କଚ୍ଛପଗତିରେ ଚାଲିଛି ଚାଷୀ ପଞ୍ଜିକରଣ


ରସୁଲପୁର,୬।୧୧(ଡିଏନଏ)- ସମସ୍ତ ଚାଷୀ ଯେପରି ସରକାରୀ ଯୋଜନାରେ ଉପକୃତ ହୋଇପାରିବେ ସେଥ୍‌ତ୍ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି। ସରକାର ଓ ଚାଷୀଙ୍କ ମଧ୍ୟରେ ଦଲାଲଙ୍କ ପ୍ରବେଶକୁ ପ୍ରତିହତ କରିବା ପାଇଁ ସରକାର ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର(ଡିବିଟି) ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱରା ସରକାରୀ ରିହାତି ଚାଷୀଙ୍କ ଜମାଖାତାକୁ ସିଧାସଳଖ ଯିବ। ଆଉ ଏଥିପାଇଁ ଚାଷୀ ପରିବାରକୁ ପ୍ରଥମେ ପଞ୍ଜିକୃତ ହେବାକୁ ପଡ଼ିବ। ତେବେ ରସୁଲପୁର ବ୍ଲକରେ ଚାଷୀ ପରିବାର ପଞ୍ଜିକରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ସମବାୟ ଓ କୃଷି ବିଭାଗର ଆନ୍ତରିକତା ଅଭାବ ଯୋଗୁ ପଞ୍ଜିକରଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ଉଭୟ ବିଭାଗର ଟାଳଟୁଳ ନୀତି ଯୋଗୁ ବ୍ଲକରେ ପ୍ରାୟତଃ ୯ହଜାରରୁ ଊର୍ଦ୍ଧ ପରିବାର ସରକାରୀ ରିହାତିରୁ ବଞ୍ଚତ୍ତ ହେଉଛନ୍ତି । ପ୍ରତ୍ୟେକ ଆର୍ଥତ୍କ ବର୍ଷକୁ ୨ଟି କୃଷି ଋତୁରେ ବିଭକ୍ତ କରାଯାଇଛି । ଗୋଟିଏ ଖରିଫ ଋତୁ(ଜୁନରୁ ନଭେମ୍ବର) ଅନ୍ୟଟି ରବି ଋତୁ( ନଭେମ୍ବରରୁ ଏପ୍ରିଲ)। ଚାଷୀଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସାର, କୀଟନାଶକ ଔଷଧ, ଉନ୍ନତ କିସମର ବିହନ/ମଞ୍ଜି, କୃଷି ଯନ୍ତ୍ରାଂଶ, ବୋରୱେଲ ଆଦି ସମାଗ୍ରୀ ଉପରେ ରିହାତି ପ୍ରଦାନ କରାଯାଉଛି । ଏହି ସବୁ ଜନିଷକୁ ଚାଷୀ ସରକାରୀ ଗୋଦାମ, ସମବାୟ ସମିତିରୁ ବଜାର ଦରରେ କିଣନ୍ତି। ତା’ ଉପରେ ମିଳୁଥିବା ରିହାତି ଅର୍ଥ ପଞ୍ଜିକୃତ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଯାଇଥାଏ। ଯେଉଁ ଚାଷୀ ପରିବାରର ନାମ ପଞ୍ଜିକରଣ ହୋଇନାହିଁ ା ସେମାନେ ଏହି ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଚାଷୀ ପରିବାରର ନାମ ପଞ୍ଜିକରଣ ହେବାରେ ଅହେତୁକ ବିଳମ୍ବ ଯୋଗୁ ଏଭଳି ଘଟୁଛି ା ୨୦୧୫-୧୬ ଖରିଫ ଋତୁରେ ସରକାର ଡିବିଟି ବ୍ୟବସ୍ଥା ଲାଗୁ କରିଥିଲେ। ଏହା ମଧ୍ୟରେ ଦୁଇଟି ଖରିଫ ଋତୁ ସରିଲାଣି। ମାତ୍ର ସରକାରଙ୍କ ଏହି ବ୍ୟବସ୍ଥା ଠିକ୍‌ ଭାବେ ଲାଗୁ ହୋଇପାରିଲା ନାହିଁ। ସରକାର ପ୍ରଥମେ ଚାଷୀ ପଞ୍ଜିକରଣ ଦାୟିତ୍ୱ ସମବାୟ ବିଭାଗକୁ ଦେଇଥିଲେ। ବର୍ଷକ ମଧ୍ୟରେ ଚାଷୀ ପଞ୍ଜିକରଣରେ ଆଶାନୁରୂପକ ପରିବର୍ତ୍ତନ ନ ଘଟିବାରୁ ପରେ ଏହି ଦାୟିତ୍ୱ ସରକାର କୃଷି ବିଭାଗ ହାତରେ ସମର୍ପଣ କଲେ। ଇତିମଧ୍ୟରେ ୨ବର୍ଷ ବିତିଗଲାଣି ା ହେଲେ ଚାଷୀ ପରିବାର ପଞ୍ଜିକରଣ ସଂଖ୍ୟା ଅଧାରେ ଅଟକିଛି ା କୃଷି ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ,ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ଲକ ଅଧିନସ୍ଥ ମୋଟ ୨୮ଗୋଟି ପଞ୍ଚାୟତରୁ ୧୭,୮୪୦ଚାଷୀ ପରିବାରକୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ଏଯାବତ୍‌ ମୋଟ ୯,୭୨୯ ପରିବାର ନାମ ପଞ୍ଜିକରଣ କରିବା ସହ ସରକାରୀ ସୁବିଧା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି। ଏବେ ବି ପାଖାପାଖି ଅଧା ପରିବାର ପଞ୍ଜିକୃତ ହୋଇ ନାହାନ୍ତି। ବିଭାଗ ପକ୍ଷରୁ କରାଯାଉଥିବା ପଞ୍ଜିକରଣକୁ ପଞ୍ଚାୟତରେ କରା ନ ଯାଇ ବ୍ଲକରେ କରାଯାଉଛି। ଫଳରେ ଚାଷୀଙ୍କୁ ବ୍ଲକ ଆସି ନାମ ପଞ୍ଜିକରଣ କରିବା ସହଜ ହେଉନାହିଁ। କେତେକ ଚାଷୀ ପରିବାର ନିକଟରେ ଆଧାର କାର୍ଡ ନାହିଁ ତ ଆଉ କେତେକ ବ୍ୟାଙ୍କରେ ଜାମା ଖାତା ଖୋଲି ନାହାନ୍ତି। ବ୍ଲକର ସମସ୍ତ ୨୮ଗୋଟି ପଞ୍ଚାୟତ ପାଇଁ ମୋଟ ୪ଜଣ କୃଷି ଗ୍ରାମ ସେବକ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ପଞ୍ଚାୟତକୁ ଯାଇ କାର୍ଯ୍ୟ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଏପରି କି କୃଷକ ସାଥୀମାନେ ସେମାନଙ୍କ ଦାୟିତ୍ୱ ସୂଚାରୁରୂପେ ସମ୍ପାଦାନ କରୁ ନ ଥିବାରୁ ପଞ୍ଜିକରଣ ତ୍ୱରାନ୍ବିତ ହୋଇପାରୁ ନାହିଁ। ଫଳରେ ଅଣପଞ୍ଜିକୃତ ପରିବାରକୁ ସରକାରୀ ସହାୟତା ମିଳୁପାରୁନାହିଁ। ଏ ସମ୍ପର୍କରେ ରସୁଲପୁର ବ୍ଲକ ଭାରପ୍ରାପ୍ତ ସହକାରୀ କୃଷି ଅଧିକାରୀ ଭାଗ୍ୟଧର ସାହୁଙ୍କୁ ପଚାରିବାରେ ତାଙ୍କ ବିଭାଗକୁ ଗତ ଡିସେମ୍ବର ମାସରେ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଆଉ ବିଭାଗ ପକ୍ଷରୁ ଚାଷୀ ପରିବାର ପଞ୍ଜିକରଣ କାର୍ଯ୍ୟପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ସାହୁ କହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri