ମୋ ବାପାଙ୍କୁ ଦେଖିବାକୁ ଆସିଲେନି…ନବୀନଙ୍କୁ କାଉଣ୍ଟର କଲେ ଜୟ

ନୂଆପଡ଼ା,୪ା୧୧ (ମକାରୁ ବେମାଲ):ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଆସି କୋମନା ବ୍ଲକର ତରବୋଡ଼ ପ୍ରୋଜେକ୍ଟ ସମ୍ଭବ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ପ୍ରଥମେ ସେ ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲା ଗଠନରେ ବିଜୁବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ। ନବୀନ କହିଥିଲେ, ଭାଜପା ଭୋଟ ଚୋରି କରି ସରକାର ଗଢ଼ିଥିଲା। ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ନୂଆପଡାବାସୀ ଓ ବିଜୁ ଜନତା ଦଳ ସହ ବେଇମାନି ହୋଇଛି। ଏଥିପାଇଁ ଲୋକଙ୍କ ମନରେ କ୍ରୋଧ ରହିଛି। ଏ ବିଶ୍ୱାସଘାତକତାର ଜବାବ ନୂଆପଡାବାସୀ ଭୋଟରେ ଦେବେ ବୋଲି ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ।

ଏହାର କାଉଣ୍ଟର କରିଛନ୍ତି ଭାଜପା ପ୍ରର୍ଥୀ ଜୟ ଢୋଲକିଆ। ସେ କହିଛନ୍ତି,ନବୀନ ମୋ ବାପା ଭଳି, ତାଙ୍କ ଟିପ୍ପଣୀରେ ବେଶୀ କିଛି କହିବାର ନାହିଁ । ହସ୍ପିଟାଲରେ ବାପା ମୃତ୍ୟୁ ସହ ସଂଗ୍ରାମ କଲାବେଳେ ଆସିଲେନି। ଫୋନ କରି ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରିଲେନି। ନିର୍ବାଚନ ପ୍ରଚାରରେ ନବୀନଙ୍କ ଏପରି କଥା ମୋତେ ଖରାପ ଲାଗିଛି। ନୂଆପଡାବାସୀଙ୍କ ସହାନୁଭୂତି ସବୁବେଳେ ମୋ ସହିତ ରହିବ।

ନବୀପ ପଟ୍ଟନାୟକ କହିଥିଲେ, ବିଜେଡି ସରକାର ସମୟରେ ନୂଆପଡା ଜିଲାର ପ୍ରଭୂତ ଉନ୍ନତି ହୋଇଥିଲା। ବିଜୁ ଏକ୍ସପ୍ରେସ୍‌ ୱେଠାରୁ ଆରମ୍ଭ କରି ସୁନାବେଡା ଅଭୟାରଣ୍ୟ ଲୋକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଭାଜପା ସରକାର ଆସିବା ପରେ ପରିସ୍ଥିତି ପୂରା ବଦଳିଯାଇଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ, ସାରା ରାଜ୍ୟରେ ଏବେ ବିକାଶ କାମ ପୂରା ବନ୍ଦ ହୋଇଯାଇଛି। ଆଇନଶୃଙ୍ଖଳା ଭୁଶୁଡିପଡିଛି। ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି। ମିଶନ ଶକ୍ତି ମା’ମାନେ ରାଜ୍ୟରେ ଏକ ନୀରବ ଆନ୍ଦୋଳନ ଆଣିଥିଲେ। କିନ୍ତୁ ଏ ସରକାରରେ ସେମାନେ ଆଜି ଲୋନ୍‌ ପାଉନାହାନ୍ତି। ୮ ମାସ ହେଲା ମିଶନ ଶକ୍ତି ମା’ମାନେ ଦରମା ପାଉ ନ ଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଏ ସରକାର କେବଳ ମିଛ ପ୍ରଚାରରେ ମାତିଛି। ମିଛ ପ୍ରଚାରରେ ହିରୋ, କିନ୍ତୁ କାମରେ ଜିରୋ। ଏ ସରକାର ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର। ରଙ୍ଗମରା ସରକାର। ଏହି ଅବସରରେ ସେ ବର୍ତ୍ତମାନର ସରକାରଙ୍କ ପ୍ରତିଶ୍ରୁତି ଯଥା ୩ ଶହ ୟୁନିଟ୍‌ ମାଗଣା ବିଜୁଳି, ବୃଦ୍ଧାବୃଦ୍ଧଙ୍କୁ ୩୫୦୦ ଟଙ୍କା ଭତ୍ତା, ସବୁ ପଞ୍ଚାୟତର ୧୦୦ ଯୁବକଙ୍କୁ ଚାକିରି, ଚାଷୀଙ୍କୁ ୟୁରିଆ ସାର, କଟ୍‌ନିଛଟ୍‌ନି ବନ୍ଦ ହେବା, ବିଏସ୍‌କେୱାଇ ଭଲ କି ଆୟୁଷ୍ମାନ କାର୍ଡ ଭଲ ଆଦି ବିଷୟରେ ପଚାରି ବୁଝିଥିଲେ।
ଏହି ସଭାରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ଜିଲା ସଭାପତି ମନୋଜ ମିଶ୍ର, ସାଂସଦ ନିରଞ୍ଜନ ବିଶି, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ଜିଲା ସଭାପତି ଅବନୀ ରଞ୍ଜନ ଜୋଷୀ, ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଭାଷଣ ଦେଇ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍ କମ୍ ସମୟରେ ଘରେ ଘରେ ହୋଇଥିଲେ ପରିଚିତ, ଦେଖନ୍ତୁ ଏସବୁ ଭାଇରାଲ ଗୀତ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ଏକ ସକ୍ରିୟ ସ୍ୱର ନିରବି ଯାଇଛି। ଖୁବ୍ କମ୍...

ଛାତ୍ରୀ ଅସଦାଚରଣ ମାମଲାର ରାୟ ପ୍ରକାଶ: ପ୍ରଧାନଶିକ୍ଷକଙ୍କୁ ମିଳିଲା…

ଭବାନୀପାଟଣା, ୧୭।୧୧: (ଉତ୍ତମ କୁମାର ଦାଶ): ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ଥାନା ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର...

ଦୂରେଇ ପାରିଲାନି ଛାଡ଼ପତ୍ର: ଧାଇଁଆସିଥିଲେ ସ୍ତ୍ରୀ, ହେଲେ ବଞ୍ଚିଲେନି…

ଭୁବନେଶ୍ୱର,୧୭।୧୧: ଆଉ ଶୁଭିବନି, ହ୍ୟୁମାନଙ୍କ ସ୍ବର, ସେ ରୋମାନ୍ସ, ସେ ଦୁଃଖ ସେ ଦମ୍‌ଦାର ଭଜନ। କାରଣ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଚିର...

‘ହେ ନବୀନ ବାବୁ…’ ଗୀତ ଗାଇଥିଲେ ହ୍ୟୁମାନ, ଟୁଇଟ୍‌ କରି ନବୀନ ଲେଖିଲେ ଏମିତି…

ଭୁବନେଶ୍ୱର,୧୭।୧୧: ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ହ୍ୟୁମାନଙ୍କ...

ହୋମିଓପାଥି ଚିକିତ୍ସକଙ୍କ ପରଲୋକ

ଦିଗପହଣ୍ଡି, ୧୭ା୧୧(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଶାସନ ସାହି ବାସିନ୍ଦା ତଥା ସହରର ଜଣାଶୁଣା ହୋମିଓପାଥି ଚିକିତ୍ସକ ଡ଼ା. ସୂର୍ଯ୍ୟ ନାରାୟଣ ନନ୍ଦଙ୍କ ୮୪ ବର୍ଷ...

ଏହି ସବୁ ରୋଗରେ ପୀଡିତ ଥିଲେ ହ୍ୟୁମାନ, ଶେଷରେ ହସ୍ପିଟାଲରେ ଆଖି ବୁଜିଲେ…

ଭୁବନେଶ୍ୱର,୧୭।୧୧: ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ହ୍ୟୁମାନଙ୍କର...

ଗାଇଥିଲେ ‘ମଦରେ ତୁ ସାହାରା’, ଛାଡପତ୍ର ପରେ…

ଭୁବନେଶ୍ୱର,୧୭ା୧୧: ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି।...

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭ା୧୧: ଓଡ଼ିଶାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri