ଭୁବନେଶ୍ୱର,୩।୧: ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍ପି ଅମର ପଟ୍ଟନାୟକ ସୋମବାର ଭାଜପାରେ ମିଶିଛନ୍ତି। କାହିଁକି ବିଜେଡି ଛାଡି ଭାଜପାରେ ମିଶିଲେ ତାକୁ ନେଇ ଅମର ବଡ଼ ଖୁଲାସା କରିଛନ୍ତି।
ସେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଭାଜପାରେ ସାମିଲ ହୋଇଛନ୍ତି। ଯେତେବେଳେ ବି ସଂସଦରେ ମୋଦିଙ୍କ ଭାଷଣ ଶୁଣିଛି ପ୍ରଭାବିତ ହୋଇଛି। ଭାରତକୁ ଆଗକୁ ନେବା ପାଇଁ ତାଙ୍କ ପ୍ରତିଜ୍ଞାବଦ୍ଧତାରେ ମୁଁ ଅନୁପ୍ରାଣିତ। ମୋଦିଙ୍କ ପାଇଁ ଦେଶ ଆଜି ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ପାଇପାରିଛି।
ରାଜ୍ୟବାସୀଙ୍କ ସେବା ପାଇଁ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲି। ଏବେ ରାଜ୍ୟର ସେବା ସହ ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହା ସୂଚାରୁ ରୁପେ ପାଳନ କରିବେ ବୋଲି ଅମର କହିଛନ୍ତି।
ମିଶ୍ରଣ ବର୍ଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଅନ୍ୟ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily



