ଯାଜପୁରରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ


ଯାଜପୁର ଅଫିସ, ୫।୧୨: ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରୀ ବ୍ଲକ ମଧୁସୂଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଭାଗଚାଷୀ ସୁରେଶ ସାହୁ(୪୮) ସୋମବାର ବିଳମ୍ବିତ ରାତିରେ ଏକ ଓସ୍ତ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ସେ ମୋଟ ୧୨ ଏକର(ନିଜର ୪ ଏକର ଓ ଅନ୍ୟର ୮ ଏକର) ଜମିରେ ଧାନ ଚାଷ କରିଥିଲେ। ମାତ୍ର ଗତ ଅଦିନିଆ ବର୍ଷାରେ ତାଙ୍କର ଅଧିକାଂଶ ଫସଲ ନଷ୍ଟ ହୋଇଥିଲା। ପୁଣି ଆସନ୍ତା ସମ୍ଭାବ୍ୟ ବର୍ଷା ନେଇ ସେ ଚିନ୍ତିତ ହୋଇ ଆତ୍ମହତ୍ୟା କରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ବରୀ ବ୍ଲକ ଅଧ୍ୟକ୍ଷ ସୁନନ୍ଦା ଦାସ ମୃତଚାଷୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri