ଏନ୍‌କାଉଣ୍ଟରରେ ଜଣେ ଗୁରୁତର


ପାରାଦୀପ,୬।୧୨(ସ୍ବ.ପ୍ର.)
ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ୩ଜଣ ପେସାଦାର ଅପରାଧୀଙ୍କ ସହ ପୋଲିସର ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ପ୍ରଥମେ ସ୍ଥାନୀୟ ବିଜୁ ମେମୋରିଆଲ ହସ୍‌ପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ସେ ହେଲେ ଜଗତ୍‌ସିଂହପୁର ଅଞ୍ଚଳର ସୂର୍ଯ୍ୟକାନ୍ତ ସ୍ବାଇଁ। ଘଟଣାସ୍ଥଳରୁ ଅନ୍ୟ ୨ଜଣ ଖସିଯିବାରେ ସଫଳ ହୋଇଛନ୍ତି। ପୋଲିସ ସୂର୍ଯ୍ୟକାନ୍ତଙ୍କ ପାଖରୁ ୧ ପିସ୍ତଲ ଓ ୨ଟି ଗୁଳି ଜବତ କରିଛି। ଏନେଇ କେସ୍‌ ନଂ. ୧୪୯/୧୭ ରୁଜୁ ହୋଇଛି। ଅଭିଯୁକ୍ତମାନେ ଦାଦାବଟି ପାଇଁ ଜଣେ ଠିକାଦାରଙ୍କୁ ଆକ୍ରମଣ କରିବାକୁ ଆସିଥିଲେ ବୋଲି ସୂଚନା ମିଳିଛି।
ଏଏସ୍‌ପି ବିଷ୍ଣୁଚରଣ ମିଶ୍ର ଓ ଥାନା ଅଧିକାରୀ ଚିନ୍ମୟ ରାଉତ କହିଛନ୍ତି ଯେ, ୫ନଂ.(କ) ଜାତୀୟ ରାଜପଥରେ ଏକ ବାଇକ୍‌ ଯୋଗେ ୩ଜଣ ବିଶ୍ୱାଳି ଅଭିମୁଖେ ଆସୁଥିଲେ। ରାତି ପ୍ରାୟ ୧.୩୦ରେ ପୋଲିସର ପାଟ୍ରୋଲିଂ ଗାଡି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ସେମାନେ ରହିବା ବଦଳରେ ଚୂନଗ୍ରାମ ବାଟେ ବାଇକରେ ପଳାଇଥିଲେ। ପିଛା କରିବାରୁ ସେମାନେ ପ୍ରଥମେ ପୋଲିସ ଗାଡି ଉପରକୁ ବୋମା ଓ ୨ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ପୋଲିସର ପାଲଟା ଜବାବରେ ସୂର୍ଯ୍ୟକାନ୍ତଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଗାଡିରୁ ଖସିପଡିଥିଲେ। ଅନ୍ୟ ୨ଜଣ ଆଉ ଏକ ବୋମା ପକାଇ ଫେରାର ହୋଇଯାଇଥିଲେ। ଫେରାର ଥିବା ଅଭିଯୁକ୍ତଙ୍କ ସମ୍ପର୍କରେ  ସୂଚନା ମିଳିଛି। ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲରେ ଥିବା ଜଣେ ପେସାଦାର ଅଭିଯୁକ୍ତଙ୍କ ଇସାରାରେ ଏହି ୩ଜଣ ପ୍ଲାଷ୍ଟିକ ପାର୍କରେ କାମ ପାଇଥିବା ଜଣେ ଠିକାଦାରଙ୍କୁ ଆକ୍ରମଣ ପାଇଁ ଆସିଥିଲେ। କାରଣ ମଙ୍ଗଳବାର ପୂର୍ବାହ୍ନରେ ଦାଦାବଟିକୁ ନେଇ ସମ୍ପୃକ୍ତ ଠିକାଦାରଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିଲା।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri