କେନ୍ଦ୍ରର ଜଳ ଜୀବନ ମିଶନକୁ ରାଜ୍ୟର ପ୍ରଶଂସା

ଭୁବନେଶ୍ୱର,୨୭।୮(ବ୍ୟୁରୋ): କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟକାରୀ କରିଥିବା ଜଳ ଜୀବନ ମିଶନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ପ୍ରଶଂସା କରିଛନ୍ତି। କିନ୍ତୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଜଳ ଜୀବନ ଉପରେ ସୋମବାର ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ବତଙ୍କ ଅଧ୍ୟକ୍ଷତାରେ ରାଜ୍ୟଗୁଡିକର ଜଳଯେଗାଣ ମନ୍ତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମନ୍ତ୍ରୀ ଜେନା ଯୋଗଦେଇ କହିଛନ୍ତି, ଓଡିଶା ସରକାର ନିଜସ୍ବ ଅର୍ଥରେ ବସୁଧା ଯୋଜନା କରିଛନ୍ତି। ଏହି ଯୋଜନା ଦ୍ୱାରା ଲୋକଙ୍କ ଘରକୁ ପାଇପ୍‌ ଯୋଗେ ପାନୀୟ ଦଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନା ସଫଳତାର ସହ ଓଡିଶାରେ କାର୍ଯ୍ୟକରୀ କରିବାକୁ ଆମେ ସମସ୍ତ ପ୍ରକାର ଅଦ୍ୟମ କରିବୁ। ହେଲେ କେନ୍ଦ୍ରର ସହାୟତା ଏଥିପାଇଁ ଜରୁରୀ ବୋଲି ମନ୍ତ୍ରୀ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଷ୍ଟନ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ଆର୍ଟ ଚାମ୍ପିୟନ୍‌ଶିପ୍‌ : ସୁଦର୍ଶନଙ୍କୁ ‘ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡ’

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାରେ ଅନୁଷ୍ଠିତ ବୋଷ୍ଟନ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ଆର୍ଟ ଚାମ୍ପିୟନଶିପ୍‌ ୨୦୧୯ରେ ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡ ଜିତି...

ଓଏସ୍‌ଏସ୍‌ଏଫ୍‌ ଯବାନଙ୍କୁ କରୋନା

ଛତ୍ରପୁର,୯।୬(ଡି.ଏନ.ଏ)- ଗଞ୍ଜାମ ପୋଲିସ ଜିଲାରେ କାର୍ଯ୍ୟରତ ଓଏସଏସଏଫ (ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ)ର ଜଣେ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଖଲିକୋଟ ଥାାନା...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡି,୮।୭(ଡି.ଏନ.ଏ)- ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ପଞ୍ଚାୟତ ଅଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ମଜୁରି ପାଉନାହାନ୍ତି ଜବ୍‌କାର୍ଡଧାରୀ। ଉକ୍ତ ପଞ୍ଚାୟତ ଟପେରିଙ୍ଗିଆ ଗ୍ରାମର ଡିଙ୍ଗେଲି ଅଞ୍ଚଳରେ ଜମି...

ପୋର୍ଟାଲ ଖୋଲିଛି, ଇନ୍‌ଭେଷ୍ଟର୍ସ ନାହାନ୍ତି

ଭୁବନେଶ୍ବର,୨୬ା୯(ବ୍ୟୁରୋ): କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରାଜ୍ୟସ୍ତରୀୟ ରେଜିଷ୍ଟ୍ରେଶନ ଭେଇକିଲ ସ୍କ୍ରାପିଂ ଫାସିଲିଟି(ଆର୍‌ଭିଏସ୍‌ଏଫ୍‌) ଘୋଷଣା ପାଇଁ କୁହଯାଇଛିି। ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ...

ବଢ଼ି ଚାଲିଛି ସଂକ୍ରମଣ: ଆଜି ରାଜ୍ୟରୁ ୫୭୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ରାଜ୍ୟରୁ ସୋମବାର ୫୭୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୪,୦୭୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

୬ରୁ ଭଙ୍ଗାହେବ ବେଆଇନ ଘର, ନିର୍ମାଣ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ବେଆଇନ ନିର୍ମାଣକୁ ନିୟମିତ ତଥା ସ୍ବୀକୃତ କରିବାକୁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ୨୦୧୮ରୁ କାର୍ଯ୍ୟକାରୀ ହୋଇଛି ‘ସର୍ବକ୍ଷମା’ ଯୋଜନା। ଇତିମଧ୍ୟରେ...

ବେପରୁଆ ଅର୍ଥ ପରିଚାଳନା: ୨୭ ବିଭାଗ ଫେରାଇଛନ୍ତି ୧୩୦୪.୧୭ କୋଟି

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟର ବିତ୍ତୀୟ ପରିଚାଳନା ଠିକ୍‌ ଢଙ୍ଗରେ ହେଉ ନାହିଁ। ପୂର୍ଣ୍ଣାଙ୍ଗ ଏବଂ ଅତିରିକ୍ତ ବଜେଟ ପ୍ରସ୍ତୁତି ବେଳେ ଖର୍ଚ୍ଚ ଉପରେ ଧ୍ୟାନ ଦିଆଯାଉ ନାହିଁ।...

ପୋଲିସ ଛାଉଣୀରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା : ବଇଣ୍ଡାରେ ୩ ଦିନ ପାଇଁ ୧୪୪ ଧାରା ଜାରି

ବଇଣ୍ଡା,୧୧।୯(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା ଛକରେ ଜାତୀୟ ରାଜପଥ ବିଭାଗ ଓ ପ୍ରଶାସନ ପକ୍ଷରୁ ବୁଧବାର ଉଚ୍ଛେଦ ପକ୍ରିୟା...

Advertisement
Archives

Model This Week