Posted inଖେଳ

୨୦୨୭ ବିଶ୍ୱକପ୍‌ ଖେଳିବେ କି ରୋହିତ ଶର୍ମା: ପ୍ରଶଂସକଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଇ ଚାଲିଗଲେ

ମୁମ୍ବାଇ,୨୮।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ଅଷ୍ଟ୍ରେଲିଆରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପରେ ସ୍ବଦେଶ ଫେରିଛନ୍ତି। ରୋହିତ ଶେଷ ଦୁଇଟି ଏକଦିବସୀୟ ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଥିଲେ। ଏହି ସିରିଜରେ ତାଙ୍କର ଚମତ୍କାର ବ୍ୟାଟିଂ ପାଇଁ, ହିଟମ୍ୟାନଙ୍କୁ ‘ପ୍ଲେୟାର ଅଫ ଦି ସିରିଜ’ ମଧ୍ୟ ଘୋଷିତ କରାଯାଇଥିଲା। ରୋହିତ ଭାରତରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ତାଙ୍କ ପ୍ରଶଂସକମାନେ ତାଙ୍କୁ ସ୍ବାଗତ କରିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ଏକତ୍ରିତ ହୋଇଥିଲେ। ରୋହିତ ମଧ୍ୟ ପ୍ରଶଂସକଙ୍କ ସହ ସେଲ୍ଫି ଉଠାଇଥିଲେ।

ରୋହିତ ମୁମ୍ବାଇ ବିମାନବନ୍ଦରରୁ ବାହାରିବା ମାତ୍ରେ ହିଟମ୍ୟାନ ପ୍ରଶଂସକମାନେ ‘ମୁମ୍ବାଇ ଚା ରାଜା’ ନାରା ଦେବା ଆରମ୍ଭ କଲେ। ରୋହିତ ଶର୍ମାଙ୍କ ପ୍ରଶଂସକମାନେ ସେଲ୍ଫି ନେଇଥିଲେ। ଜଣେ ପ୍ରଶଂସକ ରୋହିତଙ୍କ ଫଟୋ ଥିବା ଟି-ଶର୍ଟ ପିନ୍ଧିଥିଲେ। ରୋହିତ ମଧ୍ୟ ଏହି ପ୍ରଶଂସକଙ୍କ ଟି-ଶର୍ଟରେ ଅଟୋଗ୍ରାଫ ଦେଇଥିଲେ। ରୋହିତଙ୍କ ଅଟୋଗ୍ରାଫ ପାଇବା ପରେ, ପ୍ରଶଂସକ ଜଣକ ପଚାରିଲେ ଯେ, ସେ ୨୦୨୭ ବିଶ୍ୱକପ ଖେଳିବେ କି? ଆପଣ ନିଶ୍ଚିତ ଭାବରେ ଖେଳିବ, ଏହା ମୋର ସ୍ବପ୍ନ। ରୋହିତ ଏହା ଶୁଣି ହସିଲେ ଏବଂ ତାଙ୍କ ଗାଡ଼ି ପାଖକୁ ଫେରିଗଲେ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମା ୮ ରନ କରି ଆଉଟ ହୋଇଥିଲେ। ରୋହିତ ଦ୍ୱିତୀୟ ଦିନିକିଆରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୯୭ ବଲରେ ୭୩ ରନ କରିଥିଲେ, କିନ୍ତୁ ଶତକରୁ ବଞ୍ଚିତ ହୋଇଥିଲେ। ରୋହିତ ତୃତୀୟ ଦିନିକିଆରେ ତାଙ୍କର ଶତକ ପୂରଣ କରିଥିଲେ। ୧୨୫ ବଲରେ ୧୨୧ ରନ କରି ଟିମ ଇଣ୍ଡିଆକୁ ବିଜୟୀ କରାଇଥିଲେ। ଭାରତ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ 2-1 ରେ ହାରିଯାଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କୁ ନେଇ ସାଂଘାତିକ କଥା କହିଦେଲେ ସମ୍ବିତ ପାତ୍ର: ବେଇମାନ…

ନୂଆପଡ଼ା,୭।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟ ରାଜନୀତିର ଅନେକ ନେତା ପ୍ରଚାର ପାଇଁ ସେଠାରେ ଡେରା ପକାଇଛନ୍ତି। ଶୁକ୍ରବାର ନୂଆପଡ଼ାରେ ଭାଜପା...

ମୁକୁଳା ଡ୍ରେନରେ ଛଟପଟ ହେଉଥିଲା ଗାଈ: ଅଗ୍ନିଶମ ବିଭାଗ ପହଞ୍ଚିବାରୁ…

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିର ରାଇକିଆ ରାସ୍ତା ଏସବିଆଇ ସମ୍ମୁଖ ଏକ ମୁକୁଳା ଡ୍ରେନରେ ଗାଈ ଛଟପଟ ହେଉଥିଲା।...

‘ବନ୍ଦେ ମାତରମ’ ଦେବ ନୂଆ ସଂଜ୍ଞା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୭।୧୧: ‘ବନ୍ଦେ ମାତରମ’ କେବଳ ଗୀତ ନୁହେଁ ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ପ୍ରତୀକ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ...

ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ ପାଇଲଟଙ୍କ ପିତାଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ, ଶୁଣିଲେ…

ନୂଆଦିଲ୍ଲୀ,୭।୧୧: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି। କୋର୍ଟ ପୁଷ୍କରରାଜ ସବରୱାଲଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି,...

ନୂଆପଡ଼ାରେ ପହଞ୍ଚିବା ପରେ ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ , ଏ କ’ଣ ମିଳିଲା…

ନୂଆପଡା,୭।୧୧: ନୂଆପଡ଼ାରେ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ା ଓ ଖରିଆର ରୋଡରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନୂଆପଡ଼ାରେ...

ଭାରତର ସବୁଠୁ ବଡ଼ ଦାନବୀର: ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତି…

ନୂଆଦିଲ୍ଲୀ,୭।୧୧: ସାରା ବିଶ୍ୱରେ ଅଗଣିତ ରୋଜଗାର କରୁଥିବା ଲୋକ ଥିଲେ ମଧ୍ୟ ଅନ୍ୟମାନଙ୍କୁ ଦାନ କିମ୍ବା ସାହାଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା କମ। ତଥାପି ଆମ...

ପାକିସ୍ତାନରେ ନେପାଳ ଭଳି ପରିସ୍ଥିତି, ରାଜରାସ୍ତାରେ Gen Zର ହୋହାଲ୍ଲା

ଇସଲାମାବାଦ,୭।୧୧: ପାକ ଅଧିକୃତ କଶ୍ମୀର (ପିଓକେ) ଏକ ମାସରୁ କମ ସମୟ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରତିବାଦ ପ୍ରଦର୍ଶନ କରିଛି। ଗୁରୁବାର ଶହ ଶହ...

ମାତ୍ର ୧୮ ବଲ୍‌ରେ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌: କ୍ରିକେଟ୍‌ ଜଗତରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ହଂକଂ ସିକ୍ସେସ ଟୁର୍ନାମେଣ୍ଟକୁ ବିଜୟ ସହିତ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ମାତ୍ର ୧୮ ବଲ୍‌ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ମ୍ୟାଚକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri