ଏସପିସିବିର ସଦସ୍ୟ ସଚିବଙ୍କ ଦ୍ୱାରସ୍ଥ


ଯାଜପୁର ଅଫିସ,୭।୧୨- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ଡଙ୍କାରୀ ଓ ରାହାଡପୁର ମୌଜାରେ ସମୁଦାୟ ୧୯ଟି ସଇରାତକୁ ସରକାର ଲିଜ ପ୍ରଦାନ କରିଛନ୍ତି । ଗତ ୪ମାସ ମଧ୍ୟରେ ଏହି ଦୁଇ ପାହାଡରୁ ପ୍ରାୟ ୧୦ କୋଟି ଟଙ୍କାର ଅନୁମତି ବର୍ହିଭୂତ କଳାପଥର ଲୁଟ ହୋଇଛି । ଏହାବାଦ ବିନା ପରିବେଶ ମଞ୍ଜୁରୀ ଓ ମାଇନିଂ ପ୍ଲାନରେ ବେଆଇନ ବିସ୍ଫୋରକ ବ୍ୟବହାର କରି ପାହାଡ଼ରେ ବିସ୍ଫୋରଣ ଘଟାଇ କଳାପଥର ଉତ୍ତୋଳନ କରି ଆସୁଛନ୍ତି । ଏହି ମର୍ମରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ସାମାଜିକ କର୍ମୀ ସର୍ବେଶ୍ୱରୀ ବେହୁରା ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର ସଦସ୍ୟ ସଚିବ ଦେବଦତ୍ତ ବିଶ୍ୱାଳଙ୍କ ଦୃଷ୍ଟି ଆକର୍ଷଣ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ଏହି ଦୁଇ ପାହାଡ଼ରୁ ୨୦୦ରୁ ୪୦୦ମି. ବ୍ୟବଧାନରେ ଜନବସତି ରହିଥିବାରୁ ଅଞ୍ଚଳବାସୀ ବ୍ୟାପକ ପ୍ରଦୂଷଣର ଶିକାର ହେଉଛନ୍ତି । ଲିଜଧାରୀ ନିରଞ୍ଜନ ରାଉତ ଓ ନାରାୟଣ ରାଉତ ଅନୁମତିଠାରୁ ଅଧିକ ୪୬ ହଜାର ଘନମିଟର ପରିମାଣର କଳାପଥର ଉତ୍ତୋଳନ କରିଛନ୍ତି। ଗୋଟିଏ ପଟେ ଚୋରିକୁ ଅନ୍ୟପଟେ ଲିଜଧାରୀଙ୍କ ଦ୍ୱାରା ବେଆଇନ ଖନନ ସହିତ ଅନୁମତି ବର୍ହିଭୂତ ଲଘୁଖଣିଜ ଉତ୍ତୋଳନ ଦ୍ୱାରା ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନୀ ହେଉଛି । କେବଳ ସେତିକି ନୁହେଁ ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ପରିବେଶ ବ୍ୟାପକ ଭାବେ ପ୍ରଭାବିତ ହେଉଛି । ଅତୀତରେ ଜଳସେଚନର ଏକ ପ୍ରମୁଖ ମାଧ୍ୟମ ଥିବା ରାଣୀବନ୍ଧ ଡ୍ୟାମ ସମ୍ପୂର୍ଣ୍ଣ ପୋତି ହୋଇସାରିଛି । ଯଦ୍ଦ୍ବାରା ଶତାଧିକ ଚାଷୀ ଏବେ ଜଳସେଚନ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳବାସୀ ବେଆଇନ ଖନନକୁ ନେଇ ପ୍ରତିବାଦ କଲେ ମାଫିଆଙ୍କ ନାଲି ଆଖି ଓ ପୋଲିସର ଚାପ ଲୋକଙ୍କ ସ୍ବରକୁ ଚପାଇ ଦେଉଛି । ପୁନଶ୍ଚ ଏନେଇ ଶୁକ୍ରବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ସହିତ ଆଗାମୀ ଦିନରେ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେବାକୁ ସାମାଜିକ କର୍ମୀ ବେହୁରା ସୂଚନା ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri