ଦୋକାନରେ ଅଗ୍ନିକାଣ୍ଡ ଘଟି ଯୁବକ ଜୀବନ୍ତ ଦଗ୍ଧ


ଚଣ୍ଡିଖୋଲ,୪।୧୨(ଡ଼ି.ଏନ.ଏ)- ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟରାଜପଥ ବନ୍ଦାଳ ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ବଡ଼ଚଣା ପୋଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା(ନଂ.୨୪/୧୭) ରୁଜୁ କରି ତଦନ୍ତ ଜାରି ରଖିଛି। ପ୍ରକାଶ ଯେ, ବଡ଼ଚଣା ଥାନା ବନ୍ଦାଳ ନିକଟସ୍ଥ ମଙ୍ଗରାଜପୁର ଗ୍ରାମର ସନାତନ ସାହୁ ଦୀର୍ଘ ଦିନ ହେବ ଏକ ଜଳଖିଆ ଦୋକାନ ଜାତୀୟ ରାଜପଥ କଡ଼ରେ କରି ପରିବାର ପ୍ରତିପୋଷଣ କରୁଥିଲେ। ରବିବାର ରାତି ପ୍ରାୟ ୧୧ଟାରେ ସନାତନ ସବୁ ଦିନପରି ନିଜ ଜଳଖିଆ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ରାତି ପ୍ରାୟ୨ଟାରେ ପଡୋଶୀ ଦୋକାନି ତାଙ୍କୁ ଫୋନ କରି ଦୋକାନରେ ନିଆଁ ଲାଗିଯାଇଥିବା ଜଣାଇଥିଲେ। ଖବରପାଇ ସନାତନ ଦୋକାନ ନିକଟରେ ପହଞ୍ଚତ୍ଥିଲେ। ଦୋକାନ ପୋଡିଯାଉଥିବା ଦେଖି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁଲିଭାଇବା ସମୟରେ ଦୋକାନ ଭିତରେ ଜଣେ ଯୁବକଙ୍କ ମୃତଦେହ ପୋଡି ହୋଇପଡିଥିବା ଦେଖିବାକୁ ମିଳିଥିଲା। ଉକ୍ତ ଯୁବକ ଜଣକ ସ୍ଥାନୀୟଅଞ୍ଚଳରେ ୩/୪ ଦିନ ହେବ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ସେ ଜଣେ ମାନସିକ ବିକୃତ ଯୁବକ ବୋଲି ମଧ୍ୟ କେତେକ କହୁଛନ୍ତି। ତେବେ ଦୋକାନରେ କେମିତି ନିଆଁ ଲାଗିଲା ଏବଂ ଉକ୍ତ ଯୁବକ ଜଣକ ଦୋକାନ ଭିତରେ କିପରି ପୋଡ଼ି ହୋଇ ମୃତ୍ୟୁବରଣ କଲେ ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri