କେଉଟକଣ୍ଡିଆରେ ପହଞ୍ଚିଲା ଡାକ୍ତରୀ ଟିମ୍‌


ଡେରାବିଶ, ୧୦ା୧୧ (ସ୍ବ.ପ୍ର.)- ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅଧୀନ କେଉଟକଣ୍ଡିଆ ଗ୍ରାମରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୨୦ରୁ ଊର୍ଦ୍ଧ୍ୱ ଲୋକ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣା ଜଣାପଡିବା ପରେ ଶୁକ୍ରବାର ଡେରାବିଶ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ୫ଜଣିଆ ଡାକ୍ତରୀ ଟିମ୍‌ କେଉଟକଣ୍ଡିଆରେ ପହଞ୍ଚତ୍ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଡ଼େରାବିଶ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ତପନ ସାହୁଙ୍କ ନେତୃତ୍ୱରେ ଫାର୍ମାସିଷ୍ଟ ଗିରିଜା ଶଙ୍କର କର, ସ୍ବାସ୍ଥ୍ୟ ପରିଦର୍ଶକ ସୁରେଶ କୁମାର ଦାସ ଓ ସ୍ବାସ୍ଥ୍ୟକର୍ମୀ ଭଜାନନ୍ଦ ସ୍ବାଇଁ, ରାକେଶ କୁମାର ନାୟକ ଓ ସମରେନ୍ଦ୍ର ମଲିକ ପୂର୍ବାହ୍ନ ୧୧ଟା ସୁଦ୍ଧା ଉକ୍ତ ଗ୍ରାମରେ ପହଞ୍ଚତ୍ଥିଲେ। ଏହି ଅଜଣା ରୋଗରେ ଆକ୍ରାନ୍ତ ଥିବା ରୋଗୀମାନଙ୍କ ଘରକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚରାଉଚୁରା କରିବା ସହ ରକ୍ତ ପରୀକ୍ଷା କରି ଔଷଧ ଯୋଗାଇ ଦେଇଛନ୍ତି। ଅପରପକ୍ଷେ ଅଜଣା ରୋଗରେ ଆକ୍ରାନ୍ତଙ୍କ ମଧ୍ୟରୁ ମୁନ୍ନା ସେଠୀ(୨୮)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପୂର୍ବାହ୍ନରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଉକ୍ତ ଗ୍ରାମର ପ୍ରାୟ ପ୍ରତ୍ୟେକ ପରିବାରର ଜଣେ ଜଣେ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ଗ୍ରାମର ମାତାଜୀ ସେଠୀ(୬୦), ଶଙ୍କର୍ଷଣ ସ୍ବାଇଁ(୪୩), କବିତା ସେଠୀ(୨୩), ଜମୁନା ସେଠୀ(୬୧), ବିଦ୍ୟାଧର ବେହେରା(୮୫)ଙ୍କ ସମେତ ଶିଶୁ ଶ୍ରୁତିରେଖା ସେଠୀ(୯ ମାସ) ଓ ସତ୍ୟମ ବେହେରା(୧୧ମାସ), ସୌମ୍ୟରଞ୍ଜନ ସେଠୀ (୩), ଲକ୍ଷ୍ମୀପ୍ରିୟା ବେହେରା(୫) ଓ ଶତ୍ରୁଘ୍ନ ସାହୁ (୧୪) ପ୍ରମୁଖ ମେଡିକାଲ ଟିମ ଦ୍ୱାରା ରକ୍ତ ପରୀକ୍ଷା କରାଇ ମେଡିସିନ ନେଇଥିବା ଜଣାପଡିଛି। ଅଜଣା ରୋଗର କାରଣ ସମ୍ପର୍କରେ ଡାକ୍ତରୀ ଦଳଙ୍କୁ ପଚାରିବାରେ ପରିବେଶ ପ୍ରଦୂଷଣ କିମ୍ବା ଦୂଷିତ ପାନୀୟ ଜଳ ଯୋଗୁ ଏହା ବ୍ୟାପୁଥିବା କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri