ବରୁଣେଶ୍ୱର ମେଳାକୁ ନେଇ ରାଜନୀତି


ବିଞ୍ଝାରପୁର,୧୦।୧୧(ଡି.ଏନ୍‌.ଏ.) ପ୍ରସିଦ୍ଧ ବରୁଣେଣ୍ବର ମେଳା ଆସନ୍ତା ଜାନୁୟାରୀ ୧୪ରେ ଅନୁଷ୍ଠିତ ହେବ। ଏହି ମେଳାର ସଫଳ ଆୟୋଜନ ନେଇ ଏବେଠାରୁ ଭାଜପା ଓ ବିଜେଡି ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଫଳରେ ବରୁଣେଶ୍ୱର ମେଳା ହେବା ନେଇ ଆଶଙ୍କା ଦେଖାଦେଇଛି। ପ୍ରକାଶ ଯେ, ରାଜ୍ୟର ପ୍ରସିଦ୍ଧ ବରୁଣେଶ୍ୱର ମେଳାକୁ ଅରେଇ ପଞ୍ଚାୟତ କାର୍ଯ୍ୟାଳୟ ଆୟୋଜନ କରିଥାଏ । ମେଳାକୁ ଗତ କିଛିବର୍ଷ ଧରି ଏହି ପଞ୍ଚାୟତରେ ବିଜେଡି ସମର୍ଥତ୍ତ ସରପଞ୍ଚ ଆୟୋଜନ କରିଆସୁଥିଲେ। ମାତ୍ର ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଭାଜପା ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଏଥର ମେଳାକୁ ନବନିର୍ବାଚିତ ସରପଞ୍ଚ ଆୟୋଜନ କରିବେ। ବିଗତ କିଛି ବର୍ଷ ମଧ୍ୟରେ ଏହି ପଲ୍ଲିମେଳା ରାଜ୍ୟସ୍ତରୀୟ ମେଳାରେ ପରିଣତ ହୋଇପାରିଛି। ବରୁଣେଶ୍ୱର ମେଳାକୁ ପରିଚାଳନା କରିବା ପାଇଁ ଦୁଇଟି କମିଟି ରହିଛି । ଗୋଟିଏ ବରୁଣେଶ୍ୱର ମେଳା କମିଟି ଏବଂ ଅନ୍ୟଟି ବରୁଣେଶ୍ୱର ଉନ୍ନୟନ ପରିଷଦ। ବରୁଣେଶ୍ୱର ମେଳା କମିଟି ମେଳାର ପରିଚାଳନା କରିଥାଏ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ମିଳିଥାଏ। ଏଥି ସହିତ ମେଳାରେ ପଡ଼ିଥିବା ସମସ୍ତ ଷ୍ଟଲରୁ ରାଜସ୍ବ ଆଦାୟ କରାଯାଇଥାଏ। ଏହି ରାଜସ୍ବ ପଞ୍ଚାୟତ ପାଣ୍ଠିକୁ ଆସିଥାଏ। ସେହିପରି ବରୁଣେଶ୍ୱର ଉନ୍ନୟନ ପରିଷଦ ନାମରେ ଥିବା ଅନ୍ୟ ଏକ କମିଟି ଗତ ୪ବର୍ଷ ହେବ ଗଠନ କରାଯାଇଛି। ଏହି କମିଟି ମଧ୍ୟ ଷ୍ଟଲଗୁଡ଼ିକରେ ରାଜସ୍ବ ଆଦାୟ କରିଥାଏ । ବରୁଣେଶ୍ୱର ମହୋତ୍ସବକୁ ଏହି ଉନ୍ନୟନ ପରିଷଦ ଆୟୋଜନ କରିଥାଏ। ଏଥିସହିତ ବରୁଣେଶ୍ୱର ମହୋତ୍ସବ ପାଇଁ ଟାଟା ଷ୍ଟିଲ ସହ କେତେକ ବେସରକାରୀ ସଂସ୍ଥା ମଧ୍ୟ ଆର୍ଥତ୍କ ସହାୟତା କରିଥାନ୍ତି । ତେବେ ବରୁଣେଶ୍ୱର ଉନ୍ନୟନ ପରିଷଦରେ ଛାମୁଆ ବିଜେଡି କର୍ମୀ ରହିଥିବାବେଳେ ମେଳା କମିଟିରେ ଭାଜପା ସମର୍ଥତ୍ତ ସରପଞ୍ଚ ଅଛନ୍ତି ା ଫଳରେ ଉଭୟ କମିଟି ମଧ୍ୟରେ ସମନ୍ବୟ ଦେଖିବାକୁ ମିଳୁ ନ ଥିବାରୁ ପ୍ରଶାସନ ହରଡଘଣାରେ ପଡ଼ିଛି। ବରୁଣେଶ୍ୱର ମେଳାର ଆୟୋଜନକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ା ତେଣୁ ମେଳା ପ୍ରସ୍ତୁତିକୁ ନେଇ ଆଇନଶୃଙ୍ଖଳା ପରିସ୍ଥତି ମଧ୍ୟ ବିଗୁଡିଥିବା ଜଣାପଡିଛି । ମେଳାକୁ ଆଉ ମାତ୍ର ୨ମାସ ଥିବାବେଳେ ଏପର୍ଯ୍ୟନ୍ତ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇନାହିଁ । ମେଳାର ଆୟୋଜନ ପଞ୍ଚାୟତ କରୁଥିବାରୁ ସରପଞ୍ଚ ସ୍ଥାନୀୟ ବିଜେଡି ନେତାଙ୍କ ସହଯୋଗ ନେଇ କାମ କରିବା ଆବଶ୍ୟକ ରହିଛି। ଯଦି ଏହା ନ ହୁଏ, ପଞ୍ଚାୟତ ସମିତି ବିଜେଡି ହାତରେ ଥିବାରୁ ସରପଞ୍ଚଙ୍କୁ ମଧ୍ୟ ମେଳା ଆୟୋଜନରେ ସହଯୋଗ ମିଳିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଭାଜପା ଓ ବିଜେଡି ମଧ୍ୟରେ ହେଉଥିବା ଛକାପଞ୍ଝାରେ ମେଳାର ଆୟୋଜନ ବନ୍ଦ ହେବାନେଇ ମଧ୍ୟ ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି ା ଅପରପକ୍ଷେ ବରୁଣେଶ୍ୱର ଉନ୍ନୟନ ପରିଷଦର ସଭାପତି ହେମେନ୍ଦ୍ର ସାମଲଙ୍କୁ ପଚାରିବାରେ ବିଶୃଙ୍ଖଳା ଯୋଗୁ ପଦବୀରେ ରହିବାକୁ ଇଚ୍ଛାନାହିଁ। ମେଳାକୁ ସଫଳ କରିବା ପାଇଁ ଅରେଇ ଗ୍ରାମବାସୀଭାବେ ସହଯୋଗ କରିବି ବୋଲି ସେ କହିଛନ୍ତି। ସେହିପରି ସରପଞ୍ଚ ଦେବାନନ୍ଦ ମଲ୍ଲିକଙ୍କୁ ପଚାରିବାରେ ମେଳାର ସଫଳ ଆୟୋଜନ ପାଇଁ ରବିବାର ଦଳମତ ନିର୍ବିଶେଷରେ ସମସ୍ତ ଗ୍ରାମବାସୀଙ୍କ ମତାମତ ନିଆଯିବ। ଏଥିସହିତ ବରୁଣେଶ୍ୱର ମେଳା ସଫଳତା ପଛରେ ସ୍ଥାନୀୟ ବିଧାୟିକାଙ୍କର ପ୍ରଚ୍ଛନ୍ନ ଉଦ୍ୟମ ଥିବା ହେତୁ ତାଙ୍କର ପରାମର୍ଶ ଓ ଗ୍ରାମବାସୀଙ୍କ ମତାମତ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ସେହିପରି ବିଞ୍ଝାରପୁର ବିଡିଓ ଦାମୋଦର ଖୁଣ୍ଟିଆଙ୍କୁ ପଚାରିବାରେ ମେଳାକୁ ସଫଳ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଥିଲେ। ତେବେ ଭାଜପା ଓ ବିଜେଡି ମଧ୍ୟରେ ହେଉଥିବା ଛକାପଞ୍ଝା ଖେଳ ଯୋଗୁ ବରୁଣେଶ୍ୱର ମେଳା ଏବେ ବିବାଦ ଘେରରେ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri