ପାଟଣା ,୨୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଜିନ୍ଦଲ ପ୍ରତିରୋଧ ମଞ୍ଚର ସୋମବାର ଏକ ଜରୁରୀ ବୈଠକ ଯମୁନା ପଶି ହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ସଭାପତି ଘନ ଶ୍ୟାମ ମହାନ୍ତ ଅଧ୍ୟକ୍ଷତା କରିଥିଲେ। ଏଥିରେ ସଂପାଦକ ବେଣୁଧର ସର୍ଦ୍ଦାର, ଉପସଭାପତି ସରୋଜ କୁମାର ସିଂଙ୍କ ନେତୃତ୍ୱରେ ଏକ ହଜାରରୁ ଊଦ୍ଧର୍ବ ପ୍ରଭାବିତ ଲୋକ ସାମିଲ ହୋଇ ମେଳି କରିଥିଲେ। ଏଥିରେ ୨୦୦୬ରେ ତତ୍କାଳୀନ ଆର୍ସେଲର ମିତ୍ତଲକୁ ଦୋଫୋସଲି ମୂଲ୍ୟବାନ ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରିବାରୁ ସେ ସମୟରେ ଉକ୍ତ କମ୍ପାନୀ ଓଡ଼ିଶା ଛାଡିଥିଲେ ମଧ୍ୟ ବର୍ତ୍ତମାନର ଓଡ଼ିଶାର ମୋହନ ମାଝୀଙ୍କ ସରକାର ଉକ୍ତ ଦୋ ଫସଲି ଚାଷ ଜମିରେ ଇସ୍ପାତ କାରଖାନା କରିବାକୁ ଉଦ୍ୟମ ଆରମ୍ଭ କରିବାକୁ ସର୍ବସମ୍ମତିରେ ନିନ୍ଦା କରାଯାଇଛି। ଉପସ୍ଥିତ ଚେମେଣା , ଯମୁନା ପୋଷି, ମୁରୁସୁଁଆ ଓ ରାଜଗର ପଂଚାୟତର ଲୋକମାନେ କୌଣସି ପରିସ୍ଥିତିରେ ଜେଏସଡବ୍ଲୁ ଓ ପୋସ୍କୋ କମ୍ପାନୀକୁ ଜମି ଦିଆଯିବ ନାହିଁବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ଏହାକୁ ବୈଠକ ରେ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇ ଥିଲା । ରକ୍ତ ଦେବୁ ପଛେ ଭିଟା ମାଟି ଛାଡ଼ିବୁନାହିଁ ବୋଲି ପ୍ରଭାବିତ ଲୋକ ମାନେ ସ୍ଲୋଗାନ ଦେଇଥିଲେ।


