କୃଷି କାର୍ଯ୍ୟାଳୟରେ ପଡ଼ିଲା ତାଲା


ରସୁଲପୁର,୭।୧୨(ଡିଏନ୍‌ଏ)- ରସୁଲପୁର ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ସମୟ ଶେଷ ହୋଇଛି। ମାତ୍ର ଚାଷୀଙ୍କୁ ମାଗଣା ବାଦାମ ବିହନ ମିଳି ପାରିନାହିଁ ା ଏ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଫଳରେ ଗୁରୁବାର ଚାଷୀମାନେ ପୁନର୍ବାର କାର୍ଯ୍ୟାଳୟରେ ପୁଣି ତାଲା ପକାଯାଇଛନ୍ତି। ବିହନ ବଣ୍ଟନରେ ହୋଇଥିବା ଅନିୟମିତତାକୁ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ପ୍ରକାଶ ଯେ, ସରକାରୀ ମାଗଣା ବିହନ ବଣ୍ଟନକୁ ନେଇ ଗତ ମାସ ୨୭ରେ ବିବାଦ ଉପୁଜିଥିଲା । ବିହନ ବାଣ୍ଟିବାରେ ବିଭାଗ ପକ୍ଷରୁ ବ୍ୟାପକ ହେରଫେର ହୋଇଥିଲା ବୋଲି ଚାଷୀମାନେ ଅଭିଯୋଗ କରିଥିଲେ । ଏହାକୁ କେନ୍ଦ୍ରକରି ଚାଷୀମାନେ କାର୍ଯ୍ୟାଳୟରେ ପାଟି ତୁଣ୍ଡ କରିଥିଲେ । ଚାଷୀମାନଙ୍କ ଅଭିଯୋଗକୁ ସହକାରୀ କୃଷି ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଅଣଦେଖା କରିଥିଲେ । ଏଥିରେ ଚାଷୀମାନେ ଉତ୍ତ୍ୟକ୍ତ ହୋଇ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଥିଲେ । ୨୮ରେ ଜିଲା କୃଷି ଅଧିକାରୀ ପ୍ରଦୀପ ସାହୁ, ରସୁଲପୁର ପଞ୍ଚାୟତ ସମିତି ସଭ୍ୟ ବିଶ୍ୱନାଥ ପଣ୍ଡା, ସହକାରୀ କୃଷି ଅଧିକାରୀ ଭାଗ୍ୟଧର ସାହୁ, ଯୁବନେତା ପ୍ରକାଶ ସାମଲ, ଆମତ୍ାର ସଭାପତି ରମେଶ ନାୟକ ପ୍ରମୁଖଙ୍କୁ ନେଇ ଏକ ବୈଠକ ବସିଥିଲା । ବୈଠକରେ ରସୁଲପୁର ପଞ୍ଚାୟତର ଚାଷୀଙ୍କୁ ୫୦ବସ୍ତା ମାଗଣା ବାଦାମ କିଟ୍‌ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ବାଦାମ ବିହନ ଡିସେମ୍ବର ୭ ସୁଦ୍ଧା ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେବାରୁ ଗୁରୁବାର ସମିତି ସଭ୍ୟ ବିଶ୍ୱନାଥ ପଣ୍ଡାଙ୍କ ନେତୃତ୍ୱରେ ଚାଷୀମାନେ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ ବାଦାମ ବିହନ ଦାବି କରିଥିଲେ ।କୃଷି କାର୍ଯ୍ୟାଳୟ ପକ୍ଷରୁ ବିହନ ଆସିଲେ ଦିଆଯିବ ବୋଲି କୁହାଯାଇଥିଲା। ବିଭାଗର ଏଭଳି ନୀତିରେ ଚାଷୀ କ୍ଷୁବ୍ଧ ହୋଇ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ବିହନ ବଣ୍ଟନରେ ଅନିୟମିତତା ଦେଖାଦେଇଛି। ଏ ଦିଗରେ ତଦନ୍ତ କରାଯିବା ପାଇଁ ଚାଷୀ ଦୁର୍ଯ୍ୟୋଧନ ମଳିକ, ବିଜୟ ମଳିକ, ଘନଶ୍ୟାମ ସାହୁ, ମୃତ୍ୟୁଞ୍ଜୟ ଜେନା, ଦେବେନ୍ଦ୍ର ନାଥ ପ୍ରମୁଖ ଦାବି କରିଛନ୍ତି । ଚାଷୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସମିତି ସଭ୍ୟ ପଣ୍ଡା କହିଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri