ଘୋଡାହାଡ ନଦୀ ରେ ବଢୁଛି ଜଳସ୍ତର :ନଈ କୂଳିଆ ଲୋକେ ଭୟଭୀତ

ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା‘ମୋନ୍ଥା’ ପ୍ରଭାବରେ ମଙ୍ଗଳବାର ସକାଳୁ ତୁହାକୁ ତୁହା ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ ଅଧୀନ ଦିଗପହଣ୍ଡିସ୍ଥିତ ଘୋଡାହାଡ ଡ଼୍ୟାମରୁ ସ୍ପିଲ ୱେ ମୁଖ୍ୟ ଫାଟକର ୨ଟି ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ପାଣି ଛଡ଼ାଯାଉଥିବା ବେଳେ ଡ଼୍ୟାମ ଅଞ୍ଚଳରେ ସା ସୁଦ୍ଧା ୪୬ ମି. ମି ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ଜଣାଇଛନ୍ତି । ଡ଼୍ୟାମର ଉପରମୁଣ୍ଡରେ ଗତ ୨ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାରୁ ଡ଼୍ୟାମ ମଧ୍ୟକୁ ବିଭିନ୍ନ ନଦୀ ନାଳରୁ ଘଣ୍ଟା ପ୍ରତି ୧୫୫ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଡ଼୍ୟାମରୁ ଘଣ୍ଟା ପ୍ରତି ୧୦୨ କ୍ୟୁସେକ ଜଳକୁ ନଦୀ ଗର୍ଭକୁ ଛଡାଯାଉଛି। ନଦୀର ଜଳସ୍ତର କ୍ରମଶଃ ବଢ଼ିବାରେ ଲାଗିଛି। ନଈକୂଳିଆ ଗୋଲଣ୍ଡା,ମଧୁବନ, ସେବକ ଟିକରପଡ଼ା,କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି,ଗୁମା, ପନାଡ,ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା ,ଆମ୍ବ ଗାଁ, ତିଳେଶ୍ୱର,ମହାନଳା, ପଳାଶପୁର,ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କୌଣସି ମତେ ନଦୀ ମଧ୍ୟକୁ ନ ଯିବା ସହ କୌଣସି ଗୃହପାଳିତ ପ୍ରାଣୀ ମାନଙ୍କୁ ନଛାଡିବା ପାଇଁ ଜଳସମ୍ପଦ କର୍ମଚାରୀଙ୍କ ପକ୍ଷରୁ ଗାଁ କୁ ଗାଁ ବୁଲି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜଳଭଣ୍ଡାରରେ ୮୩ ଭାଗ ଅର୍ଥାତ୧୧୬.୩୦ ମିଟର ପାଣି ଗଚ୍ଛିତ ରହିଥିବା ଉପ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବିସ୍ଫୋରଣ ପରେ ଭୁବନେଶ୍ବରରେ ହାଇଆଲର୍ଟ ଜାରି: ବାଲିଯାତ୍ରା ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ ଦେଲେ ଏଭଳି ପରାମର୍ଶ

ଭୁବନେଶ୍ୱର,୧୦।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଆଶଙ୍କା କରାଯାଉଛି। ଯାହାକୁ ନେଇ ଦେଶବ୍ୟାପୀ ହାଇଆଲର୍ଟ କରାଯାଉଛି।...

କନ୍ଧମାଳ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି: ୨୨୯ଟି ଅଭିଯୋଗ ଶୁଣିଲେ…

ଦାରିଙ୍ଗବାଡି, ୧୦ ।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ସୋମବାର ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ଅଭିଯୋଗ ଶୁଣିଛନ୍ତି । ସେ ମୋଟ ୨୨୯ଟି...

ଏହି ଦିନ ଖୋଲିବ ଇକୋ ରିଟ୍ରିଟ: ଜିଲାପାଳ ଦେଲେ ବଡ଼ ସୂଚନା, ଏଥର ପର୍ଯ୍ୟଟକଙ୍କୁ…

ଦାରିଙ୍ଗବାଡି, ୧୦।୧୧ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ବଢିବା ସାଙ୍ଗକୁ ପର୍ଯ୍ୟଟକ ମଧ୍ୟ ଭିଡ଼ ମଧ୍ୟ ବଢିଛି। ସ୍ଥାନୀୟ ପ୍ରଶାସନ ଏବଂ...

ଦାଦନ ଖଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ, ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡିଲା ଗାଁ

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମର ଦାଦନ ଶ୍ରମିକ ରାଜେନ୍ଦ୍ର ବେହେରା(୩୭) ମହାରାଷ୍ଟ୍ରର ମୁମ୍ବାଇ ସାମ୍ବାଜି ଷ୍ଟେଶନର ଟ୍ରେନ ଲାଇନରେ...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଚାଷୀ ମୁହାଁମୁହିଁ: ଧାନ କିଣାବିକା ପଞ୍ଜିକରଣକୁ ନେଇ…

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଛି। ଜିଲାର ସବୁ ଅଞ୍ଚଳରେ ଚାଷୀମାନେ ନିଜ କଷ୍ଟୋପାର୍ଜିତ ଧାନ ଅମଳ କରୁଛନ୍ତି।...

ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ: ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସଚିବଙ୍କ ନିର୍ଦ୍ଦେଶ

ଭଞ୍ଜନଗର,୧୦।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମେଗା ପାନୀୟ ଜଳ ଯୋଗାଣ...

ଦିଲ୍ଲୀରେ ବିସ୍ଫୋରଣ କଲେ ଆତଙ୍କବାଦୀ! ପୁରୀରେ ହାଇଆଲର୍ଟ ଜାରି…

ଭୁବନେଶ୍ୱର,୧୦।୧୧: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ। ହାଇଆଲର୍ଟ ନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ଚତୁଃପାଶର୍‌ବ,...

ଯୋଗାଣ ସହାୟିକା ବିରୋଧରେ ସାଂଘାତିକ ଅଭିଯୋଗ: ହିତାଧିକାରୀଙ୍କ ଦସ୍ତଖତ ନକଲକରି…

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଯୋଗାଣ ସହାୟିକା ରାଜେଶ୍ୱରୀ ଗୌଡ଼ଙ୍କ ବିରୋଧରେ ସୋମବାର ଜନଜାତି ବହୁଳ ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri