ରବିବାରଠାରୁ ରାଜ୍ୟରେ ପଡ଼ିବ ପହିଲି ଶୀତ: ଏସବୁ ଜିଲାରେ ଖସିବ ତାପମାତ୍ରା

ଭୁବନେଶ୍ୱର,୩୧।୧୦: ବାତ୍ୟାର ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ନଭେମ୍ବର ୨ ତାରିଖ ଆଡ଼କୁ ସାରା ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।

ଉତ୍ତର ଓଡ଼ିଶାର କନ୍ଧମାଳ (ବାଲିଗୁଡ଼ା, ଫୁଲବାଣୀ) ଓ ଗଜପତି (ଗଦାପୁର, ମୋହନା)ରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ତଳକୁ ଖସିପାରେ। ଝାରସୁଗୁଡ଼ା, ରାଉରକେଲା, ପାଲଲହଡ଼ା, ବାଦାମ ପାହାଡ଼ ଓ ବହଳଦାରେ ୧୫ରୁ ୧୭ ଡିଗ୍ରି। ବାଲିଗୁଡ଼ା, ଦାରିଙ୍ଗବାଡ଼ି, ଗଦାପୁର ଓ ମୋହନାରେ ୧୭ରୁ ୧୮ ଡିଗ୍ରି। ଏହା ଦିଲ୍ଲୀ, ଚଣ୍ଡିଗଡ଼ ଓ ଲୁଧିଆନାର ତାପମାତ୍ରା ସହ ସମାନ ରହିପାରେ।

ତେବେ ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ନଭେମ୍ବର ୫ ସୁଦ୍ଧା ୨୦ ଡିଗ୍ରି ତଳକୁ ଖସିବ। ଏହାପରେ ନଭେମ୍ବର ୧ରୁ ଖୋର୍ଦ୍ଧା ଓ ଉତ୍ତର ଉପକୂଳ ଜିଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ୩୧ ତାରିଖରେ ମ୍ୟାମାର୍ ଉପକୂଳରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି, କିନ୍ତୁ ଉତ୍ତରା ପବନ ବଢ଼ିବାରୁ ଏହା ଘନିଭୂତ ହେବ ନାହିଁ। ୨ ତାରିଖ ଆଡ଼କୁ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ବଡ଼ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ, ରାଜ୍ୟରେ ହେବ…

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ...

ଓଡ଼ିଶା ପାଇଁ ଅର୍ଥର ଅଭାବ ନାହିଁ, ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ: ନୀତିନ ଗଡ଼କରୀ

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏଥରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ...

ପରିବାରକୁ ଢାଙ୍କି ଦେଇଛି କଳା ବାଦଲ, ସସ୍ମିତାଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଲାଞ୍ଜିଗଡ,୭ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଦୋରା ସାରଲି ଗାଁର ଶୁକନାଭଟା ପଡାର ୨୧ ବର୍ଷୀୟ ସସ୍ମିତା ସାହୁ ମାରାତ୍ମକ...

ଓଡ଼ିଆ ଝିଅ ଝାଡ଼ଖଣ୍ଡ ଡିଜିପି, ପ୍ରଥମ ମହିଳା ଭାବେ ରଚିଲେ ଇତିହାସ

ଭୁବନେଶ୍ୱର/ରାଞ୍ଚି: ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ...

ନବୀନଙ୍କୁ ନେଇ ସାଂଘାତିକ କଥା କହିଦେଲେ ସମ୍ବିତ ପାତ୍ର: ବେଇମାନ…

ନୂଆପଡ଼ା,୭।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟ ରାଜନୀତିର ଅନେକ ନେତା ପ୍ରଚାର ପାଇଁ ସେଠାରେ ଡେରା ପକାଇଛନ୍ତି। ଶୁକ୍ରବାର ନୂଆପଡ଼ାରେ ଭାଜପା...

‘ବନ୍ଦେ ମାତରମ’ ଦେବ ନୂଆ ସଂଜ୍ଞା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୭।୧୧: ‘ବନ୍ଦେ ମାତରମ’ କେବଳ ଗୀତ ନୁହେଁ ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ପ୍ରତୀକ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ...

ନୂଆପଡ଼ାରେ ପହଞ୍ଚିବା ପରେ ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ , ଏ କ’ଣ ମିଳିଲା…

ନୂଆପଡା,୭।୧୧: ନୂଆପଡ଼ାରେ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ା ଓ ଖରିଆର ରୋଡରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନୂଆପଡ଼ାରେ...

ନୂଆପଡ଼ାରେ ନବୀନ: ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରି…

ଭୁବନେଶ୍ୱର,୭।୧୧: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ପହଞ୍ଚିଛନ୍ତି। ନବୀନଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri