ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଏପରି କି କରୋନା ସତ୍ତ୍ୱେ ୫ବର୍ଷରେ ୭ଗୁଣ ବୃଦ୍ଧି ପାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୦ରେ ରାଜ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ୩୮୨୯ ରହିଥିବାବେଳେ ଏବେ ଏହା ୨୦,୮୫୭ରେ ପହଞ୍ଚିଲାଣି। ରାଜ୍ୟକୁ ଆସୁଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ତୁଳନାରେ ଏହା ଅର୍ଦ୍ଧାଧିକ। ବିଭାଗର ତଥ୍ୟ ଅନୁଯାୟୀ, ଓ୍ବେଷ୍ଟର୍ନ ୟୁରୋପ ମଧ୍ୟରେ ଅଷ୍ଟ୍ରିଆ, ବେଲଜିୟମ, ଡେନମାର୍କ, ଫିନ୍‌ଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ, ନେଦରଲାଣ୍ଡ, ସ୍ପେନ୍‌, ନରଓ୍ବେ, ସ୍ବିଡେନ, ସୁଇଜରଲାଣ୍ଡ, ବ୍ରିଟେନ, ଗ୍ରୀସ୍‌, ପର୍ତ୍ତୁଗାଲ ଓ ଅନ୍ୟାନ୍ୟ ଓ୍ବେଷ୍ଟର୍ନ ୟୁରୋପ ଦେଶରୁ ୨୦୨୧ରେ କରୋନା ପାଇଁ ମାତ୍ର ୮୪୫ଜଣ ଆସିଥିବାବେଳେ ୨୦୨୨ରେ ଏହା ୭୦୦୫କୁ ବୃଦ୍ଧି ପାଇଥିଲା। ୨୦୨୩ରେ ଏହା ୧୭ହଜାର ୧୨୬କୁ ବୃଦ୍ଧି ପାଇଥିବାବେଳେ ୨୦୨୪ରେ ୨୦ହଜାର ୮୫୭କୁ ବୃଦ୍ଧି ପାଇଛି। ଓଡ଼ିଶାକୁ ଗତବର୍ଷରେ ସମୁଦାୟ ୩୫ହଜାର ୯୭୧ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ସେଥିମଧ୍ୟରୁ ଓ୍ବେଷ୍ଟର୍ନ ୟୁରୋପର ପର୍ଯ୍ୟଟକଙ୍କ ସଂଖ୍ୟା ସିଂହଭାଗ ରହିଛି।
ତଥ୍ୟ ଅନୁଯାୟୀ, ଓଡ଼ିଶାକୁ ୨୦୨୦ରେ ଉତ୍ତର ଆମେରିକାରୁ ୧୯୨୩ ପର୍ଯ୍ୟଟକ ଆସିଥିବାବେଳେ ଏବେ ଏହା ୭,୬୪୯ରେ ପହଞ୍ଚିଥିଲା। ସେହିପରି ଦକ୍ଷିଣ ଆମେରିକାରୁ ଏହି ଅବଧି ମଧ୍ୟରେ ୧୫୦ ପର୍ଯ୍ୟଟକରୁ ୮୮୬, ଅଷ୍ଟ୍ରେଲିଆରୁ ୫୬୮ରୁ ୨୮୫୩, ଇଷ୍ଟର୍ନ ୟୁରୋପରୁ ୪୯୧ରୁ ୩୦୬୧ ଏବଂ ଓ୍ବେଷ୍ଟ ଏସିଆରୁ ୨୫୦ରୁ ୬୬୫ଜଣକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି।
ଅନ୍ୟପକ୍ଷରେ ଦେଶର ପର୍ଯ୍ୟଟକଙ୍କ ଆଗମନ କ୍ଷେତ୍ରରେ ଓଡ଼ିଶା ୨୦ତମ ସ୍ଥାନରେ ରହିଛି। ଓଡ଼ିଶା ପଛରେ ଆସାମ, ପଡୁଚେରୀ, ହରିୟାଣା, ସିକ୍କିମ, ମେଘାଳୟ, ଦାଦ୍ରା ଓ ନଗର ହାଭେଳି ଏବଂ ଡାମନଡିଉ, ଚଣ୍ଡୀଗଡ଼, ଅରୁଣାଞ୍ଚଳପ୍ରଦେଶ, ଏଆଣ୍ଡଏନ୍‌ ଆଇସଲାଣ୍ଡ, ତ୍ରିପୁରା, ମିଜୋରାମ, ଲଦାଖ, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ ଏବଂ ମଣିପୁର ରହିଛି। ତେବେ ଉତ୍ତରପ୍ରଦେଶକୁ ଦେଶର ସର୍ବାଧିକ ପର୍ଯ୍ୟଟକ ଆସୁଥିବା ଉପମୁଖ୍ୟମନ୍ତ୍ରୀ ବିଧାୟକ ଧ୍ରୁବଚରଣ ସାହୁଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

IPL 2026 Auction: ଅକ୍ସନର ଫାଇନାଲ ଲିଷ୍ଟରେ ବାଜିଲା ମୋହର, ୧୦୦୦ ଖେଳାଳି ଆଉଟ, ଷ୍ଟାର ଖେଳାଳିଙ୍କ ସରପ୍ରାଇଜ ଏଣ୍ଟ୍ରି

ନୂଆଦିଲ୍ଲୀ,୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି-ନିଲାମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri