ମାଟିର ସୁରକ୍ଷା ଏକାନ୍ତ ଅପରିହାର୍ଯ୍ୟ


ଯାଜପୁର ଅଫିସ/ ବିରଜାକ୍ଷେତ୍ର(ଡି.ଏନ.ଏ.), ୫।୧୨ ମାଟି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଖାଦ୍ୟ, ବାସସ୍ଥାନ, ବସ୍ତ୍ର, ଜାଳେଣି ଆଦି ମୌଳିକ ଆବଶ୍ୟକତା ଯୋଗାଇଥାଏ। ତେଣୁ ଏହାର ସୁରକ୍ଷା ସମସ୍ତଙ୍କ ପାଇଁ ଏକାନ୍ତ ଅପରିହାର୍ଯ୍ୟ ା ଫସଲ ଆବଶ୍ୟକ କରୁଥିବା ଖାଦ୍ୟସାରର ଏହା ଗନ୍ତାଘର। ଖାଲି ରାସାୟନିକ ସାର ବ୍ୟବହାର କରିଦେଲେ ଉପତ୍ାଦନ ବଢିଯିବ ନାହିଁ ବରଂ ମୃତ୍ତିକାକୁ ପରୀକ୍ଷା କରି ଆବଶ୍ୟକୀୟ ସାର ପ୍ରୟୋଗ କରି ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରିପାରିଲେ ହିଁ ଉପତ୍ାଦନ ବୃଦ୍ଧି ପାଇଥାଏ। ଜିଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ମଙ୍ଗଳବାର ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଆୟୋଜିତ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ବକ୍ତାମାନେ ଏହି ମତପୋଷଣ କରିଛନ୍ତି। କୃଷି ଉପନିର୍ଦ୍ଦେଶକ ବିଜୟ ଭୂଷଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁସ୍ଥ ଓ ନିରୋଗ ମା’ ଯେପରି ସୁସ୍ଥ ସନ୍ତାନଟିଏ ଜନ୍ମ ଦିଏ, ସେହିପରି ସୁସ୍ଥ, ଉର୍ବର ଓ ସମୃଦ୍ଧ ମୃତ୍ତିକା ସର୍ବଶ୍ରେଷ୍ଠ ଫସଲ ଉପୁଯାଇଥାଏ। ଜମିର ଉର୍ବରତା, ଜଳଧାରଣ କ୍ଷମତା, ମୃତ୍ତିକା ଓ ଜଳର ସଂରକ୍ଷଣ ପାଇଁ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ହିଁ ମୃତ୍ତିକାକୁ ସୁରକ୍ଷିତ ଓ ସଂରକ୍ଷିତ କରିପାରିବ। ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଜମି ବିଭିନ୍ନ କାରଣରୁ ସଙ୍କୁଚିତ ହେବାସହ, ଉର୍ବରତା ହରାଉଥିବାରୁ ଉପତ୍ାଦନ ହ୍ରାସ ପାଉଛି। ତେଣୁ ନୂତନ ଜ୍ଞାନ କୈାଶଳକୁ ଊପଯୋଗ କରି ଅଧିକ ଉର୍ବରତା, ମାଟିର ସ୍ବାସ୍ଥ୍ୟ ଉପଯୋଗୀ ସାର ପ୍ରୟୋଗ କରି ଅନ୍ୟ ରାଜ୍ୟ ଭଳି କୃଷିକୁ ସମୃଦ୍ଧ କରିବାକୁ ଆହ୍ବାନ ଦେଇଥିଲେ। ବରିଷ୍ଠ କୃଷି ବିଜ୍ଞାନୀ ଗୌରୀ ଶଙ୍କର ସିଂ ଓ ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ଲୋକନାଥ ଜେନା ମୃତ୍ତିକାର ବିଭିନ୍ନ ଉପାଦାନ, ସୁରକ୍ଷା, ଆବଶ୍ୟକତା ଓ ଉପଚାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ କୃଷି ଓ କୃଷକର ସାମଗ୍ରିକ ବିକାଶ ଉପରେ ସୁସ୍ଥ ମୃତ୍ତିକାର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ। କୃଷି ଉପନିର୍ଦ୍ଦେଶକ ପଟ୍ଟନାୟକ ତାଙ୍କ ସଭାପତି ଅଭିଭାଷଣ ଦେଇ ସମସ୍ତଙ୍କୁ ସ୍ବାଗତ କରିବା ସହିତ ମାଟିର ଉପାଦାନ ଉପରେ ଆଲୋକପାତ କରିଥିଲେ। ମାଟିରେ ନିର୍ଜୀବ କଠିନ ଖଣିଜ ଓ ଜୈବ ପଦାର୍ଥ ଛଡା କୋଟି କୋଟି ସଂଖ୍ୟାରେ ଅଣୁଜୀବ ଓ କ୍ଷୁଦ୍ରଜୀବମାନେ ରହି ମାଟିକୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିଥାନ୍ତି। ଗଛର ଅଭିବୃଦ୍ଧି ପାଇଁ ଆବଶ୍ୟକ ପଡୁଥିବା ଯବକ୍ଷାରଯାନ, ଫସଫରସ, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଗନ୍ଧକ, ଲୌହ, ମାଙ୍ଗାନିଜ, ଦସ୍ତା, ତମ୍ବା, ବୋରନ, ମଲିବେଡନମ ଆଦି ମାଟିରେ ପ୍ରଚୁର ପରିମାଣରେ ରହିଛି। ଉର୍ବର ମାଟିରେ ଜୈବ ଅଂଶ ଓ ଖାଦ୍ୟ ଉପାଦାନର ସରଳୀକରଣ କ୍ଷମତା ଅଧିକ। ମାଟିର ଏହି ଗୁଣକୁ ବଜାୟ ରଖିବାକୁ ହେଲେ ମୃତ୍ତିକା ପରୀକ୍ଷା ନିତାନ୍ତ ଦରକାର। ତେବେ ଆସନ୍ତା ଜାନୁୟାରୀ ସୁଦ୍ଧା ଯାଜପୁର ଜିଲାରେ ମୃତ୍ତିିକା ପରୀକ୍ଷା ଲ୍ୟାବ ପ୍ରସ୍ତୁତ ହେଲେ ଚାଷୀଙ୍କୁ ଅଧିକ ସହାୟତା ଦେଇପାରିବ ବୋଲି ସେ ସୂଚନା ଦେଇଥିଲେ। ଏହାବାଦ ନଗଡ଼ାରେ ସ୍ବତନ୍ତ୍ର ନିର୍ବାହୀ ଅଧିକାରୀ ନିଯୁକ୍ତି ଏବଂ ୧୦ଏକର ଜମିରେ ଶୋରିଷ ଚାଷ ହୋଇଥିବା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ୩୦ଜଣ ଚାଷୀଙ୍କୁ ଅତିଥି ମାନେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତିଳୋତ୍ତମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ କୃଷି ପ୍ରଦର୍ଶନୀକୁ ଜିଲାପାଳ ଉଦ୍‌ଘାଟନ କରିବା ସହ ମୃତ୍ତିକା ପରୀକ୍ଷା ଭ୍ୟାନକୁ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦୦ ଚାଷୀ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri