ଶିକ୍ଷା ବିଭାଗର ମିଳିଲାନି ସହଯୋଗ


ରସୁଲପୁର,୩।୧୨(ଡି.ଏନ୍‌.ଏ.) ରସୁଲପୁର ବ୍ଲକ ଶିକ୍ଷା ବିଭାଗର ଅସହଯୋଗ ଯୋଗୁ ବ୍ଲକସ୍ତରୀୟ ଭିନ୍ନକ୍ଷମ ଦିବସ ସମାରୋହ ଫସର ଫାଟିଛି। ବ୍ଲକସ୍ତରରେ ଭିନ୍ନକ୍ଷମ ଦିବସ ପାଳନ କରିବାକୁ ସରକାରୀ ସ୍ତରରେ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଶିକ୍ଷା ବିଭାଗର ଅସହଯୋଗରୁ ଭିନ୍ନକ୍ଷମ ଦିବସ ପାଳନରେ ବିଶୃଙ୍ଖଳା ଦେଖାଦେଇଛି। ଜିଲାପାଳଙ୍କ ପତ୍ର ସଂଖ୍ୟା-୭୭୦,ତା୨୭।୧୧।୧୭ ଜରିଆରେ ଡିସେମ୍ବର ୩ରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ପାଇଁ ବ୍ଲକ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା। ତଦ୍‌ନୁଯାୟୀ ରସୁଲପୁର ବିଡିଓ ଅଶୋକ କୁମାର ବେଉରିଆ ପତ୍ର ସଂଖ୍ୟା-୬୪୦,ତା୧।୧୨।୧୭ ଜରିଆରେ ଜନ ପ୍ରତିନିଧି ଓ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ବ୍ଲକ ପକ୍ଷରୁ କ୍ଷେତ୍ରପାଳ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ସମାରୋହସ୍ଥଳ ଭାବେ ଚୟନ କରାଯାଇଥିଲା । ଏ ନେଇ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ କୁମାର ରାଉତରାଏ ଓ ଭିନ୍ନକ୍ଷମଙ୍କ ଦାୟିତ୍ୱରେ ଥିବା ସମ୍ବଳ ଅଧିକାରିଣୀ ମମତା ବିଶ୍ୱାଳ ଯୋଗଦେଇଥିଲେ । ସମାରୋହକୁ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ଆଣି ଆସିବା ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏଥିସହ ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ବିଭିନ୍ନ ବିଦ୍ୟାଳୟରରେ ଥିବା ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ନେଇ କ୍ଷେତ୍ରପାଳ ଉଚ୍ଚ ବଦ୍ୟାଳୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରବିବାର ଆୟୋଜିତ ସମାରୋହରେ ୧୨ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଥିଲା । ସମାରୋହକୁ କୃତୀ ଭିନ୍ନକ୍ଷମଙ୍କୁ ଆଣିବା ସମ୍ବଳ ଅଧିକାରୀ(ବିଆରଟି) ଓ ଆଇଭି ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସଚେତନତା ଶୋଭାଯାତ୍ରାରେ ବିଦ୍ୟାଳୟର ଅନ୍ୟ ପିଲାଙ୍କୁ ଯୋଗଦେବା ନେଇ ଏବିଓ ଅକ୍ଷୟ କୁମାର ରାଉତରାଏଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସକାଳ ୯ଟା ରେ ଏକ ଶୋଭାଯାତ୍ରା କୁଆଖିଆ ବଜାରରୁ ବାହାରି କ୍ଷେତ୍ରପାଳ ହାଇସ୍କୁଲରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ଥିଲା । ମାତ୍ର ନିର୍ଦ୍ଧାରିତ ସମୟରେ କେହି ଜଣେ ହେଲେ ଭିନ୍ନକ୍ଷମ ଛାତ୍ରୀଛାତ୍ର ପହଞ୍ଚତ୍ ପାରି ନ ଥିଲେ। ଏହାଛଡା ବିଦ୍ୟାଳୟର ଅନ୍ୟ ବିଦ୍ୟାର୍ଥୀ ଓ ଶିକ୍ଷୟିତ୍ରୀଶିକ୍ଷକମାନେ ଉପସ୍ଥିତ ନ ଥିଲେ। ଶୋଭାଯାତ୍ରା ସହ ସମାରୋହ ଆରମ୍ଭ ହେବା ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏ ଦିଗରେ ଭାରପ୍ରାପ୍ତ ବିଡିଓ ଅସିତ୍‌ କୁମାର ପାତ୍ର କୁଆଖିଆ ସ୍ଥିତ ହାଇଟେକ୍‌ କଲେଜ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡିଥିଲେ । କଲେଜର ଛାତ୍ରଙ୍କୁ ନେଇ ୧ ଘଣ୍ଟା ବିଳମ୍ବରେ କାମଚଳା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଆରଟି ଶିକ୍ଷକମାନେ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ଆଳରେ ବ୍ଲକ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ହେଉଛି । ପୁରସ୍କୃତ ହେବାକୁ ଥିବା ୧୨ଜଣ ଭିନ୍ନକ୍ଷମଙ୍କ ମଧ୍ୟରୁ ୬ଜଣ ଜିଲା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୁରସ୍କାର ବିତରଣ ସମୟରେ ଜଣେ ମାତ୍ର ଭିନ୍ନକ୍ଷମ ସମାରୋହ ସ୍ଥଳରେ ଉପସ୍ଥିତ ଥିଲେ । ବ୍ଲକର ୩୬୪ଜଣ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ୨ଜଣ ବିଆରଟି ଶିକ୍ଷକ ୬ଜଣ ଶିକ୍ଷକ ସ୍ବେଚ୍ଛାସେବୀ ଭାବେର କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଏହି କାର୍ଯ୍ୟକ୍ରମ ପ୍ରତି ଆନ୍ତରିକତା ଦେଖାଇ ନ ଥିଲେ । ସମସ୍ତେ ଜିଲା ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ଆଳରେ ବ୍ଲକ କାର୍ଯ୍ୟକ୍ରମରେ ଯୋଗଦେଇ ନଥିଲେ । ଏହାଛଡା ଶିକ୍ଷା ବିଭାଗର ଜଣେ ହେଲେ ଶିକ୍ଷକ, ସିଆରିସିସି, ବିଆରସିସିସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନଥିଲେ ।ଏପରିକି ସମାରୋହ ଆୟୋଜନ ହେଉଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ସମାରୋହରେ ଅନୁପସ୍ଥିତ ଥିଲେ । ଶିକ୍ଷା ବିଭାଗ କର୍ମଚାରୀଙ୍କ ଅସହଯୋଗ କାରଣରୁ କାର୍ଯ୍ୟକ୍ରମ ଅସଫଳ ହେଲା ବୋଲି ବ୍ଲକର ଭାରପ୍ରାପ୍ତ ବିଡିଓ ଅସିତ୍‌ କୁମାର ପାତ୍ର, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଲେଖା ଅଧିକାରୀ ନବକିଶୋର ସାହୁ, ବ୍ଲକ ଉପାଧ୍ୟକ୍ଷ ଜତିନ୍ଦ୍ର ସାହୁ, ସାମଜିକକର୍ମୀ ପ୍ରକାଶ ସାମଲ ପ୍ରମୁଖ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଭାରପ୍ରାପ୍ତ ବିଡିଓ ଅସିତ୍‌ କୁମାର ପାତ୍ରଙ୍କୁ ପଚାରିବାରେ ଏ ଦିଗରେ ଅବହେଳା କରିଥିବା କର୍ମଚାରୀଙ୍କୁ କୈଫୟତ ତଲବ କରାଯିବ ବୋଲି କହିଛନ୍ତି। ବିଆରଟି ମମତା ବିଶ୍ୱାଳଙ୍କୁ ପଚାରିବାରେ ସେ ଅଳ୍ପ ସମୟ ମଧ୍ୟରେ ଏଥିପାଇଁ ପ୍ରସ୍ତୁତ ହେବା ସମ୍ଭବ ନ ଥିଲା । କୃତି ପିଲାମାନେ ବିଡିଓଙ୍କ ବଦଳରେ ଜିଲାପାଳଙ୍କଠାରୁ ପୁରସ୍କାର ନେବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ସେ ସେମାନଙ୍କୁ ଜିଲା ସଂସ୍କୃତି ଭବନକୁ ନେଇଯାଇଥିଲେ ବୋଲି କହିଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri