ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ଦାବିପତ୍ର


ଧର୍ମଶାଳା,୭।୧୨(ଡିଏନ୍‌ଏ) ଏସ୍‌ୟୁସିଆଇ ଜାରକା ଆଞ୍ଚଳିକ କମିଟି ପକ୍ଷରୁ ଗୁରୁବାର ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅବ୍ୟବସ୍ଥା ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଅଲଟ୍ରାସାଉଣ୍ଡ, ଏକ୍ସରେ ମେଶିନ ରଖିବା, ସାପ, କୁକୁର କାମୁଡା ଇଞ୍ଜେକସନ୍‌ ରଖିବା, ଶିଶୁ ବିଭାଗ ଓ ସ୍ତ୍ରୀରୋଗ ବିଶେଷଜ୍ଞ ଭଳି ସମସ୍ତ ଗୁରୁତ୍ୱପୂଣର୍ର୍ ବିଭାଗରେ ତୁରନ୍ତ ଡାକ୍ତର ନିଯୁକ୍ତି, ୟୁଜର୍ସ ଫି ଆଦାୟ ବନ୍ଦ, ମେଡିକାଲରେ ସମସ୍ତ ପ୍ରକାର ଅବହେଳା ଓ ଅବ୍ୟବସ୍ଥାକୁ ତୁରନ୍ତ ଦୂର କରିବା ଏବଂ ମାତୃ ଓ ଶିଶୁ ଚିକିସତ୍ା କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକାରୀ କରିବା ଇତ୍ୟାଦି ଦାବିରେ ଏକ ଦସ୍ତଖତ ସଂଗ୍ରହ ଅଭିଯାନ, ମେଡିକାଲ ଅଫିସରଙ୍କୁ ଦାବିପତ୍ର ପ୍ରଦାନ ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଏସ୍‌ୟୁସିଆଇ ଧର୍ମଶାଳା ଆଞ୍ଚଳିକ କମିଟି ସମ୍ପାଦକ ଅକ୍ଷୟ ଦାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ଅବ୍ୟବସ୍ଥା ତୁରନ୍ତ ଦୂର କରି ଧର୍ମଶାଳାବାସୀଙ୍କୁ ଉପଯୁକ୍ତ ଚିକିସତ୍ାର ସୁଯୋଗ ଦେବା ପାଇଁ ଦୃଢ ଦାବି କରିଥିଲେ। ଜିଲା ସଦର ମହକୁମା ସ୍ବାସ୍ଥ୍ୟକେନ୍ଦ୍ର ସମେତ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲାର ସମସ୍ତ ଗୋଷ୍ଠୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟାକୁ ନେଇ ଆଗାମୀ ଡିସେମ୍ବର ୨୦ରେ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଧାରଣା ଅନୁଷ୍ଠିତ ହେବ ବୋଲି ସଭାରେ କୁହାଯାଇଥିଲା। ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଏହି ସବୁ ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ। ଉକ୍ତ ସଭାରେ ଏସ୍‌ୟୁସିଆଇର ମଧୁମିତା ସାହୁ, ବିଚିତ୍ରାନନ୍ଦ ଦାସ, ପ୍ରଶାନ୍ତ ଜେନା, ପ୍ରଭାତି ମଲ୍ଲିକ, ପଶାନ୍ତ ସ୍ବାଇଁ, ସଂଯୁକ୍ତା ସାହୁ, ସସ୍ମିତା ବେହେରା, ସସ୍ମିତା ସାହୁ, ଦମୟନ୍ତୀ ମୁଦୁଲି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଚିନ୍ତାମଣୀ ମିଶ୍ରଙ୍କୁ ଏ ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri