ଘର ପଟ୍ଟା ଅପେକ୍ଷାରେ ୨୦ ଭୂମିହୀନ ପରିବାର


କୋରେଇ,୮।୧୧(ସ୍ପ.ପ୍ର)- କୋରେଇ ବ୍ଲକ ଅନ୍ତର୍ଗତ ବରୁଣ୍ଡେଇ ପଞ୍ଚାୟତର କମାର ସାହିରେ ୨୦ଟି ପରିବାର ଆଜକୁ ୨୫ବର୍ଷ ହେଲା ବସବାସ କରୁଛନ୍ତି। ଯାଜପୁରରେ ସେମାନଙ୍କର କୌଣସି ପରିଚୟପତ୍ର ନ ଥିବାରୁ ସେମାନେ କାର୍ଯ୍ୟ କରିବା ପାଇଁ ବରୁଣ୍ଡେଇର କମାର ସାହିକୁ ଆସି ବସବାସ କରୁଛନ୍ତି। ସେମାନେ ସାଧାରଣତଃ କମାରଶାଳ କରି ପରିବାର ପ୍ରତିପୋଷଣ କରନ୍ତି। ଝାଟିମାଟି ଭଙ୍ଗା ଘରେ ରହି ଜୀବନ ବିତାଉଛନ୍ତି। ଏହି ସାହିରେ ମାତ୍ର ୫ଟି ପରିବାରକୁ ବିପିଏଲ୍‌ କାର୍ଡ ମିଳିଥିବା ବେଳେ ଅନ୍ୟ ସମସ୍ତ ପରିବାରକୁ ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ ମିଳିଛି । ସେମାନେ ଖାଲି ପଡ଼ିଥିବା ଏକ ଅନାବାଦୀ ପଡିଆରେ ବସବାସ କରୁଛନ୍ତି। ଏହି ୧୦ଟି ପରିବାରର ଲୋକେ ବରୁଣ୍ଡେଇ ଆର୍‌ଆଇଙ୍କ ପାଖରେ ଜାଗା ପାଇଁ ପାଉତି କାଟିଛନ୍ତି। କିନ୍ତୁ ସେମାନଙ୍କୁ ଏ ପର୍ଯ୍ୟନ୍ତ ରହୁଥିବା ଜାଗାର କୌଣସି ପ୍ରମାଣପତ୍ର ମିଳିନାହିଁ। ସରକାରଙ୍କ ତରଫରୁ ବସୁନ୍ଧରା ଯୋଜନା ଏବଂ ମୋ କୁଡିଆ ଯୋଜନାରେ ଭୂମିହୀନଙ୍କୁ ଘର କରିବା ପାଇଁ ଘର ପଟ୍ଟା ମିଳିବା କଥା। ସେମାନେ ବାରମ୍ବାର କୋରେଇ ପଞ୍ଚାୟତ ସମିତି, ବ୍ୟାସନଗର ତହିଲଦାରଙ୍କ ଅଫିସ୍‌ ଓ ବରୁଣ୍ଡେଇ ଆରଆଇଙ୍କ ନିକଟରେ ନିବେଦନ କରିଥିଲେ ମଧ୍ୟ ଏଯାବତ୍‌ କୌଣସି ସୁଫଳ ମିଳିପାରି ନାହଁି। ଅନାବଦୀ ଜାଗାରେ ସେମାନେ ବସବାସ କରୁଥିବାରୁ ସେମାନଙ୍କୁ ବିଜୁ ପକ୍କା ଘର, ଇନ୍ଦିରା ଆବାସ, ସ୍ବଚ୍ଛ ପାଇଖାନା, ମୋ କୁଡ଼ିଆ, ଲେବର କାର୍ଡ ପ୍ରଭୃତି ସରକାରଙ୍କ ଯୋଜନା ମିଳିପାରୁ ନାହିଁ । ଫଳରେ ବହୁ ଅସୁବିଧାରେ ସେମାନେ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳିଛି। ଏ ବିଷୟରେ ସ୍ଥାନୀୟ ତହସିଲଦାର ସପନ କୁମାର ନନ୍ଦଙ୍କୁ ପଚାରିବାରୁ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri