ଟ୍ରକ୍‌ ଧକ୍କାରେ ମା’ ଝିଅଙ୍କ ମୃତ୍ୟୁ


ତିର୍ତ୍ତୋଲ,୬।୧୨(ଡି.ଏନ.ଏ.) କଟକ-ପାରାଦୀପ ରାସ୍ତାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେରତାଙ୍ଗ ନିକଟରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟି ମା’ଝିଅଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ମୂଳିସିଂ ପଞ୍ଚାୟତ କାବଲପୁର ଗ୍ରାମର ଉର୍ମିଳା ବିଶ୍ୱାଳ(୩୬) ତାଙ୍କ ଝିଅ ଆଦ୍ୟାଶା(୬) ବାଇକ ପଛରେ ବସି ରଥିପୁର ଗ୍ରାମକୁ ଆସୁଥିଲେ। ରାସ୍ତା ଉପରେ ଥିବା ରମ୍ବଲର୍ସ ଉପରେ ବାଇକ ପାର ହେଉଥିବା ବେଳେ ଭାସାସମ୍ୟ ହରାଇ ମା’ ଏବଂ ଝିଅ ବାଇକରୁ ଖସିପଡିଥିଲେ। ଏହି ସମୟରେ ପଛରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ୧୦ଚକିଆ ଆଇଚର ଟ୍ରକ(ନଂ.ଓଆର-୦୨ଏ୬୩୭୮) ସେମାନଙ୍କ ଉପରେ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ଉର୍ମିଳାଙ୍କ ମୃତ୍ୟୁ ହୋଇଥିଲା। ଗୁତୁତର ଅବସ୍ଥାରେ ଆଦ୍ୟାଶାଙ୍କୁ ଚିକିସତ୍ା ନିମନ୍ତେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଓ ମଣିଜଙ୍ଗା ଠାରେ ଉତ୍ୟକ୍ତ ଲୋକେ କଟକ-ପାରାଦୀପ ରାସ୍ତା ଅବରୋଧ କରିଥିଲେ। ପରେ ପ୍ରଶାସନ ତରପରୁ ମୃତକଙ୍କ ପରିବାରକୁ କ୍ଷତିପତୂରଣ ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। କଟକ-ପାରାଦୀପ ରାସ୍ତାରେ ବିଭିନ୍ନ ସ୍ଥାନରେ ମନଇଚ୍ଛା ରମ୍ବଲର୍ସ କରାଯାଇଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri