Posted inଜାତୀୟ

ପାର୍ଲିଆମେଣ୍ଟ ନୂଆ ଛାତରୁ ଗଳୁଛି ପାଣି; ଭାଜପାକୁ କଟାକ୍ଷ କଲେ ବିରୋଧୀ

ନୂଆଦିଲ୍ଲୀ,୧।୮: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସରକାର ସମୟରେ ନୂତନ ପାର୍ଲିଆମେଣ୍ଟ ବିଲ୍ଡିଂର ନିର୍ମାଣକୁ ଏକ ବଡ଼ ଉପଲବ୍ଧି କୁହାଯାଉଥିଲା ବେଳେ ଏଥିରୁ ବର୍ଷା ପାଣି ଗଳିବା ଆରମ୍ଭ ହୋଇଛି। ଯାହାକୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଭାଜପାକୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି।

ତାମିଲନାଡୁର କଂଗ୍ରେସ ସାଂସଦ ମାଣିକମ୍ ଟାଗୋରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେୟାର କରାଯାଉଥିବା ଭିଡିଓରେ ନୂତନ ସଂସଦ ଭବନ ଭିତରେ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ଏହା ଦେଖିବାକୁ ଛାତରୁ ପାଣି ଗଳୁଛି ଏବଂ ପଡୁଥିବା ପାଣି କିପରି ସବୁଆଡେ ବିସ୍ତାର ନହୁଏ ସେଥିପାଇଁ ଚଟାଣରେ ବାଲ୍ଟି ରଖାଯାଇଛି।

କଂଗ୍ରେସ ନେତା ସୋସିଆଲ ମିଡିଆରେ ଲେଖିଛନ୍ତି, “ବାହାରେ ପ୍ରଶ୍ନପତ୍ର ଲିକ୍, ଭିତରର ପାଣି ଲିକ୍। ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟବହୃତ ସଂସଦ ଲବିରେ ସମ୍ପ୍ରତି ପାଣି ଗାଳିବା ନୂତନ ବିଲ୍ଡିଂରେ ପାଣିପାଗ ସମ୍ବନ୍ଧୀୟ ସମସ୍ୟାକୁ ଦର୍ଶାଉଛି।” ଏହି ନୂତନ ବିଲ୍ଡିଂ ନିର୍ମାଣ ହେବାର କେବଳ ଗୋଟିଏ ବର୍ଷ ପରେ ଏହି ଚିତ୍ର ଆସିଛି।

କଂଗ୍ରେସ ନେତା ଏହି ଭିଡିଓ ପୋଷ୍ଟ କରିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଘଟଣା ଉପରେ ବିଭିନ୍ନ କମେଣ୍ଟ ଦେଉଛନ୍ତି।

ସେହିଭଳି ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, “ପୁରୁଣା ସଂସଦ ଏହି ନୂତନ ସଂସଦ ଅପେକ୍ଷା ଭଲ ଥିଲା, ଯେଉଁଠାରେ ପୁରୁଣା ସାଂସଦମାନେ ମଧ୍ୟ ସାକ୍ଷାତ କରି ପାରନ୍ତି। ତେଣୁ ପୁଣି ପୁରୁଣା ସଂସଦରେ କାର୍ଯ୍ୟକ୍ରମ ଚାଲୁ, ସେ ପର୍ଯ୍ୟନ୍ତ କୋଟି କୋଟି ଟଙ୍କାରେ ନିର୍ମିତ ସଂସଦରେ ଜଳ ନିଷ୍କାସନ କାର୍ଯ୍ୟକ୍ରମ ଚାଲୁଥାଉ। “


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri