ବିଚାରପତି ଚୟନ ପ୍ରକ୍ରିୟା ପ୍ରସଙ୍ଗ: ହାଇକୋର୍ଟ ଖୋଲିବା ଦିନରେ ଆନ୍ଦୋଳନ

କଟକ ଅଫିସ,୧୮।୬: ଦୀର୍ଘ ୧ ମାସର ଗ୍ରୀଷ୍ମ ଅବକାଶ ପରେ ସୋମବାର ହାଇକୋର୍ଟ ଖୋଲିଥିଲା। ହେଲେ ପ୍ରଥମ ଦିନରୁ ହିଁ ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହାଇକୋର୍ଟ ବାର୍‌ ବାହାରୁ ବିଚାରପତି ଚୟନ ପ୍ର୍ରକ୍ରିୟାକୁ ନେଇ ହାଇକୋର୍ଟ ବାର୍‌ ପକ୍ଷରୁ ୩ଟି କୋର୍ଟକୁ ବର୍ଜନ କରାଯାଇଛି। ଏହି ଆନ୍ଦୋଳନ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୨୬ ତାରିଖ ମଧ୍ୟରେ ହାଇକୋର୍ଟ ବାର୍‌ର ଏକ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହାପରେ ପୁନର୍ବାର ବାର୍‌ର ସାଧାରଣ ପରିଷଦ ବୈଠକ ଡକାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସୋମବାର ହାଇକୋର୍ଟ ବାର୍‌ ପରିସରରେ ଆୟୋଜିତ ସାଧାରଣ ପରିଷଦ ବୈଠକରେ ବାର୍‌ ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଇତିମଧ୍ୟରେ ଏକ ସ୍ବୀକୃତିପତ୍ର (ଆକ୍‌ନଲେଜମେଣ୍ଟ) ମିଳିଥିବା ସଭାପତି ମହାନ୍ତି କହିଛନ୍ତି। ସୂଚନାଥାଉ କି, ହାଇକୋର୍ଟ ବାର୍‌ରେ ନିୟମିତ ପ୍ରାକ୍ଟିସ କରୁ ନ ଥିବା କିମ୍ବା ମକଦ୍ଦମା ପରିଚାଳନା କରୁ ନ ଥିବା ବ୍ୟକ୍ତିବିଶେଷଙ୍କୁ ହାଇକୋର୍ଟ କଲେଜିୟମ ବିଚାରପତି ଭାବେ ଚୟନ କରିଛି। ହାଇକୋର୍ଟରେ ଅନେକ ବିଚକ୍ଷଣ ଓ ବରିଷ୍ଠ ଓକିଲମାନେ ଥିବାବେଳେ ବାହାର ବ୍ୟକ୍ତିଙ୍କୁ ବିଚାରପତି ଚୟନ କରାଯିବାକୁ ହାଇକୋର୍ଟ ବାର୍‌ ବିରୋଧ କରିଛି। କଲେଜିୟମର ଏଭଳି ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟ ବାର୍‌ ଆସୋସିଏଶନ ଆନ୍ଦୋଳନକୁ ଓହ୍ଲାଇଛି। ସୂଚନାଥାଉ କି, ଓଡ଼ିଶା ହାଇକୋର୍ଟରେ ୨୭ ଜଣ ବିଚାରପତିଙ୍କ ସ୍ଥାନରେ ୧୪ ଜଣ କାର୍ଯ୍ୟ କରୁଛନ୍ତି। ଯଦ୍ଦ୍ବାରା ୧ ଲକ୍ଷ ୭ହଜାର ମାମଲା ବିଚାର ଅପେକ୍ଷାରେ ରହିଛି। କେବଳ ସେତିକି ନୁହେଁ ବିଚାରପତିଙ୍କ ଅଭାବ ଯୋଗୁ ନ୍ୟାୟିକ ପ୍ରକ୍ରିୟାରେ ସ୍ଥାଣୁତା ଦେଖାଦେଇଛି। ଗତ ୩ ବର୍ଷ ଧରି ବିଚାରପତି ନିଯୁକ୍ତି ପାଇଁ ବାର୍‌ ଆସୋସିଏଶନ ବାରମ୍ବାର ଦାବି ଓ ପ୍ରତିବାଦ ଜଣାଇ ଆସିଛି। ଏଭଳି ସ୍ଥିତିରେ ହାଇକୋର୍ଟ କଲେଜିୟମ୍‌ ପକ୍ଷରୁ କେତେଜଣ ଆଇନଜୀବୀ ଏବଂ ଜିଲାଜଜ୍‌ଙ୍କ ନାମକୁ ହାଇକୋର୍ଟ ବିଚାରପତି ନିମନ୍ତେ ସୁପାରିସ କରାଯାଇଛି। ଜଣେ ଆଇନଜୀବୀ ବିଚାରପତି ହେବା ପୂର୍ବରୁ ଅତି କମ୍‌ରେ ୧୦ ବର୍ଷ ନିୟମିତ ଭାବେ ପ୍ରାକ୍ଟିସ କରିଥିବା ଆବଶ୍ୟକ। କିନ୍ତୁ ଏଭଳି ବ୍ୟକ୍ତିଙ୍କ ନାମ ସୁପାରିସ କରାଯାଇଛି, ଯେଉଁମାନେ ୪ ବର୍ଷ ମଧ୍ୟରେ ମାତ୍ର ୪ଟି ମାମଲା ପରିଚାଳନା କରିଥିବା ହାଇକୋର୍ଟ ବାର୍‌ ପକ୍ଷରୁ କୁହାଯାଇଛି। ଏପରି କି ଯେଉଁମାନଙ୍କ ନାମ ସୁପାରିସ ହୋଇଥିବା ଶୁଣାଯାଉଛି, ସେମାନଙ୍କ ମଧ୍ୟରୁ ଜଣେ ହାଇକୋର୍ଟରେ ପ୍ରାକ୍ଟିସ କରୁ ନ ଥିବା ଅଭିଯୋଗ ହୋଇଛି। ତେଣୁ କଲେଜିୟମର ଏଭଳି ସୁପାରିସକୁ ବାତିଲ କରିବାକୁ ସଭାପତି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓସ୍କାର ଦୌଡ଼ରେ ‘କାଲିର ଅତୀତ’

ଭୁବନେଶ୍ୱର,୨୦।୨(ବ୍ୟୁରୋ): ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ସହ...

ଜାତୀୟ ଡେଙ୍ଗୁ ଦିବସ : ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଆଗରେ

ଭୁବନେଶ୍ୱର,୧୭।୫(ବ୍ୟୁରୋ) : ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ୬ ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି। ଚଳିତବର୍ଷ ଜାନୁୟାରୀରୁ ଏ ପର୍ଯ୍ୟନ୍ତ ୨୫ଜଣ...

୭ଦିନ ଧରି ପାଳନ ହେବ ବିଜୁ ଜୟନ୍ତୀ

ଭୁବନେଶ୍ୱର,୪ା୨(ବ୍ୟୁରୋ): ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଚଳିତ ବର୍ଷ ବିଜେଡି ସପ୍ତହବ୍ୟାପୀ ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି। ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ...

ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଉଛି ଶ୍ରୀକ୍ଷେତ୍ର। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ...

ଯୁକ୍ତ୨ ନାମଲେଖା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର, ୧।୯(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବାରୁ ରାଜ୍ୟ ସରକାର ଆବେଦନ ପାଇଁ ଛାତ୍ରୀଛାତ୍ରଙ୍କୁ ଅଧିକ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଢାଞ୍ଚାରେ ପରିବର୍ତ୍ତନ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଢାଞ୍ଚାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ଏଣିକି ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ।...

ପାର୍ବଣ ପୂର୍ବରୁ ପେଟ ଚିନ୍ତା

କାମାକ୍ଷାନଗର, ୩୧।୭(ଡି.ଏନ.ଏ.) – ଦିନ କେଇଟା ପରେ ପାଦ ଥାପିବ ପାର୍ବଣ। ମାଟିରେ ମାଟି ହୋଇ ମାଟିକୁ ଜୀବନ୍ତ ରୂପ ଦେଉଥିବା କାରିଗରଙ୍କୁ ଏତେବେଳକୁ ମିଳନ୍ତାନି...

ଆର୍ଥିକ ମେରୁଦଣ୍ଡ ଦୋହଲାଉଛି ପ୍ରାକୃତିକ ବିପର୍ଯ୍ୟୟ: ୬ ବର୍ଷରେ ୧୮ ହଜାର କୋଟି କ୍ଷତି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ପ୍ରାକୃତିକ ବିପତ୍ତିର ପ୍ରଚଣ୍ଡ ପ୍ରହାର ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ବ୍ୟକ୍ତିଗତ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ...

Advertisement
Archives

Model This Week