ହାଟଡିହୀ,୫।୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନନ୍ଦିପଦା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳା ବୁଧବାର ସକାଳୁ ମୃତ୍ୟୁ ବରଣ କରିଛନ୍ତି।
ସୂଚନା ଅନୁସାରେ, ଗ୍ରାମର ଅଭିମନ୍ୟୁ ରାଉଳଙ୍କ ସ୍ତ୍ରୀ ମନ୍ଦାକିନୀ (୪୦ ବର୍ଷ) ୱାଟର ହିଟରରେ ପାଣି ଗରମ କରୁଥିଲେ । ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ସେଠାରେ ଟଳି ପଡ଼ିଥିଲେ । ସେହି ସମୟରେ ଘରେ କେହି ନ ଥିଲେ । ଗ୍ରାମର ଜଣେ ସମ୍ପର୍କୀୟ ମହିଳା କୌଣସି କାରଣରୁ ମନ୍ଦାକିନୀଙ୍କ ଘରକୁ ଯାଇଥିବା ବେଳେ ମନ୍ଦାକିନୀ ତଳେ ପଡ଼ିଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ମନ୍ଦାକିନୀଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ ସହ ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇଛି।
Dharitri – Odisha’s No.1 Odia Daily