‘ଏ’ କ୍ଲାସ୍‌ ହୋଇ ବି ସୁଧୁରୁନି ସମସ୍ୟା


ଯାଜପୁର ରୋଡ,୧୦।୧୧(ନି.ପ୍ର.)- କଳିଙ୍ଗନଗର ଶିଳ୍ପାଞ୍ଚଳ ଯୋଗୁ ଯାଜପୁର-କେନ୍ଦୁଝର ରୋଡ୍‌ ରେଳ ଷ୍ଟେଶନଟିକୁ ‘ଏ’ କ୍ଲାସର ମାନ୍ୟତା ମିଳିଛି। ଦେଶର ସମସ୍ତ ‘ଏ’କ୍ଲାସ୍‌ ଷ୍ଟେଶନରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ଥିବାବେଳେ ଏହି ଷ୍ଟେଶନରେ ତାହାର ବିପରୀତ ଦେଖିବାକୁ ମିଳୁଛି। ବାର୍ଷିକ ଏହି ଷ୍ଟେଶନରୁ ପ୍ରାୟ ୧୨ କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଉଥିଲେ ମଧ୍ୟ ଏହାର ଅବସ୍ଥା ସୁଧୁରୁନି। ଏହି ଷ୍ଟେଶନର ୧ନଂ, ୩ ନଂ, ୪ନଂ ପ୍ରଭୃତି ପ୍ଲାଟଫର୍ମରେ ସେଡ୍‌ଗୁଡ଼ିକ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏଠାରେ ଥିବା ପ୍ଲାଟଫର୍ମ ମଧ୍ୟ ଭାଙ୍ଗିରୁଜି ଗଲାଣି । ଫୁଟ୍‌ ଓଭର ବ୍ରିଜ୍‌ ଅଣଓସାରିଆ ହୋଇଥିବାରୁ ଯାତ୍ରୀମାନେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଷ୍ଟେଶନର ମାଲ୍‌ଗୋଦାମ ନିକଟରେ ସିମେଣ୍ଟ ଲୋଡ ଅନ୍‌ଲୋଡ ହେଉଥିବାରୁ ସେଠାକାର ପରିବେଶକୁ ଦୂଷିତ କରିବା ସହ ଯାତ୍ରୀଙ୍କୁ ସମସ୍ୟା ସୃଷ୍ଟି କରୁଛି। ଏଠାରେ ଶବାଗାର ସୁବିଧା ନ ଥିବାରୁ ବହୁଦିନ ପର୍ଯ୍ୟନ୍ତ ଏଠାରେ ମୃତଦେହ ପଡ଼ୁଥିବାର ଦେଖିବାକୁ ମିଳୁଛି। ଷ୍ଟେଶନର ମାଲ ଗୋଦାମ ନିକଟରେ ଚୋରା ମଦ, ଅଫିମ, ଚରସ ପ୍ରଭୃତି ମାଦକ ଦ୍ରବ୍ୟ ବିକ୍ରି ହେଉଛି । ଏ ସବୁ ବିଷୟରେ ରେଲଓ୍ବେ ପୋଲିସ , ଆରପିଏଫ୍‌ କର୍ତ୍ତୃପକ୍ଷ ଅବଗତ ଥାଇ ମଧ୍ୟ ନୀରବଦ୍ରଷ୍ଟା । ଏଠାକାର ପାଣିଟାଙ୍କି ପୁରୁଣା ହୋଇଥିବାରୁ ଏହାର ମରାମତି କରାଯାଉନାହିଁ। ଫଳରେ ଏଥିରେ ଶିଉଳି ଲାଗିଥିବା ପାଣି ବାହାରୁଛି। ଏହା ବ୍ୟତୀତ ଟ୍ୟାପ୍‌ ପାଣିରେ କଳା କଳା ଗୁଣ୍ଡ ଓ ଜିଆ ଭାସୁଥିବାର ଦେଖିବାକୁ ମିଳୁଛି। ଷ୍ଟେଶନରେ ଯାତ୍ରୀଙ୍କ ଅନୁପାତରେ ଟିକେଟ୍‌ କାଉଣ୍ଟର ନ ଥିବାରୁ ଯାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ‘ଏ’ କ୍ଲାସ୍‌ର ମାନ୍ୟତା ପାଇଥିବା ସତ୍ତ୍ୱେ ଏଠାରେ ଦ୍ରୁତଗାମୀ ଟ୍ରେନ୍‌ ଗୁଡ଼ିକ ରହୁନାହାନ୍ତି। ଯାଜପୁର ରୋଡ ରେଳ ଷ୍ଟେଶନ ଦୁଇ ପାର୍ଶ୍ୱରେ ଥିବା ଫାଟକ ବହୁ ସମୟ ଧରି ବନ୍ଦ ରହୁଥିବାରୁ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓଭର ବ୍ରିଜ୍‌ ଆବଶ୍ୟକ ଥିବାବେଳେ ତାହା ମଧ୍ୟ ନିର୍ମାଣ କରାଯାଉନାହିଁ ା ଏହି ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ୍‌ ରହିବା ଓ ଷ୍ଟେଶନର ବିକାଶ ପାଇଁ ବାରମ୍ବାର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ରେଲଓ୍ବେ କର୍ତ୍ତୃପକ୍ଷ ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛି। ଏ ସମ୍ପର୍କରେ ଆଇଏନ୍‌ଟିୟୁସିର ଜିଲା ସଭାପତି ବିଦ୍ୟାଧର ମହାନ୍ତିଙ୍କୁ ପଚାରିବାରେ ଦ୍ରୁତଗାମୀ ଟ୍ରେନ୍‌ ରହିବା ପାଇଁ ବହୁବାର ଆନ୍ଦୋଳନ କରିବା ପରେ ରାଜଧାନୀ ଟ୍ରେନ୍‌ ଏଠାରେ ରହୁଛି। ମାତ୍ର ଅନ୍ୟ ଟ୍ରେନ୍‌ ଗୁଡ଼ିକ ଏଠାରେ ରହୁନାହିଁ । ଏନେଇ ରେଳବାଇ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ଦିଆଯିବ ବୋଲି କହିଛନ୍ତି। ସିପିଆଇଏମ୍‌ ନେତା ପ୍ରଫୁଲ୍ଲ ନାୟକଙ୍କୁ ପଚାରିବାରେ ଷ୍ଟେଶନର ବିକାଶ ପାଇଁ ଦଳ ପକ୍ଷରୁ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ଫଳ ମିଳୁନାହିଁ ବୋଲି କହିଛନ୍ତି। ଏ ସମ୍ପର୍କରେ ଯାତ୍ରୀ ଲଳିତା ଦାସଙ୍କୁ ପଚାରିବାରେ ଟିକେଟ କାଉଣ୍ଟରୁ ଟିକେଟ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି ବୋଲି କହିଛନ୍ତି। ଏ ସମ୍ପର୍କରେ ଷ୍ଟେଶନ ମ୍ୟାନେଜର ବି. ସ୍ବାଇଁଙ୍କୁ ପଚାରିବାରେ ରେଲଓ୍ବେ ପରାମର୍ଶ ବୋର୍ଡରେ ସଭ୍ୟମାନେ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି। ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri