ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୁଦ୍ଧବିମାନ, ହେଲିକପ୍ଟର ନିଖୋଜ; ଟ୍ରମ୍ପ ଦେଲେ ବଡ଼ ବୟାନ

ୱାଶିଂଟନ୍,୨୭।୧୦: ଆମେରିକା ନୌସେନାର ବିମାନବାହୀ ଜାହାଜ ୟୁଏସ୍‌ଏସ୍ ନିମିଟ୍‌ଜ୍‌ରୁ ଉଡ଼ାଣ କରିଥିବା ଏଫ୍‌/ଏ-୧୮ଏଫ୍ ସୁପର୍ ହର୍ନେଟ୍ ଯୁଦ୍ଧବିମାନ ଓ ଏମ୍‌ଏଚ୍‌-୬୦ଆର୍ ସୀ ହକ୍ ହେଲିକପ୍ଟର ରବିବାର ଦକ୍ଷିଣ ଚାଇନା ସାଗରରେ ୩୦ ମିନିଟ୍‌ ଅନ୍ତରରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ହେଲିକପ୍ଟରର ତିନି କ୍ରୁ ସଦସ୍ୟ ଓ ଯୁଦ୍ଧବିମାନର ଦୁଇ ପାଇଲଟ୍ ନିରାପଦରେ ଉଦ୍ଧାର ହୋଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ପ୍ୟାସିଫିକ୍ ଫ୍ଲିଟ୍ ବିବୃତି ଦେଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୋକିଓ ଯାତ୍ରା ବେଳେ କହିଛନ୍ତି, ‘‘ଖରାପ ଇନ୍ଧନ ଯୋଗୁଁ ଏହି ଦୁର୍ଘଟଣା ହୋଇପାରେ। ଲୁଚାଇବାକୁ କିଛି ନାହିଁ।’’ ମଧ୍ୟପ୍ରାଚ୍ୟରୁ ଫେରୁଥିବା ନିମିଟ୍‌ଜ୍‌ ଡିକମିଶନ୍ ହେବା ପୂର୍ବର ଶେଷ ଡେପ୍ଲୟମେଣ୍ଟ୍‌ରେ ଅଛି।

ଏହା ପୂର୍ବରୁ ୟୁଏସ୍‌ଏସ୍ ହ୍ୟାରି ଏସ୍ ଟ୍ରୁମ୍ୟାନ୍‌ରେ ଡିସେମ୍ବରରେ ଭୁଲ୍‌ରେ ଗୁଳି ଲାଗି ଏଫ୍‌/ଏ-୧୮ ବିମାନ ଧ୍ୱଂସ, ଏପ୍ରିଲରେ ହ୍ୟାଙ୍ଗର୍ ଡେକ୍‌ରୁ ଖସି ଲାଲସାଗରରେ ପଡ଼ିଥିଲା ଓ ମେ’ରେ ଲ୍ୟାଣ୍ଡିଂ ବେଳେ ଆରେଷ୍ଟିଂ କେବୁଲ୍ ଧରିନପାରି ସମୁଦ୍ରରେ ପଡ଼ିଥିଲା। କୌଣସି ମୃତାହତ ହୋଇନଥିବା ବେଳେ ତଦନ୍ତ ରିପୋର୍ଟ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ସାଗରଙ୍କ ଶେଷ ଦର୍ଶନ ପାଇଁ ଏମ୍ସରେ ପ୍ରବଳ ଭିଡ଼; ସଙ୍ଗୀତ ଜଗତ ସ୍ତବ୍ଧ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସମଗ୍ର ସଙ୍ଗୀତ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ...

ନଭେମ୍ବର ୧୭ ଓଡ଼ିଆ ସଂଗୀତ ଜଗତ ପାଇଁ ବ୍ଲାକ୍ ଡେ, ସେଦିନ ଅକ୍ଷୟ ଆଜି ହ୍ୟୁମାନଙ୍କ ପରଲୋକ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନଭେମ୍ବର ୧୭ ତାରିଖ ଏକ ଦୁଃଖଦ ଦିନ ଭାବେ ଇତିହାସରେ ଲେଖା ଯିବ। ନଭେମ୍ବର ୧୭ ଲୋକପ୍ରିୟ କଣ୍ଠଶିଳ୍ପୀ...

ପରଲୋକରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଓଲିଉଡରେ ଶୋକର ଛାୟା

ଭୁବନେଶ୍ୱର,୧୭।୧୧: ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି।...

ଶେଖ ହାସିନାଙ୍କ ମୃତ୍ୟୁଦଣ୍ଡ ଉପରେ ଭାରତ ଦେଲା ଏମିତି ପ୍ରତିକ୍ରିୟା, ସାରା ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୧୭।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ନେଇ ଭାରତର ପ୍ରଥମ ପ୍ରତିକ୍ରିୟା ଆସିଛି। ଭାରତ କହିଛି...

ଶେଖ ହାସିନାଙ୍କୁ ତୁରନ୍ତ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ଦାବି, ଏବେ କ’ଣ କରିବେ ମୋଦି

ଢାକା,୧୭।୧୧: ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇବା ପରେ ବାଂଲାଦେଶ ସୋମବାର ତାଙ୍କୁ ତୁରନ୍ତ ଭାରତକୁ ହସ୍ତାନ୍ତର କରିବାକୁ...

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ: ଏହି ଦିନଠୁ ଅନଲାଇନ, ଅଫଲାଇନରେ ଟିକେଟ୍‌ ବିକ୍ରି ଆରମ୍ଭ

ଭୁବନେଶ୍ୱର,୧୭।୧୧: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଏନେଇ ସୋମବାର OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା...

ଏୟାର ଇଣ୍ଡିଆର ବଡ଼ ଘୋଷଣା: ଦିଲ୍ଲୀରୁ ଚାଇନାକୁ ନନ୍‌ଷ୍ଟପ୍‌ ବିମାନ ସେବା

ନୂଆଦିଲ୍ଲୀ,୧୭ା୧୧: ଏୟାର ଇଣ୍ଡିଆ ୧ ଫେବୃଆରୀ ୨୦୨୬ରୁ ଦିଲ୍ଲୀ ଏବଂ ଚାଇନାର ସାଂଘାଇ ମଧ୍ୟରେ ନନ୍‌ଷ୍ଟପ ବିମାନ ସେବା ପୁନଃ ଆରମ୍ଭ କରିବ। ଏୟାର ଇଣ୍ଡିଆ...

କିଏ ହେବ ବିହାର ମୁଖ୍ୟମନ୍ତ୍ରୀ ? ବିଧାୟକ ଦଳ ବୈଠକରେ ତେଜସ୍ବୀଙ୍କୁ ମିଳିଲା ବଡ ଦାୟିତ୍ୱ

ପାଟନା,୧୭।୧୧: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ତେଜସ୍ୱୀ ଯାଦବ ସୋମବାର ଦିନ ବିହାର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri