କ୍ଷେତ୍ରକୁ ଆସୁନାହାନ୍ତି ଗ୍ରାମ୍ୟ କୃଷି କର୍ମଚାରୀ


ଚଣ୍ଡିଖୋଲ,୭।୧୧(ଡ଼ି.ଏନ.ଏ)- ଧାନ ଚାଷରେ ପୋକ ଲାଗିବା, ଧାନ କ୍ଷେତକୁ ଚାଷୀମାନେ ଜାଳିଦେବା ନେଇ ସାରା ରାଜ୍ୟରେ ଚହଳସୃଷ୍ଟି କରୁଥିବାବେଳେ ଚାଷୀ ଆମତ୍ହତ୍ୟାକୁ ନେଇ ରାଜନୀତି ଜୋର ଧରିଛି। ସଚିବାଳୟରେ ଘନ ଘନ ବୈଠକ ଓ କୃଷକଙ୍କ ପ୍ରତି ସହାୟତାର ହାତ ବଢାଇବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତି କରୁଥିବାବେଳେ ବଡ଼ଚଣା ବ୍ଲକରେ ଏ ପଯର୍‌ୟନ୍ତ କୃଷି କର୍ମଚାରୀମାନେ ଧାନ କ୍ଷେତକୁ ନ ଯିବା ନେଇ ଚାଷୀମାନେ ଅଭିଯୋଗ ଉଠାଇଛନ୍ତି। ବର୍ଷସାରା ଚାଷ କ୍ଷେତ ପରିଦର୍ଶନ କରିବା ନିୟମ ଥିବାବେଳେ କୌଣସି କର୍ମଚାରୀ ଦିନକ ପାଇଁ କ୍ଷେତ୍ର ସର୍ବେକ୍ଷଣ କରି ନାହାନ୍ତି ବୋଲି ଚାଷୀନେତା ଧୀରେନ୍ଦ୍ର ଜେନା, ନଟବର ନାୟକ, ପ୍ରହଲ୍ଲାଦ ଶାନ୍ତି, ଶୁକଦେବ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ସୂଚନା ଥାଉକି ବଡ଼ଚଣା ବ୍ଲକର ୪୩ଟି ପଞ୍ଚାୟତରେ ଚଳିତ ବର୍ଷ ୧୨ ହଜାର ୪୫୦ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଛି। ଏହାକୁ ଦେଖିବା ପାଇଁ ବଡ଼ଚଣାଠାରେ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଜଣେ ସହକାରୀ କୃଷି ଅଧିକାରୀ ନିଯୁକ୍ତ ଥିବାବେଳେ ୨ଜଣ ଓଭରସିୟର ଓ ୯ ଜଣ ଗ୍ରାମ୍ୟ କୃଷି କର୍ମଚାରୀ ରହିଛନ୍ତି। ଦୀର୍ଘଦିନ ହେବ ସମ୍ପୃକ୍ତ କୃଷି କର୍ମଚାରୀମାନେ ଏଠାରେ ରହିଥିଲେ ମଧ୍ୟ କେବେ ଦିନକ ପାଇଁ କୃଷି କ୍ଷେତ୍ର ପରିଦର୍ଶନରେ ଆସୁ ନ ଥାନ୍ତି। ୧୫ ଜଣ କୃଷି କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ୯ଜଣ କର୍ମଚାରୀ ରହିଛନ୍ତି। ନିୟମ ଅନୁଯାୟୀ ବିଭିନ୍ନ ପଞ୍ଚାୟତ ଓ ଗ୍ରାମରେ କୃଷି ସଚେତନତା ଶିବିର କରାଯାଇ କୃଷକଙ୍କୁ ସଚେତନତା କରାଯିବା କଥା। ମାତ୍ର ତାହା ଏଠାରେ ହେଉ ନାହିଁ। ଏପରିକି ସମ୍ପୃକ୍ତ ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ବଡ଼ ବଡ଼ ଚାଷୀମାନେ ମଧ୍ୟ ଚିହ୍ନି ନାହାନ୍ତି। ଧାନ ହେଉ କିମ୍ବା ରବିଫସଲ ପୋକ ଲାଗିଲେ କୌଣସି ଔଷଧ ଆବଶ୍ୟକ ତାହା ଚାଷୀମାନେ ଔଷଧ ଦୋକାନିଙ୍କ ନିକଟରୁ ପଚାରି ବୁଝି ଜମିରେ ପକାଇଥାନ୍ତି। କୃଷି ଅଧିକାରୀଙ୍କ କାଯର୍‌ୟାଳୟଠାରୁ ୪ ରୁ ୫ କି.ମି ଦୂରତା ମଧ୍ୟରେ ଥିବା ଚାଷୀମାନେ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଥାନ୍ତି। ନଚେତ ଭରତପୁର, ବିକ୍ରମତିରଣ, ପଲେଇ, ଗୋପାଳପୁର, ବାଲିପଡ଼ିଆ, କୋଲଣଗିରି, ବଡ଼ବାଲିକୁଦା, ରଇପୁର, ସାଉଡ଼ିଆ, ଚାରିନଙ୍ଗଳ, ମଝିପଡ଼ା, ପତରାଜପୁର, ନଳୀପୁର, ସମିଆ, ଶାଳପଡ଼ା, ପାରିଆ ଆଦି ପଞ୍ଚାୟତର ଚାଷୀମାନେ କୃଷି କାର୍ଯ୍ୟାଳୟ ଠାରୁ କୌଣସି ସୂଚନା ପାଇ ନ ଥନାନ୍ତି। ଯାହାକୁ ନେଇ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସହକାରୀ କୃଷି ଅଧିକାରୀଙ୍କ କାଯର୍‌ୟାଳୟରେ ୪ ଜଣ ଗ୍ରାମ୍ୟ କୃଷି କର୍ମଚାରୀମାନେ ରହୁଥିବା ବେଳେ ଅନ୍ୟ କର୍ମଚାରୀମାନେ ସପ୍ତାହକରେ ଥରେ କାଯର୍‌ୟାଳୟକୁ ଆସୁଥିବା କେତେକ ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବଡ଼ଚଣା ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ସେଠୀଙ୍କୁ ପଚାରିବାରେ କୃଷି ବିଭାଗରେ ଆବଶ୍ୟକତା ଠାରୁ କମ୍‌ କର୍ମଚାରୀ ଅଛନ୍ତି। ୧୫ଜଣ ଆବଶ୍ୟକତା ଥିବା ବେଳେ ମାତ୍ର ୯ ଜଣ ଅଛନ୍ତି। ସରକାରଙ୍କର କଡ଼ା ନିର୍ଦ୍ଦେଶ ପରେ କ୍ଷେତ୍ର ପରିଦର୍ଶନରେ କର୍ମଚାରୀଙ୍କୁ ପଠାଯାଉଛି। ଯଦି କୌଣସି କର୍ମଚାରୀ ଖିଲାପ କରନ୍ତି ସେମାନଙ୍କ ବିରୋଧରେ କାଯର୍‌ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି ସେଠୀ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri