିଆଇ

ନୂଆଦିଲ୍ଲୀ,୪।୧୦: ମୁଦ୍ରାନୀତି ସମୀକ୍ଷା ପରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ୫.୧୫ ପ୍ରତିଶତକୁ ରେପୋ ରେଟ...

ଆଇଏନ୍‌ଏକ୍ସ ମିଡିଆ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭୧ ପୂର୍ବତନ ଅଧିକାରୀ

ନୂଆଦିଲ୍ଲୀ,୬ା୧୦: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅର୍ଥ ମନ୍ତ୍ରଣାଳୟର ୪ ପୂର୍ବତନ ଅଫିସରଙ୍କ ବିରୋଧରେ ମାମଲାକୁ ନେଇ ୭୧ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚିନ୍ତାବ୍ୟକ୍ତ କରିବା...

ମେଡ଼ିସିନ୍‌ରେ ନୋବେଲ: ଏଥର ପାଇବେ ୩ ବୈଜ୍ଞାନିକ

ଷ୍ଟକ୍‌ହୋମ୍‌,୭।୧୦: ମେଡ଼ିସିନ୍‌ କ୍ଷେତ୍ରରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବେ। ସେମାନେ...

ଭାଜପାକୁ ଭୁଲରେ ଭୋଟ ଦେଇ ନିଜ ଅଙ୍ଗୁଳି କାଟିଲେ

ବୁଲନ୍ଦସହର,୨୦ା୪ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପବନ କୁମାର(୨୫) ନାମକ ଜଣେ ଦଳିତ ମତଦାତା ବିଏସ୍‌ପି ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ...

୧୧ବର୍ଷର ଝିଅକୁ ୩୩ବର୍ଷୀୟ ଯୁବକଙ୍କୁ ବିକିଦେଲେ ପିତା: ୩ ଦିନ ବଳାତ୍କାର କରି ଛାଡ଼ିଦେଲେ ଯୁବକ

ଭୋପାଳ, ୨୦।୫: ମଧ୍ୟ ପ୍ରଦେଶର ଛତରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମଦୁଆ ନିଜ ୧୧ବର୍ଷ ଝିଅଙ୍କୁ ୫୦ ହଜାର ଟଙ୍କାରେ...

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ...

କେନ୍ଦ୍ରରେ କଂଗ୍ରେସକୁ ଡ୍ରାଇଭର ସିଟ୍‌ ଦେବୁନି: କେସିଆର୍‌

ନୂଆଦିଲ୍ଲୀ/ହାଇଦ୍ରାବାଦ୍‌,୧୫ା୫ : କେନ୍ଦ୍ରରେ କାହାକୁ ସଂଖ୍ୟାଗରିଷ୍ଠତା ମିଳିବ, କାହା ନେତୃତ୍ୱରେ କେନ୍ଦ୍ର ସରକାର ଗଠନ ହେବ, ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଗଲାଣି। ତେବେ ଆଞ୍ଚଳିକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *