ଛତ୍ରପୁର, ୨୭।୧୦ (ଦିଲ୍ଲୀପ ସାମଲ ) : ସୋମବାର ଅପରାହ୍ନରେ ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ୪୦ରୁ ଅଧିକା ଟ୍ରଲର ଫସି ରହିଥିବା ଦେଖିବାକୁ ମିଳିଛି । ତୁରନ୍ତ ଏହି ସବୁ ଟ୍ରଲର ଗୁଡିକୁ ବନ୍ଦର ବର୍ଥରେ ସୁରକ୍ଷିତ ଭାବେ ଅଣାଯାଇଥିଲା। ଏହି ଟ୍ରଲର ଗୁଡିକ ବିଶାଖାପାଟଣା ଅଂଚଳର ବୋଲି ଜଣାପଡିଛି । ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ସେମାନେ ଆଗକୁ ଯାଇ ପାରି ନ ଥିଲେ । ଶେଷରେ ସେମାନେ ଆର୍ଯ୍ୟପଲ୍ଲୀ ନିକଟରେ ଫସି ରହିଥିଲେ। ସେମାନଙ୍କ ନିକଟକୁ କୋଷ୍ଟ ଗାର୍ଡ ଯାଇ ସେମାନଙ୍କୁ ଗୋପାଳପୁର ବର୍ଥଠାରେ ଲଙ୍ଗର ପକାଇଥିଲେ । ସେମାନଙ୍କୁ ଗଞ୍ଜାମ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯାଉଛି ।
Dharitri – The Largest & Most Trusted Odia Daily
\


