କଳାହାଣ୍ଡି ଉତ୍ସବ ‘ଘୁମୁରା’ ଆସିଲେ ଅଧିକାରୀଙ୍କର ମନେ ପଡ଼େ କେନ୍ଦୁଗୁଡ଼ା ଘାଟ, ପରେ କାହାର ଦେଖା ମିଳେନି

ଥୁଆମୂଳ ରାମପୁର,୬ା୧୨: କଳାହାଣ୍ଡି ଜିଲାର କଳା ଓ ସଂସ୍କୃତିର ପର୍ବ ‘ଘୁମୁରା’ରେ କଳାହାଣ୍ଡି ତଥା ବାହାର ରାଜ୍ୟର କଳା ପ୍ରଦର୍ଶନ ଓ ପ୍ରତିଭା ପ୍ରଦର୍ଶିତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଆସୁଥିବା ବେଳେ ପ୍ରତିବର୍ଷ ଏହି ଅବସରରେ ଥୁଆମୂଳ ରାମପୁର ବ୍ଲକସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ତାର ନିକଟରେ ଥିବା କେନ୍ଦୁଗୁଡ଼ା ଘାଟରେ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ନୌଚାଳନା ଓ ତୀରଚାଳନା ପ୍ରତିଯୋଗିତା ଜିଲା କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ଉକ୍ତ ପଡ଼ିଆରେ ଆୟୋଜିତ ହୋଇଥାଏ। ହେଲେ ଦୁଃଖ ଓ ପରିତାପର ବିଷୟ ଏହା ଯେ, ଏହି ପଡ଼ିଆର ଉନ୍ନତି ବା ସୌନ୍ଦର୍ଯ୍ୟକରଣ ଦିଗରେ କୌଣସି ପ୍ରକାରରେ ଉନ୍ନତିକରଣ କରିବା ପାଇଁ ଜିଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ଚିନ୍ତା କରୁ ନ ଥିବା ଘଟଣାକୁ ନେଇ ପରିବେଶପ୍ରେମୀ ତଥା ବରିଷ୍ଠ ନାଗରିକ ଅସନ୍ତୋଷ ପ୍ରକାଶ କରୁଛନ୍ତି। କେବଳ ବର୍ଷକୁ ଥରେ ହିଁ ଏହି ପଡ଼ିଆକୁ ବିଭିନ୍ନ ବିଭାଗୀୟ ଅଧିକାରୀ ଆସି ପ୍ରତିଯୋଗିତା ମାନ ଆୟୋଜନ କରିବାରେ ବ୍ୟସ୍ତ ରହିଥାନ୍ତି। କାର୍ଯ୍ୟକ୍ରମ ଶେଷ ହେଲା ପରେ ପଡ଼ିଆ ପ୍ରତି କାହାର ନଜର ପଡ଼େନି।

ଆସନ୍ତା ଜାନୁଆରୀରେ ହେବାକୁ ଯାଉଛି ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫। ତେବେ ଜିଲା ପ୍ରଶାସନ ଓ ଜିଲା କଳା ଏବଂ ସଂସ୍କୃତି ବିଭାଗ ଏହାକୁ ଦୃଷ୍ଟିରେ ରଖି ଉକ୍ତ ପଡ଼ିଆର ଉନ୍ନତି ବା ସୌନ୍ଦର୍ଯ୍ୟକରଣ କରିବା ନେଇ ନିଶ୍ଚୟ ଆଗେଇ ଆସିବେ ବୋଲି ବ୍ଲକ ବାସୀ ଆଶା କରିବା ସହ ଦାବି ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri