୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଚୋରା ଗଞ୍ଜେଇ ଜବତ, ୨ ଗିରଫ


ବିରଜାକ୍ଷେତ୍ର/ ରସୁଲପୁର, ୬।୧୨ (ଡି.ଏନ୍‌.ଏ) ଯାଜପୁର ଜିଲା ଅବକାରୀ ବିଭାଗକୁ ବୁଧବାର ଦିନ ବଡ଼ ସଫଳତା ମିଳିଛି ା ଦୀର୍ଘଦିନ ହେବ ଚୋରା ଗଞ୍ଜେଇ ବ୍ୟବସାୟ କରୁଥିବା ୨ ଗଞ୍ଜେଇ ବ୍ୟବସାୟୀଙ୍କୁ ଯାଜପୁର ଜିଲା ଅବକାରୀ ବିଭାଗ ତାଙ୍କ ବାସଗୃହରୁ ଗିରଫ କରିଛି। ଏଥିସହ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରି ୨ଜଣକୁ କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ, କୁଆଖିଆ ଥାନା କଲଣ ଗ୍ରାମର ଗଞ୍ଜେଇ ବ୍ୟବସାୟୀ ଟିମସେନ ସାହୁ ଦୀର୍ଘଦିନ ହେବ ଚୋରାରେ କନ୍ଧମାଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରୁ ଗଞ୍ଜେଇ ଆଣି ଜିଲାର ବିଭିନ୍ନ ଅଞ୍ଚଳରେ ବ୍ୟବସାୟ କରୁଥିଲା। ଫଳରେ ଯୁବପିଢ଼ି ଏହାର ଶିକାର ହେଉଥିଲେ। ବିଶେଷକରି ଗ୍ରାମାଞ୍ଚଳ, ସହରାଞ୍ଚଳର ଯୁବବର୍ଗମାନେ ଏହାର ଶିକାର ହୋଇ ପଥଭ୍ରଷ୍ଟ ହେଉଥିବାର ଦେଖିବାକୁ ମିଳୁଛି। ଦୀର୍ଘବର୍ଷ ଧରି ଚୋରାରେ ଗଞ୍ଜେଇ ବ୍ୟବସାୟ ଟିମସେନ କରୁଥିବାରୁ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ବିଭାଗ ଅଧୀକ୍ଷକ ଅଭୟ ପଞ୍ଜର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲାର ସମସ୍ତ ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ସ୍କ୍ବାଡ ବୁଧବାର ଟିମସେନ ସାହୁର ବାସଭବନ ଉପରେ ଚଢ଼ାଉ କରିଥିଲେ। ଫଳରେ ୫୫ କିଗ୍ରାର ଚୋରା ଗଞ୍ଜେଇ ଜବତ କରିବା ସହ ଟିମସେନଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲେ । ଚୋରା ଗଞ୍ଜେଇ ବ୍ୟବସାୟୀ ଟିମସେନଙ୍କୁ ସହଯୋଗ କରୁଥିବା ସେହି ଗ୍ରାମର ସୁରେନ୍ଦ୍ର ସାହୁକୁ ଅବକାରୀ ବିଭାଗ ଗିରଫ କରିଥିଲେ । ଚୋରା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି । ଧର୍ମଶାଳା ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା(୪୫/୨୦୧୭)ରୁଜୁ କରାଯାଇ ୨ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ଚୋରା ଗଞ୍ଜେଇ ଜବତ ଚଢ଼ାଉରେ ଅବକାରୀ ଅଧୀକ୍ଷକଙ୍କ ସହ ସଦର ଅବକାରୀ ଅଫିସର ପ୍ରଶାନ୍ତ କୁମାର ମହାନ୍ତି, ଯାଜପୁର ରୋଡ଼ ଅବକାରୀ ଅଧିକାରୀ ମାନସୀ ସାହୁ, ଧର୍ମଶାଳା ଅବକାରୀ ଅଧିକାରୀ ବି. ମନୋଜ କୁମାରଙ୍କ ସମେତ ଜିଲାର ସମସ୍ତ ଅବକାରୀ ବିଭାଗର ସମସ୍ତ ଅଧିକାରୀ ସାମିଲ ଥିଲେ ା ଏହି ଚୋରା ଗଞ୍ଜେଇ ଘଟଣାର ତଦନ୍ତ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶମତେ ଧର୍ମଶାଳା ଅବକାରୀ ଅଫିସର ବି. ମନୋଜ କୁମାର ତଦନ୍ତ କରୁଛନ୍ତି । ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ସାହୁଙ୍କୁ ପଚାରିବାରେ ଜିଲାରେ ଚୋରା ଗଞ୍ଜେଇ ବ୍ୟବସାୟରେ ସଂଶ୍ଳୀଷ୍ଟ ଥିବା ଗଞ୍ଜେଇ ର଼୍ୟାକେଟ୍‌ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଏକ ଗୁପ୍ତ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri