ହ୍ରାସ ପାଉଛି ମାଟିର ଉର୍ବରତା


ଯାଜପୁର ଅଫିସ/ଚଣ୍ଡିଖୋଲ(ଡି.ଏନ.ଏ.),୪।୧୨- ଜୀବଜଗତ ପାଇଁ ପାଣି ଓ ପବନ ପରି ମାଟି ପ୍ରକୃତିର ଏକ ଅମୂଲ୍ୟ ଅବଦାନ । ଫସଲ ଆବଶ୍ୟକ କରୁଥିବା ଖାଦ୍ୟସାରର ଏହା ଏକ ଗନ୍ତାଘର ା କ୍ରମବଦ୍ଧିଷ୍ଣୁ ଜନସଂଖ୍ୟା ଯୋଗୁ ଅମଳ ପାଇଁ ଆମେ ସଘନ କୃଷି ପନ୍ଥା ଅବଲମ୍ବନ କରିଛୁ। ଏହାଦ୍ୱାରା ମାଟିର ଉର୍ବରତା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଯାଜପୁର ଜିଲାର ଧର୍ମଶାଳା ବ୍ଲକରେ ଦସ୍ତାର ଘୋର ଅଭାବ ପରିଲ୍ଲକ୍ଷିତ ହୋଇଥିବାବେଳେ ସୁକିନ୍ଦା ଓ ଦାନଗଦୀ ବ୍ଲକରେ ସଲ୍‌ଫର ଓ ବୋରେନ୍‌ର ଅଭାବ ରହିଛି। ଏହାବାଦ ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ୬୦ପ୍ରତିଶତ, ବଡ଼ଚଣାରେ ୮୬.୬୬ ପ୍ରତିଶତ ଓ ଧର୍ମଶାଳା ବ୍ଲକ ଅଞ୍ଚଳରେ ୩୩.୩୩ ପ୍ରତିଶତ ଗନ୍ଧକର ଅଭାବ ଥିବା ପରୀକ୍ଷାରୁ ଜଣାପଡିଛି। ସାରା ଜିଲାରେ ୯୫ପ୍ରତିଶତ ମାଟି ଅମ୍ଲଯୁକ୍ତ ବୋଲି ମୃତ୍ତିକା ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲାର ଯାଜପୁର ବ୍ଲକର ମୋଟ ଚାଷ ଜମି ମଧ୍ୟରୁ ୯୭ଭାଗ ଚାଷଜମି ଅମ୍ଲରେ ଜାବୁଡି ହୋଇ ସାରିଥିବାବେଳେ ବିଞ୍ଝାରପୁର ବ୍ଲକରେ ୯୭ପ୍ରତିଶତ, ଦଶରଥପୁର ବ୍ଲକରେ ୯୮ପ୍ରତିଶତ, ଧର୍ମଶାଳା ବ୍ଲକରେ ୯୭ପ୍ରତିଶତ, ବଡଚଣା ବ୍ଲକରେ ୯୭ ପ୍ରତିଶତ, ରସୁଲପୁର ବ୍ଲକରେ ୯୫ ପ୍ରତିଶତ, ବରି ବ୍ଲକରେ ୯୪ ପ୍ରତିଶତ, ସୁକିନ୍ଦା ବ୍ଲକରେ ୯୨ ପ୍ରତିଶତ, ଦାନଗଦୀ ବ୍ଲକରେ ୯୪ ପ୍ରତିଶତ ଓ କୋରେଇ ବ୍ଲକରେ ସର୍ବନିମ୍ନ ୮୯ପ୍ରତିଶତ ଚାଷଜମି ଅମ୍ଲଯୁକ୍ତ । ବର୍ଷ ବର୍ଷ ଧରି ମାଟିର ମାନ ନ ଜାଣି ରାସାୟନିକ ସାର ବ୍ୟବହାର କରିବା ଏହାର ମୁଖ୍ୟକାରଣ ବୋଲି ମତପ୍ରକାଶ ପାଉଛି। ସାଧାରଣତଃ ଜୈବିକ ଖତ ଉପରେ ଚାଷୀ ଆଉ ନିର୍ଭର କରୁ ନାହାନ୍ତି। ଅଧିକ ଉପତ୍ାଦନ ଆଶାରେ କେବଳ ରସାୟନିକ ପଦାର୍ଥ ବ୍ୟବହାର ହୋଇ ଚାଲିଛି। ଫଳରେ ମାଟିର ଯବକ୍ଷାରଜାନ, ପଟାସ ଓ ଅମ୍ଲଜାନ ଅଂଶ ହ୍ରାସ ପାଇବାରେ ଲାଗିଛି। ମାଟିର ମାନ ୦.୫ରୁ ଜୈବିକ ପଦାର୍ଥ ହ୍ରାସ ପାଇଲେ ମାଟି ଅଧିକ ପରିମାଣରେ ଅମ୍ଲଯୁକ୍ତ ହୋଇଥାଏ। ୦.୫ ରୁ ୦.୭୫ ମଧ୍ୟରେ ରହିଲେ ମାଟିର ମାନ ସାଧାରଣ ବୋଲି ବିବେଚନା କରାଯାଇଥାଏ। ୦.୭୫ ଜୈବିକ ପଦାର୍ଥ ରହିଥିଲେ ତାହା ହେଉଛି ଉକୃଷ୍ଟମାନର ମାଟି। କିନ୍ତୁ ଯାଜପୁର ଜିଲାରେ ଆଉ ଉକତ୍ୃଷ୍ଟ ମାନର ମାଟି ଆଉ ଦେଖିବାକୁ ମିଳୁନାହିଁ । ଏଠାରେ ପ୍ରାୟ ୦.୯ ପ୍ରତିଶତରୁ ଊର୍ଦ୍ଧ୍ୱ ଜୈବିକ ପଦାର୍ଥ ରହୁଛି। ମାଟିର ଗୁଣକୁ ବଜାୟ ରଖିବାକୁ ହେଲେ ପ୍ରତିବର୍ଷ ଫସଲ ଦ୍ୱାରା ଅପସାରିତ ହେଉଥିବା ଖାଦ୍ୟ ଉପାଦାନ ରସାୟନିକ ସାର ମାଧ୍ୟମରେ ପ୍ରୟୋଗ କରିଥାନ୍ତି। କିନ୍ତୁ ସାଧାରଣତଃ ଚାଷୀଭାଇମାନେ କେବଳ ଯବକ୍ଷାରଯାନ ଉପାଦାନ ବହୁଳ ଭାବରେ ପ୍ରୟୋଗ କରୁଛନ୍ତି । ୧୪ପ୍ରତିଶତର ଫସ୍‌ଫରସ କମ୍‌ ରହିଲେ ତାହା ଅତିକମ ବୋଲି ଧରାଯାଏ। ୧୪ରୁ ୪୦ପ୍ରତିଶତ ମଧ୍ୟମ ଓ ୪୦ପ୍ରତିଶତରୁ ଊର୍ଦ୍ଧ୍ୱ ରହିଲେ ତାକୁ ଉଚ୍ଚ ଫସଫରସ ଥିବା କୁହାଯାଏ। ଏଭଳି ଭାବେ ମାଟି ଅଧିକ ଟାଣ ହୋଇ ଜଳଧାରଣ ଶକ୍ତିକୁ ହ୍ରାସ କରୁଛି। ଯଦ୍ୱାରା ଗଛର ଆବଶ୍ୟକ ଉପାଦାନ ଗୁଡିକ ମାଟିରୁ ସହଜରେ ଉପଲବ୍ଧ ହୋଇପାରୁ ନାହିଁ ା ଏଥିଯୋଗୁ ରୋଗପୋକ ବୃଦ୍ଧି ପାଏ ଓ ପରିଶେଷରେ ଉପତ୍ାଦନ କମ ହୋଇଥାଏ । ତେବେ ଚାଷଜମିକୁ ଅମ୍ଲଗ୍ରସ୍ତରୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେଥିମଧ୍ୟରୁ ଜିଆ ପ୍ରଜନନ ଅନ୍ୟତମ। ଏଥିପାଇଁ ଚାଷୀଙ୍କୁ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଉଛି ବୋଲି ସରକାରୀସ୍ତରରେ କୁହାଯାଉଛି ା ସେହିପରି ଚାଷ ଜମିରେ ଥିବା ଅମ୍ଲକୁ ଦୂର କରିବା ପାଇଁ ସରକାର ଗ୍ରାମ ପଞ୍ଚାୟତ ଜରିଆରେ କାଗଜକଳ ଚୂନ ଯୋଗାଉଛନ୍ତି। ଏହାର ମୂଲ୍ୟ ବହୁତ କମ। ଯଦି ଆଗାମୀ ଦିନରେ ଜମିର ଏହି କ୍ୟାନ୍‌ସର ରୂପକ ଅମ୍ଲ ଦୂର ନ ହୁଏ ତେବେ ସବୁଜ ବିପ୍ଲବ ପରିବର୍ତ୍ତେ ଧୂସର ବିପ୍ଳବକୁ ମୁହାଁଇବା ସହ ଅଞ୍ଚଳର ଚାଷ ଜମିସବୁ ମରୁଡିର କରାଳ ଗ୍ରାସରେ ଗ୍ରାସି ହେବ ଏଥିରେ ସନ୍ଦେହ ନାହିଁ ବୋଲି ମତପ୍ରକାଶ ପାଉଛି। ୨୦୧୫ଠାରୁ ଆରମ୍ଭ ହୋଇଥିବା ମୋବାଇଲ ମୃତ୍ତିକା ପରୀକ୍ଷା ମାଧ୍ୟମରେ ୧୧ହଜାର ମୃତ୍ତିକା ନମୂନା ପରୀକ୍ଷା ହୋଇ ଚାଷୀଙ୍କୁ କାର୍ଡ ଦିଆଯାଇଥିବାବଳେ ୨୦୧୬ରେ ୧୦ହଜାର ମୃତ୍ତିକା ପରୀକ୍ଷା କରାଯାଇଥିଲା। ୨୦୧୭ରେ ୧୨ ହଜାରର ମୃତ୍ତିକା ପରୀକ୍ଷା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଗତବର୍ଷ ୧୦୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ ା ଚଳିତବର୍ଷ ୨୦୦ଜଣ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏସଂକ୍ରାନ୍ତରେ ମୃତ୍ତିକା ବୈଜ୍ଞାନିକ ଶୁଭାଶିଷ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ବିଭିନ୍ନ ଫସଲ ପାଇଁ ନିର୍ଦ୍ଦିଷ୍ଟ ଖାଦ୍ୟସାର ରହିଛି । ତେଣୁ ଆବଶ୍ୟକତା ଅନୁସାରେ ଖାଦ୍ୟସାର ବିନିଯୋଗ କରାଗଲେ ମାଟିର ଉର୍ବରତା ନଷ୍ଟ ହେବ ନାହିଁ ା ଜିଲାର ବିଭିନ୍ନ ସ୍ଥାନରୁ ମାଟି ପରୀକ୍ଷା କରାଯାଉଛି ା ପରୀକ୍ଷା ରିପୋର୍ଟ ଅନୁସାରେ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇ ଖାଦ୍ୟସାରର ବିନିଯୋଗ ଉପରେ ବିଭିନ୍ନ ପରାମର୍ଶ ଦିଆଯାଉଛି ା ମାଟିର ଅମ୍ଲ ଦୂର କରିବାକୁ ହେକ୍ଟର ପିଛା ୫କୁଇଣ୍ଟାଲ କାଗଜ ମଣ୍ଡ ବ୍ୟବହାର କରିବାକୁ ଚାଷୀମାନଙ୍କୁ ଉପଦେଶ ଦିଆଯାଉଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri