ବିଦ୍ୟାଳୟ ପରିସରରେ ବିପଦସଙ୍କୁଳ ଗୃହ


ନାଉଗଁ।,୬।୧୨(ସ୍ବ.ପ୍ର.) ନାଉଗଁ। ହାଟ ଉଚ୍ଚ ବିଦ୍ୟାଳୟ ଓ ବାଲିସାହିରେ ଥିବା ବିପିନ ବିହାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୀର୍ଘଦିନ ହେଲା ବିପଦସଙ୍କୁଳ ଗୃହ ରହିଛି। ଏସବୁ ଘର କାମରେ ଲାଗୁ ନ ଥିବାବେଳେ ଜରାଜୀର୍ଣ୍ଣ ହୋଇପଡିଛି। ଏଥିଯୋଗୁ ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ ଉକ୍ତ ଗୃହଗୁଡିକ ଭାଙ୍ଗିବାକୁ ବିଦ୍ୟାଳୟ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି। ମାତ୍ର ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ନାଉଗଁ। ହାଟ ଉଚ୍ଚ ବିଦ୍ୟାଳୟ ୧୯୬୧ରେ ପ୍ରତିଷ୍ଠା ହୋଇଥିଲା। ସେହି ସମୟରେ ଏହି ଅଞ୍ଚଳରେ ଗୋଟିଏ ମାତ୍ର ଉଚ୍ଚ ବିଦ୍ୟାଳୟ ଥିବାରୁ ବହୁ ଦୂର ଦୂରାନ୍ତରୁ ଛାତ୍ରୀଛାତ୍ରମାନେ ଆସି ଏଠାରେ ଅଧ୍ୟୟନ କରୁଥିଲେ। ଗମନାଗମନ ସୁବିଧା ନ ଥିବାରୁ ପିଲାଙ୍କ ରହିବା ପାଇଁ ବିଦ୍ୟାଳୟରେ ହେଷ୍ଟଲ କରାଯାଇଥିଲା। କିନ୍ତୁ ଧୀରେ ଧୀରେ ବିଭିନ୍ନ ସ୍ଥାନରେ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହେବା ଓ ଗମନା ଗମନ ସୁବିଧା ହେବାରୁ ଉକ୍ତ ହେଷ୍ଟଲ ଏକ ପ୍ରକାର ବନ୍ଦ ହୋଇଗଲା। ୧୦ ବଖରା ଆଜବେଷ୍ଟସ ନିର୍ମିତ ହଷ୍ଟେଲ ଘର ବିଦ୍ୟାଳୟ କମିଟି ନିଷ୍ପତି ଅନୁସାରେ ବାହାର ଲୋକଙ୍କୁ ଭଡ଼ା ଆକାରରେ ପ୍ରଦାନ କରାଯାଇଥିଲା। କିନ୍ତୁ ଉକ୍ତ ପୁରୁଣାଗୃହକୁ ସରକାରଙ୍କ ତରଫରୁ ରକ୍ଷଣାବେକ୍ଷଣ କରା ନ ଯିବାରୁ ସେସବୁ ଜରାଜୀର୍ଣ୍ଣ ହୋଇଗଲା। ଫଳରେ କେହି ଉକ୍ତ ଗୃହ ଭଡ଼ାରେ ନେଲେ ନାହିଁ। ୧୯୯୯ ମହାବାତ୍ୟାରେ ଆଜବେଷ୍ଟସ ଉଡିଗଲା। ବର୍ତ୍ତମାନ ଉକ୍ତ ଗୃହଗୁଡିକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ଉକ୍ତ ଗୃହଗୁଡିକ ଭାଙ୍ଗିବା ପାଇଁ ପ୍ରଧାନ ଶିକ୍ଷକ ନିଲୁରାମ ଜେନାଙ୍କ ତରଫରୁ ଶିକ୍ଷା ବିଭାଗକୁ ବାରମ୍ବାର ଚିଠି ପ୍ରଦାନ କରାଯାଇଛି। କିନ୍ତୁ ଅଦ୍ୟାବଧି ଉକ୍ତ ଗୃହ ଭାଙ୍ଗିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଉକ୍ତ ଅବ୍ୟବହୃତ ଘରେ ବର୍ଷା ଦିନେ ବିଭିନ୍ନ ଅନାବନା ଘାସଲତା ମାଡିଯାଇଛି। ତା’ମଧ୍ୟରେ ବିଷାକ୍ତ ସରିସ୍ରୁପ ରହୁଛନ୍ତି। ସେହିପରି ବିଦ୍ୟାଳୟର ପିଲାମାନେ ଖେଳକୁଦ କରିବା ସମୟରେ କେତେବେଳେ ଯେ ଅଘଟଣ ଘଟିବ କହିହେବ ନାହିଁ। ସେହିପରି ଉକ୍ତ ବ୍ଲକର ବାଲିସାହିରେ ଥିବା ବିପିନ ବିହାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥା ମଧ୍ୟ ସମାନ। ଏହି ବିଦ୍ୟାଳୟଟି ୧୯୪୫ ମସିହାରେ ସ୍ଥାପିତ ହୋଇଥିଲା। ସେତେବେଳେ ପିଲାଙ୍କ ପାଠ ପଢିବା ପାଇଁ ଆଜବେଷ୍ଟସ ଘର ନିର୍ମାଣ କରାଯାଇଥିଲା। ପ୍ରାୟ ୧୦ ବଖରା ଗୃହରେ ଅଫିସ କାଯର୍‌ୟାଳୟ ସମେତ ଶ୍ରେଣୀଗୃହ ରହିଥିଲା। ୧୯୯୯ ମହାବାତ୍ୟାରେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେଣୁ ଉକ୍ତ ଗୃହରେ ଆଉ ପାଠ ପଢାଯାଉନାହିଁ। ସମୟକ୍ରମେ ଘରଗୁଡିକ ନଷ୍ଟ ହୋଇଗଲାଣି। ସେହିପରି ବିଦ୍ୟାଳୟ ପରିସରରେ ପାରାଦୀ ପୋର୍ଟ ଟ୍ରଷ୍ଟ ପକ୍ଷରୁ ମିର୍ନାଣ କରାଯାଇଥିବା କୋଠାଘର ମଧ୍ୟ ଆବଶ୍ୟକ ମରାମତି କରାଯାଇପାରୁନି। ଉକ୍ତ ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପଯର୍‌ୟନ୍ତ ପିଲା ପଢୁଛନ୍ତି। ଏଥିସହ ବିଦ୍ୟାଳୟ ପରିସରରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ତେଣୁ ତେଣୁ ଛୋଟ ପିଲାମାନେ ଏଠାକୁ ଯିବା ଆସିବା କରୁଛନ୍ତି। ତେଣୁ ଏହି ବିପଦସଙ୍କୁଳ ଘର ଯୋଗୁ ସେମାନଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ସ୍ବାଇଁ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ ମଧ୍ୟ ଉକ୍ତ ଗୃହ ଭଙ୍ଗାଯାଉନାହିଁ। ଉକ୍ତ ଗୃହ ଭଙ୍ଗାଗଲେ ବିଦ୍ୟାଳୟ ପରିସରରେ ଖେଳ ପଡିଆ ବାହାରିବା ସହିତ ପିଲାମାନେ ଭଲ ଭାବେ ଖେଳକୁଦ କରିପାରନ୍ତେ। ତେଣୁ ଉକ୍ତ ୨ ବିଦ୍ୟାଳୟର ପୁରୁଣା ଗୃହ ଭାଙ୍ଗିବା ପାଇଁ ବିଦ୍ୟାଳୟ ତରଫରୁ ଦାବି କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri