ଚର୍ଚ୍ଚାରେ ଚାଷୀଙ୍କ ଆତ୍ମହତ୍ୟା


ବିଞ୍ଝାରପୁର/ ବରୀ,୫।୧୨ (ଡି.ଏନ୍‌.ଏ) ବିଞ୍ଝାରପୁର ଥାନା ମଧୂସୁଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଜନୈକ ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମୃତକ ଜଣକ ଚାଷ କାର୍ଯ୍ୟ କରୁଥିବାରୁ କେତେକ ଏହାକୁ ଚାଷୀ ଆତ୍ମହତ୍ୟା ବୋଲି ଦାବି କରୁଥିବାବେଳେ ଆଉ କେତେକ ପାରିବାରିକ କଳହ ଯୋଗୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଖବର ଅନୁଯାୟୀ ସୁନ୍ଦରପୁର ଗ୍ରାମର ସୁରେଶ ସାହୁ(୪୮)ଙ୍କ ମୃତଦେହ ସୋମବାର ବିଳମ୍ବିତ ରାତିରେ ତାଙ୍କ ଘରଠାରୁ ୫ଶହ ମିଟର ଦୂର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ଓସ୍ତଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ମୃତ ସୁରେଶ ଚାଷକାର୍ଯ୍ୟ କରୁଥିବାରୁ ଏହା ଚାଷଜନିତ ଆମତ୍ହତ୍ୟା ବୋଲି ଅଭିଯୋଗ କରି ଗ୍ରାମବସୀ ଗ୍ରାମବାସୀ ଓ କେତେକ ଭାଜପା କର୍ମୀ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ମୃତଦେହକୁ ଅଟକ ରଖିଥିଲେ। ଜିଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇ ବିଞ୍ଝାରପୁର ଅତିରିକ୍ତ ତହସିଲଦାର ଚକ୍ରଧର ପାଢୀ ଘଟଣା ସ୍ଥଳକୁ ଯିବା ପୂର୍ବରୁ ପୋଲିସ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିସତ୍ାଳୟକୁ ପଠାଇଥିବା ଜଣାପଡିଛି। ବିଞ୍ଝାରପୁର ପୋଲିସ କେଶ ନଂ ୩୪/୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତ ସୁରେଶଙ୍କ ବାପା ନାରଣଙ୍କ କହିବା ହେଲା ସୁରେଶ ପୂର୍ବରୁ କଲିକତାରେ ପାଣି ପାଇପ କାମ କରୁଥିବାବେଳେ ଗତ ୩ବର୍ଷ ହେବ ଗାଁରେ ରହି ଚାଷବାସ କରୁଥିଲେ। ନିଜର ୨ଏକର ଜମି ସମେତ ପଡୋଶୀଙ୍କ ଆଉ ୧୦ଏକର ଜମିରେ ଭାଗଚାଷ କରୁଥିଲେ। ଗତ ଲଗାଣ ବର୍ଷାରେ ଧାନଫସଲ ନଷ୍ଟ ହୋଇଯାଇଥିବାରୁ ମାନସିକ ଭାରସାମ୍ୟ ହରାଇ ସୁରେଶ ଆମତ୍ହତ୍ୟା କରିଛନ୍ତି ବୋଲି ନାରଣ କହିଛନ୍ତି। ଅପରପକ୍ଷରେ ପାରିବାରିକ କଳିରୁ ସୁରେଶ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କେତେକ ଲୋକ କହିଛନ୍ତି। ମଧୂସୁଦନପୁର ସମବାୟ ସମିତିର ସଂପାଦକ ଅମୀୟ ପଲାଇ କୁହନ୍ତି ଯେ ସୁରେଶ ଚାଷ ପାଇଁ ସମବାୟ ଋଣ ନେଇ ନାହାନ୍ତି କି ଋଣ ପାଇଁ ପଞ୍ଜିକୃତ ମଧ୍ୟ କରି ନାହାନ୍ତି। ସେହିପରି ବରୀ ବ୍ଲକ କୃଷି ବିଭାଗର ରୂପାଲି ପଣ୍ଡା ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ମୃତକ ସୁରେଶ ଚାଷୀ ହିସାବରେ ପଞ୍ଜିକୃତ ହୋଇନାହାନ୍ତି ବୋଲି କହିଥିଲେ। ସେହିପରି ଏହା ଏକ ପାରିବାରିକ କଳିରୁ ଆତ୍ମହତ୍ୟା ଘଟଣା ଘଟିଛି ବୋଲି ସରପଞ୍ଚଙ୍କ ସ୍ବାମୀ ପ୍ରମୋଦ ସାମଲ ମତ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ ସୁରେଶ ସୋମବାର ବିଳମ୍ବିତ ରାତିରେ ଘରକୁ ଫେରିଥିବାବେଳେ କୈାଣସି କାରଣରୁ ଘରେ ଝଗଡ଼ା ହୋଇଥିଲା ଓ ଏଥିରେ ରାଗିଯାଇ ସୁରେଶ ବିଳମ୍ବିତ ରାତିରେ ବାହାରକୁ ଦଉଡି ପଳାଇ ଆସିଥିଲେ। ଏଥିରେ ତାଙ୍କ ସମ୍ପର୍କିୟ ଭାଇ ତାଙ୍କ ଅଟକାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ସମ୍ପୃକ୍ତ ସମ୍ପର୍କୀୟ ଭାଇ ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ସହ ଖୋଜାଖୋଜି କରି ଶେଷରେ ଓସ୍ତ ଗଛରୁ ସୁରେଶଙ୍କ ଝୁଲନ୍ତା ମୃତ ଶରୀରକୁ ଠାବ କରିଥିଲେ। ତେବେ କେଉଁ ଘଟଣା ପାଇଁ ସୁରେଶଙ୍କ ଘରେ କଳି ଲାଗିଥିଲା ତାହା ଏବେ ରହସ୍ୟମୟ ହୋଇ ପଡିଥିବା ବେଳେ ସୁରେଶଙ୍କ ମୃତ୍ୟୁ ଚାଷୀ ଆମତ୍ହତ୍ୟା ରୂପ ଧାରଣ କରିଥିବାରୁ ଜିଲାରେ ରାଜନୈତିକ ଆଲୋଡନ ସୃଷ୍ଟି ହୋଇଛି। ଅପର ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣା ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri