ଜଗନ୍ନାଥ ମନ୍ଦିର ମହାପ୍ରସାଦରେ ବନସ୍ପତି ଘିଅ ଅଭିଯୋଗ! ସେବକଙ୍କୁ ଜବାବ୍ ତଲବ

ଭୁବନେଶ୍ୱର,୩।୧୧: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତିରେ ବନସ୍ପତି ଘିଅ ବ୍ୟବହାର କରାଯାଉଥିବା ଅଭିଯୋଗ ଆସିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଜଣେ ମହାସୁଆର ନିଯୋଗ ସେବକଙ୍କୁ ଜବାବ୍ ତଲବ କରିଛି।

ମନ୍ଦିର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାପ୍ରସାଦ ଏବଂ ଅନ୍ୟାନ୍ୟ ରୀତିନୀତି ପାଇଁ କେବଳ ଓମଫେଡ୍ ଘିଅ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଅଭିଯୁକ୍ତ ସେବକ ଏହି ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରିଛନ୍ତି।

ଏସଜେଟିଏର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୋମବାର କହିଛନ୍ତି ଯେ ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ବଳବତ୍ତର ରହିଛି ଏବଂ କୌଣସି ପ୍ରକାର ଅନୁଶାସନହୀନତାକୁ ବରଦାସ୍ତ କରାଯିବ ନାହିଁ। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମହାପ୍ରସାଦର ପବିତ୍ରତା ବଜାୟ ରଖିବା ପାଇଁ ଅନୁମୋଦିତ ମାନଦଣ୍ଡ ପାଳନ କରିବା ବାଧ୍ୟତାମୂଳକ ବୋଲି ଏସଜେଟିଏ ପୁନରାବୃତ୍ତି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ବଡ଼ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ, ରାଜ୍ୟରେ ହେବ…

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ...

ଓଡ଼ିଶା ପାଇଁ ଅର୍ଥର ଅଭାବ ନାହିଁ, ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ: ନିତିନ ଗଡ଼କରୀ

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏଥରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ...

ବନ୍ଦେ ମାତରମ୍‌ର ୧୫୦ ତମ ପୂର୍ତ୍ତି ମହୋତ୍ସବ

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି...

‘ଦୋଷର ସ୍ପଷ୍ଟିକରଣ ନ ଦେଲେ, ରଦ୍ଦ ହେବ ପ୍ରାର୍ଥୀପତ୍ର’, ବିହାର ନିର୍ବାଚନ ମଧ୍ୟରେ ସୁପିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟ ନାମାଙ୍କନ ପତ୍ରରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଷୟକୁ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି...

ଗୋଟିଏ ଓଭରରେ ୬ଟି ଛକା ମାରିଲେ ପାକିସ୍ତାନ ଷ୍ଟାର୍ ଆଫ୍ରିଦି

ନୂଆପଡ଼ା,୭।୧୧: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ୨୪ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଅବ୍ବାସ୍ ଆଫ୍ରିଦି ହଂକଂ ସିକ୍ସେସ୍‌ ଟୁର୍ଣ୍ଣାମେଣ୍ଟରେ ଏକ ବିରଳ ରେକର୍ଡର ସମକକ୍ଷ ହୋଇଛନ୍ତି।...

ଲକ୍ଷାଧିକ ଟଙ୍କା ଭରଣ ପୋଷଣ ପାଇ ବି ସନ୍ତୁଷ୍ଟ ନ ଥିଲେ ମହମ୍ମଦ ଶାମିଙ୍କ ଏକ୍ସ ଓ୍ବାଇଫ, ପହଞ୍ଚିଲେ ସୁପ୍ରିମକୋର୍ଟ, ବିଚାରପତି କହିଲେ…

ନୂଆଦିଲ୍ଲୀ,୭।୧୧: କ୍ରିକେଟର ମହମ୍ମଦ ଶାମିଙ୍କ ପୂର୍ବତନ ପତ୍ନୀ ହାସିନ ଜାହାନ ତାଙ୍କ ଭରଣପୋଷଣ ବୃଦ୍ଧି ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର (ନଭେମ୍ବର ୭, ୨୦୨୫)...

ପରିବାରକୁ ଢାଙ୍କି ଦେଇଛି କଳା ବାଦଲ, ସସ୍ମିତାଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଲାଞ୍ଜିଗଡ,୭ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଦୋରା ସାରଲି ଗାଁର ଶୁକନାଭଟା ପଡାର ୨୧ ବର୍ଷୀୟ ସସ୍ମିତା ସାହୁ ମାରାତ୍ମକ...

ଓଡ଼ିଆ ଝିଅ ଝାଡ଼ଖଣ୍ଡ ଡିଜିପି, ପ୍ରଥମ ମହିଳା ଭାବେ ରଚିଲେ ଇତିହାସ

ଭୁବନେଶ୍ୱର/ରାଞ୍ଚି: ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri