ଏକତରଫା ପ୍ରେମ, ଯୁବକଙ୍କ ଆକ୍ରମଣରେ ମା’, ଝିଅ ଗୁରୁତର


ରସୁଲପୁର,୬।୧୧(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ ଜାବରା ପଞ୍ଚାୟତର ସୁକଦେଇପୁର ଗ୍ରାମରେ ଏକତରଫା ପ୍ରେମକୁ କେନ୍ଦ୍ରକରି ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ରାତି ପ୍ରାୟ ୯ଟା ସମୟରେ ଜଣେ ପ୍ରେମିକ ଯୁବକଙ୍କ ଆକ୍ରମଣରେ ନାବାଳିକା ପ୍ରେମିକା ଓ ତାଙ୍କ ମା’ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ସୁକଦେଇପୁର ଗ୍ରାମର ଜନୈକା ନାବାଳିକାଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲେ। ଏହାକୁ ନାବାଳିକା ଜଣକ ବିରୋଧ କରି ଆସୁଥିଲେ। ସୋମବାର ରାତିରେ ନାବାଳିକାଙ୍କ ଘର ନିକଟରେ ଯୁବକ ଜଣକ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ସମୟରେ ପ୍ରେମିକା ଓ ତାଙ୍କ ମା’ ଘରେ ନ ଥିଲେ ା ଶୌଚ ହେବା ପାଇଁ ବାହାରକୁ ଯାଇଥିଲେ। ନାବାଳିକାଙ୍କ ବାପା ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ନାବାଳିକା ଏବଂ ତାଙ୍କ ମା’ ଘଟଣାସ୍ଥଳରେ ପହଞ୍ଚତ୍ ଉକ୍ତ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ଯୁବକ ଜଣକ ଉତ୍‌କ୍ଷୀପ୍ତ ହୋଇ ଏକ ଛୁରୀରେ ପ୍ରେମିକା ଓ ତାଙ୍କ ମା’ଙ୍କ ବେକକୁ କାଟି ଦେଇଥିଲେ। ଚିତ୍କାର ଶୁଣି ଘଟଣାସ୍ଥଳରେ ଗାଁ ଲୋକେ ପହଁଚି ଯାଇଥିଲେ ା ଏହା ଦେଖି ଯୁବକ ଜଣକ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ ା ଯୁବକଙ୍କ ଆକ୍ରମଣରେ ଗୁରୁତର ଆହତଙ୍କୁ ମା’ ଓ ଝିଅଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ମଧୁବନ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ କୁଆଖିଆ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି ା



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri