ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ ପଠନ ବା ପ୍ରାକ୍‌-ପଠନ, ପ୍ରାକ୍‌-ଲିଖନ ଆଦି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଜାତୀୟ ଶିକ୍ଷାନୀତିରେ ଶିଶୁଟି ୩+ ବେଳକୁ ପୁସ୍ତକ କିପରି ଖୋଲିବ, ପୁସ୍ତକ କିପରି ଓଲଟାଇବ, ବାଆଁରୁ ଡାହାଣକୁ ପଠନ ଆଦି ସମ୍ପର୍କରେ ଶିଶୁଟି ୩+ ବେଳକୁ ଜାଣିବ ଏବଂ ପୁସ୍ତକ ଦେଖି ପ୍ରି-ଟେଣ୍ଡ ରିଡିଂ ବା ଅନୁଭୂତି ଆଧାରିତ ପଠନ କରିବ, ପ୍ରାକ୍‌ ଲିଖନ କରିବ ସେ ସମ୍ପର୍କରେ ବର୍ଣ୍ଣନା ରହିଛି । ଏ ସବୁ ମୂଳରେ ରହିଛି ଶିଶୁବାଟିକାରେ କିମ୍ବା ଶିଶୁଙ୍କ ଅଙ୍ଗନଓ୍ବାଡି ହେଉ କିମ୍ବା ପ୍ରାଥମିକ ବିଦ୍ୟାଳୟରେ କେତେଦୂର ପୁସ୍ତକ ହାତପାଆନ୍ତାରେ ମିଳୁଛି ଏବଂ ଶିକ୍ଷକ ବା ଅଙ୍ଗନଓ୍ବାଡି ଦିଦି କେତେଦୂର ଶିଶୁଙ୍କୁ ପୁସ୍ତକ ସହ ପରିଚିତ କରାଉଛନ୍ତି!
ବିଦ୍ୟାଳୟର ପାଠାଗାର କିମ୍ବା ଗାଁ ପାଠାଗାର ହେଉ, ଯଦି ଏହା ସକ୍ର୍‌ିୟ ଥାଏ ତେବେ ନିଶ୍ଚିତ ଭାବରେ ପିଲାଟି ଦିନରୁ ବହି ପ୍ରତି ଆକୃଷ୍ଟ କରିବା ତଥା ବହି ମାଧ୍ୟମରେ ଭାଷାର ବିକାଶ ହୋଇଥାଏ।ପୁସ୍ତକଗୁଡ଼ିକ ଯଦି ସୁନ୍ଦର ପରିପାଟୀ ହୋଇଥାଏ, ତେବେ ତାହା ପିଲାମାନଙ୍କୁ ଆକର୍ଷିତ କରିଥାଏ।ନିକଟରେ ମୁଁ ବିଷମକଟକ ବ୍ଳକ୍‌ର କିଛି ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖୁଥିଲି, ଯେଉଁଠି ଶିଶୁଙ୍କ ପାଇଁ ପୁସ୍ତକ ଥିଲା, ପୁସ୍ତକଗୁଡ଼ିକ ମୁଖ୍ୟତଃ ଚିତ୍ରମୟ ଏବଂ କେତୋଟି ପୁସ୍ତକରେ କିଛି କିଛି ଲେଖା ଥିଲା । ଅବସର ସମୟରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀର ଶିଶୁମାନେ ପୁସ୍ତକରୁ ଚିତ୍ର ଦେଖୁଥିଲେ ଏବଂ ଚିତ୍ର ଦେଖି ନିଜେ ଚିତ୍ରକୁ ଆଧାରକରି ବାକ୍ୟ କିଏ ଶବ୍ଦ କିଏ କହୁଥିଲେ। ବେଳେ ବେଳେ ପୁସ୍ତକକୁ ଆଧାରକରି ଚିତ୍ର ମଧ୍ୟ କରୁଥିଲେ।
ବିଷମକଟକ ବ୍ଳକ୍‌ର କିରିବିରି ପ୍ରାଥମିକ ବିଦ୍ୟାଳୟକୁ ଦେଖୁଥିଲି।ସରକାରଙ୍କ ତରଫରୁ ବିଦ୍ୟାଳୟଗୁଡ଼ିକରେ କବିତା ପୋଷ୍ଟର ଆଦି ଦିଆଯାଇଛି, ଯାହାକି ଶିଶୁଙ୍କୁ ପାଠ୍ୟପୁସ୍ତକ ସହ ଚିତ୍ର ସାଙ୍ଗକୁ କାହାଣୀ ପୁସ୍ତକ ବ୍ୟବହାର ସମ୍ପର୍କରେ ଆଗ୍ରହ ସୃଷ୍ଟି ହୋଇପାରିବ।ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ କର୍ଣ୍ଣର ତିଆରି ହୋଇଛି। ସେଥିମଧ୍ୟରେ ଲାଇବ୍ରେରି କର୍ନର ରହିଛି। ବିଦ୍ୟାଳୟରେ ପୁସ୍ତକଗୁଡ଼ିକ ଏକ ଝୋଟ ବ୍ୟାଗ୍‌ରେ ରଖାଯାଇଥିଲା, ଶିଶୁମାନେ ଯେତେବେଳେ ଚାହିଁବେ ବା ଶିକ୍ଷାଦାନ ଚାଲି ନ ଥିବା ବେଳେ ପୁସ୍ତକ ନେଇ ପଢ଼ିପାରିବେ ବା ବ୍ୟବହାର କରିପାରିବେ। ସେଠାକାର ପିଲାଙ୍କ ସହ କଥାବାର୍ତ୍ତା ହେଉଥିଲି, ଶିଶୁମାନେ ପୁସ୍ତକ ନେଇ ପଢ଼ୁଛନ୍ତି ବୋଲି କହୁଥିଲେ, ପୁସ୍ତକଗୁଡ଼ିକର ନାମ ମଧ୍ୟ କହିପାରୁଥିଲେ।ବିଦ୍ୟାଳୟ ତରଫରୁ ପାଠାଗାରରୁ ପ୍ରତି ମାସରେ ଅଧିକ ପୁସ୍ତକ ପଢ଼ୁଥିବା ଶିଶୁଙ୍କୁ ପ୍ରାର୍ଥନା ସଭାରେ ସମ୍ମାନିତ କରାଯିବା ବିଷୟ ମଧ୍ୟ ସୂଚନା ଦେଉଥିଲେ।ବିଦ୍ୟାଳୟର ଶିଶୁମାନଙ୍କର ଶିକ୍ଷଣ ସ୍ତର ମଧ୍ୟ ଅଧିକ ଥିଲା। ବଡ଼କଥା ହେଲା ଶିଶୁମାନେ ବେଶ୍‌ ସକ୍ରିୟ ଓ ଖୁସି ପରିବେଶରେ ଥିଲେ।ବିଦ୍ୟାଳୟର ଶିକ୍ଷକମାନଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସାକରି ରହିପାରୁ ନ ଥିଲି। କଥା ହେଉଛି ବିଦ୍ୟାଳୟକୁ ଯୋଗାଉଥିବା ପୁସ୍ତକଗୁଡ଼ିକ ଶିଶୁଙ୍କୁ ଅନୁକୂଳ ହେବା ଭଳି ଓ ପିଲାଙ୍କୁ ଆକର୍ଷଣ ହେବା ଭଳି ଥିଲା। ସିନି-ଟାଟା ଟ୍ରଷ୍ଟ ତରଫରୁ ବିଷମକଟକ ବ୍ଳକ୍‌ର ହାଟ ମୁନିଗୁଡ଼ା, ବଡ଼ଧାଣ୍ଡରା, ଚାଟିକଣା, ଜୋଡ଼, କାଙ୍କୁବାଡ଼ି ଆଦି ପ୍ରାଥମିକ ବିଦ୍ୟାଳୟରେ ଲାଇବ୍ରେରିର ପଠନ ନିମନ୍ତେ ଏକ ଶିଶୁ କୈନ୍ଦ୍ରିକ ପାଠାଗାରର ବ୍ୟବସ୍ଥା ହୋଇଛି ଏବଂ ଶିଶୁମାନେ ଏହାକୁ ଉପଯୋଗ କରୁଛନ୍ତି। ପ୍ରତି ମାସରେ ଯିଏ ପାଠାଗାରରୁ ପୁସ୍ତକ ନେଇ ଅଧିକ ବହି ପଢ଼ିଛି, ତାକୁ ସମ୍ମାନିତ କରିବା ଆଦି ବିଷୟରେ ଆଲୋଚନା ପ୍ରସଙ୍ଗରେ ଜାଣିବାକୁ ପାଉଥିଲି। କିଛି ବିଦ୍ୟାଳୟରେ ଦେଖୁଥିଲି, ଶିଶୁମାନେ ମଧ୍ୟ ଲାଇବ୍ରେରି ପୁସ୍ତକ ପରିଚାଳନା କରୁଛନ୍ତି, କିଏ ବହି ନେଉଛନ୍ତି, କିଏ କେଉଁ ବହି ରଖିଛନ୍ତି, ତାହାର ଏକ ତାଲିକା ରଖୁଛନ୍ତି। ବହି ସମ୍ପର୍କରେ ଆଲୋଚନା ମଧ୍ୟ କରୁଛନ୍ତି।
ପାଠାଗାର ହେଉଛି ଶିଶୁଙ୍କ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ପ୍ରକୃଷ୍ଟ ମାଧ୍ୟମ। ବିଦ୍ୟାଳୟଗୁଡ଼ିକରେ ଯଦି ଅଙ୍ଗନଓ୍ବାଡି ସମୟରୁ ଶିଶୁଙ୍କୁ ବହି ପ୍ରତି ଆଗ୍ରହ ସୃଷ୍ଟି ହେବା ଭଳି କିଛି ଗତିବିଧି କରାଯାଏ, ଶିଶୁର ହାତପାଆନ୍ତାରେ ବହି ରହେ, ତେବେ ନିଶ୍ଚିତ ଭାବରେ ଶିଶୁମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ବଢ଼ିଥାଏ ଓ ପରବର୍ତ୍ତୀ ସମୟରେ ମାଆବାପାଙ୍କୁ ଅବା ଶିକ୍ଷକଙ୍କୁ ଶିଶୁଟିର ପାଠପଢ଼ା ପ୍ରତି ବିଶେଷ ଚିନ୍ତା କରିବାକୁ ପଡ଼ି ନ ଥାଏ। ଅନେକ ସମୟରେ ଅଭିଭାବକଙ୍କ ଧାରଣା ଥାଏ ଯେ, ଲାଇବ୍ରେରି ପୁସ୍ତକ କିମ୍ବା ପାଠ୍ୟପୁସ୍ତକ ଛଡ଼ା ଅନ୍ୟ ପୁସ୍ତକ ବାଟବଣା କରିଦେଇଥାଏ। ଏହିଭଳି ଭ୍ରାନ୍ତ ଧାରଣାରୁ ଅଭିଭାବକ ବାହାରକୁ ଆସିବା ଦରକାର। ଏପରିକି ଅନେକ ସମୟରେ ଶିକ୍ଷକ ମଧ୍ୟ ଲାଇବ୍ରେରି ପୁସ୍ତକ ପ୍ରତି ବିଶେଷ ଗୁରୁତ୍ୱ ଦେଇ ନ ଥାନ୍ତି।
ବିଦ୍ୟାଳୟକୁ ସରକାରଙ୍କ ତରଫରୁ ହେଉ କିମ୍ବା ବିଭିନ୍ନ ଅନୁଷ୍ଠାନ ତରଫରୁ ଶିଶୁ ଉପଯୋଗୀ ପୁସ୍ତକ ନିରନ୍ତର ଭାବରେ ଯୋଗାଇ ଦିଆଯାଉଛି।ବିଦ୍ୟାଳୟର ପାଠାଗାରକୁ ଶିଶୁ ଉପଯୋଗୀ କରିବା ସମସ୍ତଙ୍କର ଦାୟିତ୍ୱ। କେବଳ ଶିକ୍ଷକ ନୁହନ୍ତି, ଗୋଷ୍ଠୀ ଅଭିଭାବକ ମଧ୍ୟ ବିଦ୍ୟାଳୟରେ ହେଉ ଘରେ ଛୋଟ ଛୋଟ ପାଠାଗାରଟିଏ ବିକାଶ କରିବା ଦରକାର। ଯଦି ଘରେ କିମ୍ବା ଗାଁରେ ପାଠାଗାରଟିଏ ଥାଏ, ତେବେ ଶିଶୁମାନଙ୍କର ପାଠପଢ଼ାରେ କେବଳ ନୁହେଁ, ଗ୍ରାମବାସୀଙ୍କ ଉପରେ ମଧ୍ୟ ଏହାର ପଭାବ ପଡ଼ିବ। ଗ୍ରାମବାସୀଙ୍କର ପଠନ ଦିଗ ପ୍ରତି ଆଗ୍ରହ ବଢ଼ିବ।ଅନେକ ସମୟରେ ଦେଖାଯାଏ, ଚା’ ଦୋକାନୀ, ଜଳଖିଆ ଦୋକାନୀ, ପାନଦୋକାନୀ, ସେଲୁନ ଆଦିରେ ଖବରକାଗଜଟିଏ ରଖାଯାଇଥାଏ।
ଏହାର ପ୍ରଭାବ ମଧ୍ୟ ସେମାନଙ୍କର ବ୍ୟବସାୟରେ ଅନେକ ମାତ୍ରାରେ ପଡ଼ିଥାଏ। ପଠନ ପ୍ରତି ଲୋକଙ୍କର ଆଗ୍ରହ ଏଥିରୁ ଅନୁମାନ କରିହୁଏ।
ଗାଁ ଗହଳିରେ ହେଉ, ସହରରେ ହେଉ ପୂର୍ବରୁ ପାଠାଗାରଟିଏ ଥିଲା। ପାଠାଗାରରେ ପୁସ୍ତକ ରହୁଥିବା ସହ ଅନେକ ପତ୍ରିକା (ବିଭିନ୍ନ ଭାଷାଭାଷୀ) ସହିତ ଖବରକାଗଜ ଆସୁଥିଲା।ବାପା, ମାଆ ଖବରକାଗଜ ପଠନକୁ ଆଧାରକରି ପିଲାଏ ମଧ୍ୟ ଖବରକାଗଜ ପଠନର ଅଭ୍ୟାସରେ ପଡ଼ିଯାଉଥିଲେ। ଅନେକ ବ୍ୟକ୍ତିବିଶେଷ ନିଜର ବ୍ୟକ୍ତିଗତ ପାଠାଗାର କରିଥିଲେ, ତାହାର ପ୍ରଭାବ ମଧ୍ୟ ନିଜ ଉପରେ ଏବଂ ଅନ୍ୟ ଉପରେ ପଡ଼ୁଥିଲା ।
ପୂର୍ବରୁ ସରକାରଙ୍କର ଜନ ସାକ୍ଷରତା ଓ ନିରନ୍ତର ଶିକ୍ଷା କାର୍ଯ୍ୟକ୍ରମ ଚାଲୁଥିଲା।ପଞ୍ଚାୟତ ସ୍ତରରେ ଲାଇବ୍ରେରି ଘର, ଗୋଷ୍ଠୀ ଘରରେ ଲାଇବ୍ରେରି ପୁସ୍ତକ ରଖିବା ପାଇଁ ଉତ୍ସାହିତ କରାଯାଉଥିଲା। ଗାଁରେ ଗୋଷ୍ଠୀ ଲାଇବ୍ରେରିଟିଏ ଥିଲା। କିନ୍ତୁ ବର୍ତ୍ତମାନ ତାହା ବନ୍ଦ ହୋଇଗଲାଣି କହିଲେ ଚଳେ!
ନିକଟରେ ଜଣେ ଅବସରପ୍ରାପ୍ତ ଇଞ୍ଜିିନିୟର ଫୋନ୍‌ ମାଧ୍ୟମରେ ପ୍ରାୟ ଅଧାଘଣ୍ଟାରୁ ଅଧିକ ପାଠାଗାର ସମ୍ବନ୍ଧରେ ଆଲୋଚନା କରିଥିଲେ। ସେ ତାଙ୍କର ଅନୁଭୂତିରୁ କହିଲେ, ସେ ଆଜି ଯାହା ହୋଇଛନ୍ତି କେବଳ ପିଲାଟି ଦିନରୁ ପାଠାଗାରର ସୁଯୋଗ ପାଇଥିବାରୁ ଏବଂ ପିଲାଟି ଦିନରୁ ପାଠାଗାରର ବ୍ୟବହାର କରିଥିବାରୁ। ସେ ନିଜର ଅନୁଭୂତିରୁ କହିଥିଲେ, ନିଜର ଲାଇବ୍ରେରିଟିଏ କରିଛନ୍ତି। ଲାଇବ୍ରେରି ଯୋଗୁ ତାଙ୍କର ଜୀବନରେ ଅନେକ ପରିବର୍ତ୍ତନ ଆସିଛି।ବ୍ୟକ୍ତି ଜଣକ ୮୬ ବୟସରେ ବେଶ୍‌ କର୍ମଚଞ୍ଚଳ ଅଛନ୍ତି। ବେଦ, ଉପନିଷଦ ତଥା ଅନେକ ପୁସ୍ତକ ସମ୍ପର୍କରେ ଅନର୍ଗଳ କହିପାରୁଛନ୍ତି ଏବଂ ବର୍ତ୍ତମାନ ଅନେକ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ ଅଛନ୍ତି।
ବିଦ୍ୟାଳୟକୁ କେବଳ ପୁସ୍ତକ ଦେଇଦେଲେ କିମ୍ବା କିଣିଦେଲେ ହେବନାହିଁ, ଏଥିପାଇଁ ଯଦି ଶିଶୁ ଅନୁକୂଳ ପାଠାଗାରଟିଏ ବିକାଶହେବ, ଶିଶୁ ମନଲାଖି ପୁସ୍ତକ ରହିବ,ଶିଶୁମାନେ ଯଦି ପ୍ରାଥମିକସ୍ତରରେ ପୁସ୍ତକକୁ ନେଇ ଅନେକ ସୁଯୋଗ ପାଇବେ, ତେବେ ନିଶ୍ଚିତଭାବରେ ଶିକ୍ଷଣସ୍ତର, ସେମାନଙ୍କର କଳ୍ପନାର ବିକାଶ, ସୃଜନଶକ୍ତିର ବିକାଶ ଘଟିବ।ପୁସ୍ତକକୁ ନେଇ ବିଭିନ୍ନ ଗତିବିଧି ମଧ୍ୟ ହେବ। ଆମେ ଯଦି ଶିଶୁ ଉପଯୋଗୀ ଏବଂ ସେମାନଙ୍କର ଆଗ୍ରହ ହେବାଭଳି ସଚିତ୍ର ପୁସ୍ତକ ଯୋଗାଇଦେବା, ପୁସ୍ତକ ସମ୍ପର୍କରେ ନିୟମିତ ଅନ୍ତରରେ ଶିଶୁଙ୍କ ସହ ଆଲୋଚନାକରିବା, ପୁସ୍ତକକୁ ନେଇ ଶିଶୁଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟିକରିବା, ତେବେ ନିଶ୍ଚିତଭାବରେ ଶିଶୁର ଶିକ୍ଷଣସ୍ତର ବଢ଼ିବା ସହ ଶିଶୁଟି ମଧ୍ୟ ବିଦ୍ୟାଳୟକୁ ଭଲପାଇବ। ବିଦ୍ୟାଳୟରେ ଯେପରି ଭଲ ବଗିଚାଟିଏ ଥିଲେ ଶିଶୁଙ୍କୁ ଆକର୍ଷିତ କରିଥାଏ, ସେହିଭଳି ଶିଶୁଙ୍କ ଅନୁକୂଳ ପାଠାଗାର ମଧ୍ୟ ଶିଶୁଙ୍କୁ ପାଠପଢ଼ିବା ପାଇଁ ଉତ୍ସାହିତକରିବାରେ ସହାୟକ ହେବ।

 

ଲୋକନାଥ ପଣ୍ଡା

ରାଣୀଗୁଡ଼ା, ରାୟଗଡ଼ା
ମୋ:୯୪୩୮୦୮୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

IPL 2026 Auction: ଅକ୍ସନର ଫାଇନାଲ ଲିଷ୍ଟରେ ବାଜିଲା ମୋହର, ୧୦୦୦ ଖେଳାଳି ଆଉଟ, ଷ୍ଟାର ଖେଳାଳିଙ୍କ ସରପ୍ରାଇଜ ଏଣ୍ଟ୍ରି

ନୂଆଦିଲ୍ଲୀ,୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି-ନିଲାମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri